ଭୁବନେଶ୍ୱର,୨୬।୮: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଭିଡିଓ ରି-କେୱାଇସି’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଉକ୍ତ ସୁବିଧା ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ। ଏପରିକି ଗ୍ରାହକମାନେ ଡିଜିଟାଲ ସେବା ମାଧ୍ୟମରେ ନିୟମିତ ବ୍ୟବଧାନରେ କେୱାଇସି (ଆପଣଙ୍କର ଗ୍ରାହକଙ୍କୁ ଜାଣନ୍ତୁ) ଅପ୍ଡେଟ୍ କରିପାରିବ। ସେହିଭଳି ଯେଉଁ ଗ୍ରାହକମାନଙ୍କର ରି-କେୱାଇସି ବକେୟା ରହିଛି, ସେମାନେ ମଧ୍ୟ ସେମାନଙ୍କର ଭିଡିଓ କେୱାଇସିକୁ ଶାଖାକୁ ପରିଦର୍ଶନ ନ କରି ଅଳ୍ପ କିଛି ମିନିଟ୍ରେ ସମାପ୍ତ କରିପାରିବେ। ବିଶେଷକରି ଭିଡିଓ କେୱାଇସି ସୁବିଧା ଉପଲବ୍ଧ କରିବା ପାଇଁ ଗ୍ରାହକମାନେ ଆବାସିକ ବ୍ୟକ୍ତିବିଶେଷ ହୋଇଥିବା ଉଚିତ ଏବଂ ସେମାନଙ୍କର ବୟସ ୧୮ ବର୍ଷରୁ ଅଧିକ ହେବା ସହ ଏକ ଆଧାର ନମ୍ବର ଓ ପାନ୍ କାର୍ଡ ରହିଥିବା ଜରୁରୀ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ଗ୍ରାହକଙ୍କୁ ବିଓବିର ୱେବ୍ସାଇଟକୁ ପରିଦର୍ଶନ କରିବାକୁ ହେବ ଓ କିଛି ସାଧାରଣ ସୂଚନାକୁ ଅନ୍ଲାଇନରେ ପ୍ରଦାନକରି ଅନ୍ଲାଇନ ରି-କେୱାଇସି ଆବେଦନକୁ ସମ୍ପୂର୍ଣ୍ଣ କରିବାକୁ ହେବ। ଅପରପକ୍ଷରେ ଥରେ ଅନ୍ଲାଇନ ଆବେଦନ ଦାଖଲ ହେବା ପରେ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଭିଡିଓ କେୱାଇସି କଲ୍ କରାଯିବ। ଉକ୍ତ ଭିଡିଓ କଲ୍ ପାଇଁ ଗ୍ରାହକଙ୍କର ଏକ ଅରିଜିନାଲ୍ ପାନ୍ କାର୍ଡ ସହ ଏକ ସାଦା ଧଳା କାଗଜ ଓ କଳା/ନୀଳ ପେନ୍ ଆବଶ୍ୟକ ରହିଛି। ଭିଡିଓ ରି-କେୱାଇସିକୁ ବ୍ୟବସାୟ ନିର୍ଘଣ୍ଟ (ସକାଳ ୧୦.୦୦ଘ. ରୁ ସନ୍ଧ୍ୟା ୬.୦୦ ଘ.) ମଧ୍ୟରେ ସମସ୍ତ କାର୍ଯ୍ୟ ଦିବସରେ କରାଯିବ। ବିଶେଷକରି ଭିଡିଓ ସେସନର ସଫଳତାପୂର୍ବକ ସମାପ୍ତି ପରେ ଗ୍ରାହକଙ୍କ ସବିଶେଷକୁ ବ୍ୟାଙ୍କର ରେକର୍ଡରେ ଅପ୍ଡେଟ୍ କରାଯିବ ଓ ଏକ ସୁନିଶ୍ଚିତୀକରଣ ଟେକ୍ସଟ ମେସେଜ୍ ଗ୍ରାହକଙ୍କ ନିକଟକୁ ପଠାଯିବ। ଭିଡିଓ ରି-କେୱାଇସିର ଶୁଭାରମ୍ଭ ହେବା ଦ୍ୱାରା ରି-କେୱାଇସି ପ୍ରକ୍ରିୟା ବହୁ ସରଳ ଓ ସୁବିଧାଜନକ ହୋଇଛି ଓ ଗ୍ରାହକ ଅନୁଭୂତିରେ ଅନେକ ପରିବର୍ତ୍ତନ ଆଣିଛି।
ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ
ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…
ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…
ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ
ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…
ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…
ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…
ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!
ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…
କାହିଁକି ବାତିଲ ହେଲା IPL 2026 ଉଦ୍ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…
ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…
ଟେନ୍ସନ୍ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ
ଓ୍ବାଶିଂଟନ୍,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…
ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ
ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…
Archives

