Posted inଜାତୀୟ

ଲ କଲେଜ ବଳାତ୍କାର ମାମଲାରେ ନୂଆ ଖୁଲାସା: ଘଟଣାର କରାଯାଇଥିଲା ଭିଡିଓ ରେକର୍ଡିଂ

କୋଲକାତା,୨୪।୮: କୋଲକାତାର ସାଉଥ କଲିକତା ଲ କଲେଜରେ ହୋଇଥିବା ବଳାତ୍କାର ମାମଲାରେ ଦାଖଲ ହୋଇଥିବା ୬୫୦ ପୃଷ୍ଠାର ଚାର୍ଜଶିଟରୁ ଜଣାପଡ଼ିଛି ଯେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ପୀଡ଼ିତାଙ୍କର ଏକାଧିକ ଅଶ୍ଳୀଳ ଭିଡିଓ ରେକର୍ଡ କରି ତାଙ୍କୁ ବ୍ଲାକମେଲ କରୁଥିଲେ। ପୋଲିସ ଜାଣିବାକୁ ପାଇଛି ଯେ ପୀଡ଼ିତାଙ୍କ ମେଡିକାଲ ପରୀକ୍ଷାରେ ବଳାତ୍କାରର ପୁଷ୍ଟି ହୋଇଛି ଏବଂ ଅଭିଯୁକ୍ତଙ୍କ ଡିଏନଏ ଫରେନସିକ ନମୁନା ସହ ମେଳ ଖାଇଛି।

ଜୁନ ୨୫ରେ ଏହି ଘଟଣା କଲେଜ କ୍ୟାମ୍ପସରେ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର, କଲେଜର ପୂର୍ବତନ ଛାତ୍ର ତଥା ଅନ୍ୟ ଅଭିଯୁକ୍ତ ଜୈବ ଆହମଦ ଓ ପ୍ରମୀତ ମୁଖାର୍ଜୀ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଚାର୍ଜଶିଟରେ ଚାରି ଅଭିଯୁକ୍ତଙ୍କ ନାମ ରହିଛି—ମନୋଜିତ, ଜୈବ, ପ୍ରମୀତ ଓ ସୁରକ୍ଷାକର୍ମୀ ପିନାକୀ ବାନାର୍ଜୀ।

ପୋଲିସ ଏକ ସିସିଟିଭି ଫୁଟେଜ ଉଦ୍ଧାର କରିଛି, ଯେଉଁଥିରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଟାଣି ନେଉଥିବା ଦେଖାଯାଇଛି। ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲରୁ ପୀଡ଼ିତାଙ୍କର ଅନେକ ଅଶ୍ଳୀଳ ଭିଡିଓ ମିଳିଛି, ଯାହା କୋଠରୀର ଝରକା ଛିଦ୍ର ଦେଇ ରେକର୍ଡ କରାଯାଇଥିଲା। ଭିଡିଓରେ ଅଭିଯୁକ୍ତଙ୍କ ସ୍ୱର ରହିଛି, ଯାହା ସ୍ୱର ନମୁନା ସହ ମେଳ ଖାଇଛି। ଅଭିଯୁକ୍ତଙ୍କ ମୋବାଇଲ ଲୋକେସନ ମଧ୍ୟ ଅପରାଧ ସ୍ଥଳରେ ଥିବା ଜଣାପଡ଼ିଛି।

ଚାର୍ଜଶିଟ ଅନୁସାରେ, ସୁରକ୍ଷାକର୍ମୀ ପିନାକୀ ଘଟଣା ସମ୍ପର୍କରେ ପୋଲିସ କିମ୍ବା ନିକଟସ୍ଥ କାହାକୁ ନ ଜଣାଇ ଗାର୍ଡ ରୁମକୁ ତାଲା ମାରି ରଖିଥିଲେ, ଯେଉଁଥିପାଇଁ ତାଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି।

ମନୋଜିତ ମିଶ୍ର ଏହି ଘଟଣା ପୂର୍ବରୁ ଆଠ ଥର ଗିରଫ ହୋଇଥିଲେ, କିନ୍ତୁ ତାଙ୍କ ବନ୍ଧୁମାନେ ତାଙ୍କୁ ଜାମିନରେ ଛଡ଼ାଇ ନେଇଥିଲେ। ୨୦୨୪ରୁ କଲେଜରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିବା ମନୋଜିତଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତ ଜୈବ ଓ ପ୍ରମୀତ, ଯେଉଁମାନେ କଲେଜର ଛାତ୍ର ଥିଲେ, ସେମାନଙ୍କୁ ମଧ୍ୟ ବହିଷ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri