ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟରେ ୨ ବର୍ଷ ଭାଜପା ସରକାରଙ୍କ ଶାସନ କଳଙ୍କିତ ଇତିହାସ। ମହିଳାମାନଙ୍କ ହକ୍ ପାଇଁ ବିଜେଡ଼ିର ପଥପ୍ରାନ୍ତ ସଭାରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବର୍ଷିଥିଲେ। ଏହି ଅବସରରେ ଜମ୍ବୁ-ମାର୍ଶାଘାଇ ମୁଖ୍ୟ ରାସ୍ତା ମହାକାଳପଡ଼ା ବ୍ଲକ ଛକରେ ବିଜେଡି ପକ୍ଷରୁ ଶନିବାର ଏକ ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ମହାକାଳପଡ଼ା ବିକାଶରେ ସାରଥୀ ଥିଲେ। ତେରଗାଁ, ସେତୁ, ଚଣ୍ଡିଆପଲ୍ଲୀ ସେତୁ, ଜମ୍ବୁ – ମାର୍ଶାଘାଇ ରାସ୍ତା, ବାତ୍ୟା ପ୍ରତିରୋଧ ସୁଉଚ୍ଚ ବନ୍ଧ ନିର୍ମାଣ, ରାମଚଣ୍ଡୀ ସେତୁ, ନିପାଣିଆ ଟୁବି ସେତୁ, ତନ୍ତିଆପାଳ ସେତୁ, ବତୀଘରକୁ ବିଦ୍ୟୁତ୍ ସଂଯୋଗ, ଦଶମଉଜି ସେତୁ, ଓରତ ସେତୁ ଓ ବଡିହ ସେତୁ ଭଳି ଅନେକ ଜନକଲ୍ୟଣ ଯୋଜନା ଉପରେ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଦୃଷ୍ଟି ଦେଉଥିଲେ।
ସେହିପରି ୨ ବର୍ଷ ମଧ୍ୟରେ ଭାଜପା ସରକାର ପୂର୍ବ ସରକାରଙ୍କ ବିଭିନ୍ନ ପ୍ରକଳ୍ପରେ ରଙ୍ଗ ମାରିବା ଛଡ଼ା ଲୋକଙ୍କୁ ଭୂଆଁ ଭୁଲା ଯାଉଛି ବୋଲି ନାୟକ କହି ପ୍ରବଳ ବର୍ଷିଥିଲେ। ମହିଳାମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଦେବାରେ ଭାଜପା ସରକାର ବିଫଳ ବୋଲି କହିଛନ୍ତି। ଉପସ୍ଥିତ ଥିବା ଦଳୀୟ କର୍ମୀମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଳା, ବିଜୟ ଜେନା, ଅଶୋକ ମହାପାତ୍ର, ନାରାୟଣ ହାଲଦାର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ସସ୍ମିତା ବରାଳ, ମନୋଜ ପାତ୍ର, ଅରବିନ୍ଦ ଜେନା, ହେମନ୍ତ ସାହୁ, ଭରତ ପାତ୍ର, ସୁରଭୀ ଜେନା, ସରୋଜ ରାଉତ, ପ୍ରଶାନ୍ତ ସାମନ୍ତରାୟ, ରବୀନ୍ଦ୍ର ପାଳ, ଶରତ ସେଠୀ ଓ ପ୍ରଭାଂଶୁ ପରିଡ଼ାଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ବିଜେଡି କର୍ମୀ ସାମିଲ ହୋଇଥିଲେ।