Posted inଜାତୀୟ

କଲେଜିୟମ ବ୍ୟବସ୍ଥାକୁ ନେଇ ମନ୍ତବ୍ୟ ରଖିଲେ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ,୧୫।୧୨: କୋର୍ଟରେ ପଡ଼ିରହିଥିବା ବିଚାରାଧୀନ ମାମଲା ଉପରେ ଗୁରୁବାର ସଂସଦରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଗୁରୁତ୍ୱରୋପ କରିଛନ୍ତି। ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି, ବିଚାରପତି ନିଯୁକ୍ତିରେ ସରକାରଙ୍କ ଏକ ସୀମିତ ଭୂମିକା ରହିଛି। ଦେଶରେ ଆଜିବି ୫ କୋଟିରୁ ଅଧିକ ମାମଲା ବିଚାରାଧୀନ ହୋଇରହିଛି। ଏହା ସବୁଠାରୁ ବଡ଼ ଚିନ୍ତାଜନକ। ଆଉ ଏହା ପଛର ମୁଖ୍ୟ କାରଣ ହେଉଛି ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା। ମାମଲାଗୁଡ଼ିକର ହ୍ରାସ କରିବାକୁ ସରକାର ଅନେକ ପଦକ୍ଷେପ ନେଇଥିଲେ ମଧ୍ୟ ବିଚାରପତିଙ୍କ ପଦବୀ ପୂରଣ କରିବାରେ ସରକାରଙ୍କ ସୀମିତ ଭୂମିକା ରହୁଥିବାରୁ ଏଥିରେ ବିଳମ୍ବ ଘଟୁଛି। କଲେଜିୟମ ବିଚାରପତିଙ୍କ ନାମ ଚୟନ କରିଥାଏ। ଏହି ପ୍ରକ୍ରିୟାରେ ସରକାରଙ୍କ କୌଣସି ଅଧିକାର ନାହିଁ ବୋଲି ରିଜିଜୁ କହିଛନ୍ତି।

ସୂଚନାଯୋଗ୍ୟ, ବିଚାରପତି ନିଯୁକ୍ତ କରିବା ସରକାରଙ୍କ ଅଧିକାର ବୋଲି ସମ୍ବିଧାନରେ ଉଲ୍ଲେଖ ରହିଥିଲା। ୧୯୯୩ରେ ଏହା ପରିବର୍ତ୍ତନ ହୋଇଛି। ୨୦୧୪ରେ ଅଣାଯାଇଥିବା ନ୍ୟାଶନାଲ ଜୁଡିସିଆଲ ନିଯୁକ୍ତି ଆୟୋଗ (ଏନ୍‌ଜେଏସି) ଅଧିନିୟମରେ ଏହା ଉଲ୍ଲେଖ ହୋଇଥିଲା। ହେଲେ ୨୦୧୫ରେ ସୁପ୍ରିମକୋର୍ଟ ଏହାକୁ ଖଣ୍ଡନ କରିଥିଲେ। ଯେ ପର୍ଯ୍ୟନ୍ତ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ନ ହୁଏ, ସେପର୍ଯ୍ୟନ୍ତ ଖାଲିପଡ଼ିଥିବା ଉଚ୍ଚ ନ୍ୟାୟିକ ପଦବୀ ପ୍ରସଙ୍ଗ ଉଠିବ ବୋଲି କିରଣ ରିଜିଜୁ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri