Categories: ବାଣିଜ୍ୟ

ଲଞ୍ଚ ହେଲା ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦, ଦାମ୍‌ ରହିଛି…

ନୂଆଦିଲ୍ଲୀ,୧ା୯: ବାଇକ୍‌ ଚାଳକଙ୍କ ପ୍ରଥମ ପସନ୍ଦ ହେଲା ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦। ଏବେ ଏହାର  ରୂପ ରଙ୍ଗ ପୂରା ବଦଳି ଯାଇଛି। ସାଧାରଣତଃ ଲୋକେ ଏହାକୁ ‘ବୁଲେଟ୍‌’ ବୋଲି କହିଥାନ୍ତି। ଏହାର ନୂଆ ଜେନେରେଶନକୁ କମ୍ପାନୀ ଲଞ୍ଚ୍‌ କରିଛି। ନୂଆ ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦କୁ ଲଞ୍ଚ କରିବାକୁ ନେଇ ଦୀର୍ଘ ମାସ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ଆଜି ଅର୍ଥାତ୍‌ ସେପ୍ଟେମ୍ବର ୧ରେ ଏହା ଅଫିସିଆଲ ଲଞ୍ଚ୍‌ କରିଛି। ଏଥିରେ ସୁନ୍ଦର ହର୍ନ ରହିଛି ରହିଛି। ଏହା G2 ମଡେଲରୁ ଇନ୍ସପାୟଡ ହୋଇଛି। ଏହାର ଡିଜାଇନକୁ ନେଇ ମଡଗାର୍ଡ, କଲର କମ୍ବିନେଶନ ଏବଂ ଡିସ୍କ ବ୍ରେକ୍‌ ପର୍ଯ୍ୟନ୍ତ ସବୁକୁ କ୍ଲାସିକ୍‌ ଲୁକ୍‌ ଦିଆଯାଇଛି। ଯାହା ପୂରା ନୂଆ ବୁଲେଟ୍‌ ପରି ଲାଗୁଛି।

ନୂଆ ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦ ପଛରେ ୧୯ ଇଞ୍ଚର ଟାୟାର ଏବଂ ପାର୍ଶ୍ୱରେ ୧୮ ଇଞ୍ଚର ଟାୟାର ରହିଛି। ଏହା ଉଭୟ ସ୍ପୋକ ଏବଂ ଆଲୋଏ ଭର୍ସନରେ ଉପଲବ୍ଧ ହେବ। ମୋଟରସାଇକେଲର ସ୍ଥିରତା ପାଇଁ ଏକକ ଏବଂ ଡୁଆଲ ଚ୍ୟାନେଲ ଏବିଏସ୍‌ ବ୍ରେକ୍‌ ସିଷ୍ଟମ ରହିଛି। ଆହୁରି ମଧ୍ୟ ଚକା ଉପରେ ଟ୍ବିନ୍‌ ପିଷ୍ଟନ ସହିତ ୩୦୦ ମିମି ଡିସ୍କ ବ୍ରେକ୍‌ ଏବଂ ପଛ ଚକା ଉପରେ ୨୭୦ ମିମି ଡିସ୍କ ବ୍ରେକ୍‌ ରହିଛି। ପଛରେ ଏକ ଡ୍ରମ ବ୍ରେକ୍‌ର ଅପଶନ ମଧ୍ୟ ରହିଛି।

ଉକ୍ତ କମ୍ପାନୀ ୫ଟି ରଙ୍ଗର ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦ ଲଞ୍ଚ କରିଛି। ଏହାର ଦାମ୍‌ ୧.୮୪ ଲକ୍ଷ ଟଙ୍କା।

Share