Categories: ଜାତୀୟ

ଆଇନ ଜାଲରେ ଆଇନମନ୍ତ୍ରୀ : କୋର୍ଟରେ ଆତ୍ମସମର୍ପଣ କରିବା ପରିବର୍ତ୍ତେ ନେଲେ ଶପଥ…

ପାଟନା, ୧୭।୮ : ବିହାରରେ ମହାମେଣ୍ଟର ନୂତନ ସରକାର ଗଠନ ପରେ ମନ୍ତ୍ରଣାଳୟ ମଧ୍ୟ ବଣ୍ଟନ ହୋଇଛି। ମନ୍ତ୍ରଣାଳୟର ଅଧିକାଂଶ ମନ୍ତ୍ରୀ ଆରଜେଡି ସଦସ୍ୟ ହୋଇଛନ୍ତି। ମନ୍ତ୍ରଣାଳୟ ବଣ୍ଟନ ହେବା ମାତ୍ରେ ଆରଜେଡି ନେତା ତଥା ଆଇନ ମନ୍ତ୍ରୀ ହୋଇଥିବା ଏମଏଲସି କାର୍ତ୍ତିକେୟ ସିଂଙ୍କୁ ନେଇ ବିବାଦ ଉପୁଜିଛି।

ସେ ଏବେ ରାଜ୍ୟର ଆଇନମନ୍ତ୍ରୀ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଆଇନମନ୍ତ୍ରୀ ଭାବେ ଏବେ ସେ ଆଇନ ଜାଲରେ ପଡ଼ିଛନ୍ତି। ଅପହରଣ ମାମଲାରେ କାର୍ତ୍ତିକେୟ ସିଂଙ୍କ ବିରୋଧରେ କୋର୍ଟଙ୍କ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଥିଲା। ସେ ଅଗଷ୍ଟ ୧୬ରେ ଆତ୍ମସମର୍ପଣ କରିବାର ଥିଲା। କିନ୍ତୁ ସେ କୋର୍ଟରେ ହାଜର ହୋଇ ନ ଥିଲେ। ସେଥିପାଇ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। ମାତ୍ର ସେ କୋର୍ଟରେ ହାଜର ହେବା ପରିବର୍ତ୍ତେ ଆଇନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Share