Categories: ବାଣିଜ୍ୟ

ଟାଇଟନ ଏସ୍‌ବିଆଇ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର,୨୩।୩: ଦେଶର ୨ ପ୍ରମୁଖ ଘରୋଇ ସଂସ୍ଥା ଏସ୍‌ବିଆଇ କାର୍ଡ ଏବଂ ଟାଇଟନର ମିଳିତ ସହଭାଗିତାରେ ‘ଟାଇଟାନ ଏସ୍‌ବିଆଇ କାର୍ଡ’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଏହି ଧରଣର ଏକମାତ୍ର ଶପିଙ୍ଗ୍‌ କ୍ରେଡିଟ କାର୍ଡ ଗ୍ରାହକଙ୍କର ଆକାଂକ୍ଷୀ ଖର୍ଚ୍ଚ ଆବଶ୍ୟକତା ପ୍ରତି ଧ୍ୟାନଦେବାକୁ ଡିଜାଇନ କରାଯାଇଛି। ଏସ୍‌ବିଆଇ କାର୍ଡର ଏମ୍‌ଡି ଓ ସିଇଓ ଅଭିଜିତ ଚକ୍ରବର୍ତ୍ତୀ କହିଥିଲେ,ଆକାଂକ୍ଷୀ ଜୀବନଶୈଳୀ ଏବଂ ଉପତ୍ାଦଗୁଡିକ ନିମନ୍ତେ ଭାରତୀୟ ଗ୍ରାହକଙ୍କର ବର୍ଦ୍ଧିତ ପ୍ରବୃତ୍ତି ରହୁଛି। ଆମେ ଏକ ସ୍ପେଶାଲାଇଜ୍‌ଡ କ୍ରେଡିଟ କାର୍ଡ ଟାଇଟନ ଏସ୍‌ବିଆଇ କାର୍ଡ ପ୍ରଚଳନ କରିବା ନେଇ ଆନନ୍ଦିତ ଅଛୁ, ଯାହା ଆମ ଗ୍ରାହକଙ୍କର ଜୀବନଶୈଳୀ ଆଧାରିତ ଖର୍ଚ୍ଚ ଆବଶ୍ୟକତା ପ୍ରତି ଦୃଷ୍ଟି ଦେଉଛି। ଟାଇଟନ କମ୍ପାନୀ ଲିମିଟେଡ୍‌ର ଏମ୍‌ଡି ସି.କେ.ଭେଙ୍କଟରମଣ କହିଥିଲେ, ଭାରତ ତୃତୀୟ ସର୍ବବୃହତ୍‌ ଉପଭୋକ୍ତା ବଜାର ହେବା ପଥରେ ଅଗ୍ରସର ହେଉଛି ।

Share