ବେଦାନ୍ତ ମେଟାଲ ବଜାରର ଶୁଭାରମ୍ଭ

ଭୁବନେଶ୍ୱର,୧୪।୨:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇ କର୍ମସ ପ୍ଲାଟ୍‌ଫର୍ମ ‘ମେଟାଲ ବଜାର’ର ସର୍ବଭାରତୀୟ ସ୍ତରରେ ଉନ୍ମୋଚନ (ଶୁଭାରମ୍ଭ) ହୋଇଯାଇଛି। ଏପରିକି ଏହା ଏକ ଅଭିନବ ନୂଆ ଇ-ସୁପରଷ୍ଟୋର ହୋଇଥିଲାବେଳେ ପ୍ରାଥମିକ ଆଲୁମିନିୟମ କାରବାର ପାଇଁ ଏହା ବେଶ୍‌ ସହାୟକ ହେବ। ଉକ୍ତ ପ୍ଲାଟ୍‌ଫର୍ମରେ ୭୫୦ରୁ ଅଧିକ ପ୍ରକାର ଆଲମିନିୟମ ଉପତ୍ାଦ ବିକ୍ରି କରାଯିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, ବେଦାନ୍ତ ମେଟାଲ ବଜାରକୁ ଗ୍ରାହକ ଏକ ସ୍ବତନ୍ତ୍ର ପୋର୍ଟାଲ ଲିଙ୍କ୍‌ ମାଧ୍ୟମରେ portal link: https://browse.vedantametalbazaar.moglix.com/catalog/aluminium ସଂଯୋଗ (ଯୋଗାଯୋଗ) କରାଯାଇପାରିବ। ସେହିଭଳି ଉକ୍ତ ଳିଙ୍କ୍‌କୁ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ୍‌ କରାଯାଇପାରିବ। ଅନ୍‌ଲାଇନ ଜରିଆରେ ପ୍ରଦାନ କରାଯାଉଥିବା ଉପତ୍ାଦ ମଧ୍ୟରେ ଇନ୍‌ଗଟ୍‌, ବିଲେଟ, ପ୍ରାଇମେରି ଫାଉଣ୍ଡରି ଆଲଏ, ଓୟାର ରଡ୍‌, ରୋଲ୍‌ଡ ପ୍ରଡକ୍ଟ ଭଳି ଆଲୁମିନିୟମ ଉତ୍ପାଦ ଉପଲବ୍ଧ ରହିଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ କହିଛନ୍ତି, ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଭାରତ ଅନ୍ୟତମ ହୋଇଥିବାବେଳେ ଦେଶର କ୍ରମାଗତ ବୃଦ୍ଧି ପାଇଁ ଆଲୁମିନିୟମର ପ୍ରମୁଖ ଭୂମିକା ରହିଛି। ଏପରିକି ବେଦାନ୍ତ ଆଲୁମିନିୟମରେ ଗ୍ରାହକଙ୍କୁ ପ୍ରାଧ୍ୟାନ୍ୟ ଦେଇ ଆମେ ସମାଧାନର ପନ୍ଥା ଖୋଜିଥାଉ, ଯାହା ଆମ ଗ୍ରାହକଙ୍କ ପାଇଁ ବ୍ୟବସାୟିକ ସଫଳତାକୁ ସୁନିଶ୍ଚିତ କରିବା ସହ ଦେଶର ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ସେହିଭଳି ବେଦାନ୍ତ ମେଟାଲ ବଜାର କ୍ରେତାମାନଙ୍କୁ ଠିକ୍‌ ସମୟରେ ବିତରଣ, ରିଅଲ୍‌- ଟାଇମ ଏଆଇ-ଆଧାରିତ ମୂଲ୍ୟ ଆବିଷ୍କାର ଏବଂ ସେମାନଙ୍କର କ୍ରୟର ଏଣ୍ଡ-ଟୁ-ଏଣ୍ଡ ଭିଜିବିଲିଟି, ଅର୍ଡର ପ୍ଲେସ୍‌ମେଣ୍ଟଠାରୁ ଡେଲିଭରି ପର୍ଯ୍ୟନ୍ତ ଏକ ଦୃଢ ଉତ୍ପାଦନ ଯୋଜନା ପାଇଁ ଅନୁମତି ଏବଂ ଅଧିକ କୌଶଳ ବିନିଯୋଗ ପାଇଁ ସେମାନଙ୍କର ପୁଞ୍ଜି ମୁକ୍ତ କରିବାରେ ଏହା ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ବଜେଟରେ କ’ଣ ଶସ୍ତା, କ’ଣ ମହଙ୍ଗା ହୋଇପାରେ, ଦେଖନ୍ତୁ ପୂରା ଲିଷ୍ଟ…

ନୂଆଦିଲ୍ଲୀ,୨୮।୧: କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, କରଦାତାଙ୍କଠାରୁ ଆରମ୍ଭ କରି ଭାରତର ଅର୍ଥନୀତିର ବିଭିନ୍ନ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଶା ଅଧିକ ରହିଛି। କରଦାତା, ବିଶେଷକରି…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଭାରତ-ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତି: ହେବ ନିବେଶର ବନ୍ୟା, ବଢିବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସ୍ଵାକ୍ଷରିତ ହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି। ଏହାଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।…

୧୬,୦୦୦ କର୍ମଚାରୀ ଛଟେଇ କରିବ ଆମାଜନ: ପ୍ରଭାବିତ ହେବେ ଭାରତୀୟ ଟିମ୍

ନୂଆଦିଲ୍ଲୀ,୨୬।୧: ବିଶ୍ୱର ଅଗ୍ରଣୀ ଇ-କମର୍ସ ସଂସ୍ଥା ଆମାଜନ ଏକ ବଡ଼ ଧରଣର କର୍ମଚାରୀ ଛଟେଇ କରିବାକୁ ପ୍ରସ୍ତୁତି ଚଳାଇଛି। ରିପୋର୍ଟ ଅନୁସାରେ ଆସନ୍ତା ଜାନୁଆରୀ ୨୭ରୁ କମ୍ପାନୀ…

ଭାରତୀୟ କୁଇକ୍ କମର୍ସ ବଜାରରେ ଡିସକାଉଣ୍ଟ ଝଡ଼: ଆମାଜନ-ଫ୍ଲିପକାର୍ଟ ପ୍ରବେଶ ପରେ ବଢ଼ିଲା କମ୍ପିଟିସନ

ନୂଆଦିଲ୍ଲୀ,୨୬।୧: ଭାରତର କୁଇକ୍ କମର୍ସ ବଜାରରେ ଏବେ ଏକ ବଡ଼ ଧରଣର ମୂଲ୍ୟ ଯୁଦ୍ଧ ବା ‘ପ୍ରାଇସ୍ ଓ୍ୱାର’ ଆରମ୍ଭ ହୋଇଛି। ଇ-କମର୍ସ ଜଗତର ଦୁଇ ବଡ଼…

ଐତିହାସିକ ବାଣିଜ୍ୟ ଚୁକ୍ତି ପୂର୍ବରୁ ଇୟୁ ମୁଖ୍ୟଙ୍କ ବଡ଼ ବୟାନ, “ସଫଳ ଭାରତ ବିଶ୍ୱକୁ ରଖିବ ସ୍ଥିର”

ନୂଆଦିଲ୍ଲୀ ,୨୬ା୧: ୟୁରୋପୀୟ ସଂଘ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର ଲେୟେନ୍ ଭାରତର ଆର୍ଥିକ ସ୍ଥିତିକୁ ନେଇ ବଡ ବୟାନ ଦେଇଛନ୍ତି। ସୋମବାର ସେ କହିଛନ୍ତି ଯେ,…

YouTube କଣ୍ଟେଣ୍ଟ କ୍ରିଏଟର୍ସ ହେବେ ମାଲାମାଲ: ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୬।୧: YouTube କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଖୁସିଖବର। ଚଳିତବର୍ଷ କଣ୍ଟେଣ୍ଟ କ୍ରିଏଟର୍‌ଙ୍କ ଉପରେ ହେବ ଟଙ୍କା ବର୍ଷା। ସେମାନଙ୍କୁ ଅଧିକ ରୋଜଗାର କରିବାରେ ସାହାଯ୍ୟ କରିବା ପାଇଁ…

ଏଣିକି ଶସ୍ତା ହୋଇଯିବ କାର୍‌: EU-ଭାରତ ମଧ୍ୟରେ ବଡ଼ ଡିଲ୍‌

ନୂଆଦିଲ୍ଲୀ,୨୬।୧: EU ଏବଂ ଭାରତ ମଧ୍ୟରେ ଚାଲିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଆଲୋଚନା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ସୂତ୍ର ଅନୁଯାୟୀ, ଭାରତ ୟୁରୋପୀୟ ସଂଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri