ବିଓବି ପକ୍ଷରୁ ଭିଡିଓ ରି-କେୱାଇସିର ଶୁଭାରମ୍ଭ

ଭୁବନେଶ୍ୱର,୨୬।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଭିଡିଓ ରି-କେୱାଇସି’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଉକ୍ତ ସୁବିଧା ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ। ଏପରିକି ଗ୍ରାହକମାନେ ଡିଜିଟାଲ ସେବା ମାଧ୍ୟମରେ ନିୟମିତ ବ୍ୟବଧାନରେ କେୱାଇସି (ଆପଣଙ୍କର ଗ୍ରାହକଙ୍କୁ ଜାଣନ୍ତୁ) ଅପ୍‌ଡେଟ୍‌ କରିପାରିବ। ସେହିଭଳି ଯେଉଁ ଗ୍ରାହକମାନଙ୍କର ରି-କେୱାଇସି ବକେୟା ରହିଛି, ସେମାନେ ମଧ୍ୟ ସେମାନଙ୍କର ଭିଡିଓ କେୱାଇସିକୁ ଶାଖାକୁ ପରିଦର୍ଶନ ନ କରି ଅଳ୍ପ କିଛି ମିନିଟ୍‌ରେ ସମାପ୍ତ କରିପାରିବେ। ବିଶେଷକରି ଭିଡିଓ କେୱାଇସି ସୁବିଧା ଉପଲବ୍ଧ କରିବା ପାଇଁ ଗ୍ରାହକମାନେ ଆବାସିକ ବ୍ୟକ୍ତିବିଶେଷ ହୋଇଥିବା ଉଚିତ ଏବଂ ସେମାନଙ୍କର ବୟସ ୧୮ ବର୍ଷରୁ ଅଧିକ ହେବା ସହ ଏକ ଆଧାର ନମ୍ବର ଓ ପାନ୍‌ କାର୍ଡ ରହିଥିବା ଜରୁରୀ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ଗ୍ରାହକଙ୍କୁ ବିଓବିର ୱେବ୍‌ସାଇଟକୁ ପରିଦର୍ଶନ କରିବାକୁ ହେବ ଓ କିଛି ସାଧାରଣ ସୂଚନାକୁ ଅନ୍‌ଲାଇନରେ ପ୍ରଦାନକରି ଅନ୍‌ଲାଇନ ରି-କେୱାଇସି ଆବେଦନକୁ ସମ୍ପୂର୍ଣ୍ଣ କରିବାକୁ ହେବ। ଅପରପକ୍ଷରେ ଥରେ ଅନ୍‌ଲାଇନ ଆବେଦନ ଦାଖଲ ହେବା ପରେ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଭିଡିଓ କେୱାଇସି କଲ୍‌ କରାଯିବ। ଉକ୍ତ ଭିଡିଓ କଲ୍‌ ପାଇଁ ଗ୍ରାହକଙ୍କର ଏକ ଅରିଜିନାଲ୍‌ ପାନ୍‌ କାର୍ଡ ସହ ଏକ ସାଦା ଧଳା କାଗଜ ଓ କଳା/ନୀଳ ପେନ୍‌ ଆବଶ୍ୟକ ରହିଛି। ଭିଡିଓ ରି-କେୱାଇସିକୁ ବ୍ୟବସାୟ ନିର୍ଘଣ୍ଟ (ସକାଳ ୧୦.୦୦ଘ. ରୁ ସନ୍ଧ୍ୟା ୬.୦୦ ଘ.) ମଧ୍ୟରେ ସମସ୍ତ କାର୍ଯ୍ୟ ଦିବସରେ କରାଯିବ। ବିଶେଷକରି ଭିଡିଓ ସେସନର ସଫଳତାପୂର୍ବକ ସମାପ୍ତି ପରେ ଗ୍ରାହକଙ୍କ ସବିଶେଷକୁ ବ୍ୟାଙ୍କର ରେକର୍ଡରେ ଅପ୍‌ଡେଟ୍‌ କରାଯିବ ଓ ଏକ ସୁନିଶ୍ଚିତୀକରଣ ଟେକ୍ସଟ ମେସେଜ୍‌ ଗ୍ରାହକଙ୍କ ନିକଟକୁ ପଠାଯିବ। ଭିଡିଓ ରି-କେୱାଇସିର ଶୁଭାରମ୍ଭ ହେବା ଦ୍ୱାରା ରି-କେୱାଇସି ପ୍ରକ୍ରିୟା ବହୁ ସରଳ ଓ ସୁବିଧାଜନକ ହୋଇଛି ଓ ଗ୍ରାହକ ଅନୁଭୂତିରେ ଅନେକ ପରିବର୍ତ୍ତନ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?