ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି୧୫୦ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୪।୧୧: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ‘ବଜାଜ୍‌ ଅଟୋ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପଲ୍‌ସର ସିରିଜ୍‌ର ନୂଆ ବାଇକ୍‌ ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି୧୫୦ର ଶୁଭାରମ୍ଭ (ବଜାର ପ୍ରବେଶ) ସମ୍ପର୍କରେ ଘୋଷଣା କରାଯାଇଛି। ଏହି ନୂଆ ପଲ୍‌ସରରେ କମ୍ପାନୀ ଅନେକ କିଛି ବିଶେଷ ପରିବର୍ତ୍ତନ କରିଛି, ଆକର୍ଷଣୀୟ ଡିଜାଇନ ଏବଂ ଦମ୍‌ଦାର ଇଞ୍ଜିନ୍‌ କ୍ଷମତା ସହ ଏହି ବାଇକ୍‌ ୨ଟି ଭାରିଆଣ୍ଟର ବଜାର ପ୍ରବେଶ କରାଇଛି।

ସେହିଭଳି କମ୍ପାନୀ ଏହି ବାଇକକୁ ସ୍ପୋର୍ଟି ଲୁକ୍‌ ତଥା ଡିଜାଇନ୍‌ ଦେବା ସହ ଏହାର ଓଜନକୁ ମଧ୍ୟ କମ୍‌ କରାଇଛି। ପଲ୍‌ସର ପି୧୫୦ ରେ କମ୍ପାନୀ ନୂଆ ୧୪୯.୬୮ ସିସି କ୍ଷମତାର ଇଞ୍ଜିନ୍‌ ବ୍ୟବହାର କରିଥିବା ବେଳେ ୧୪.୫ ପିଏସ୍‌ ପାଓ୍ବାର ଏବଂ ୧୩.୫ ଏନ୍‌ଏମ୍‌ର ଟର୍କ ଉତ୍ପନ୍ନ କରିଥାଏ। ଏ ସମ୍ପର୍କରେ ବଜାଜ୍‌ ଅଟୋ ଲିମିଟେଡ୍‌ର କାର୍ଯ୍ୟନିର୍ବହୀ ନିର୍ଦ୍ଦେଶକ ରାକେଶ ଶର୍ମା କହିଛନ୍ତି, ଉଭୟ ବାଇକର ଓଜନ ପୂର୍ବ ମଡେଲ ତୁଳନାରେ ହ୍ରାସ କରାଯାଇଛି। ସେହିଭଳି ପାଓ୍ବାର ଟୁ ରେସିଓ ପ୍ରାୟ ୧୧% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଫଳରେ ବାଇକରେ ୭୯୦ଏମ୍‌ଏମ୍‌ର ସିଟ୍‌ ହାଇଟ୍‌ ଏବଂ ମୋନୋଶକ୍‌ ସସ୍ପେନ୍ସନ ସହ ବାଇକର ରାଇଡିଂ ଏକ୍ସପେରିଏନ୍ସକୁ ଆହୁରି ଭଲ କରିଥାଏ। ଉକ୍ତ ବାଇକକୁ ରେସିଙ୍ଗ ରେଡ୍‌, କାରିବିଆନ ବ୍ଲୁ, ଏଭୋନି ବ୍ଳାକ୍‌ ରେଡ୍‌ ଏବଂ ଏଭୋନି ବ୍ଲାକ୍‌ ହ୍ବାଇଟ୍‌ ଭଳି ୫ଟି ରଙ୍ଗରେ ଉପଲବ୍ଧ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri