ସ୍ମାର୍ଟ ପାର୍କିଂ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର,୧୨।୭: ଭାରତର ଅଗ୍ରଣୀ ଫାସ୍‌ଟାଗ୍‌ ପ୍ରଦାନକାରୀ ସଂସ୍ଥା ଏୟାରଟେଲ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଏବଂ ପାର୍କ+ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଫାସ୍‌୍‌ଟାଗ୍‌ ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନକୁ ସକ୍ଷମ କରିବା ପାଇଁ ଉକ୍ତ ସହଭାଗିତା ହୋଇଛି। ଏପରିକି ଫାସ୍‌୍‌ଟାଗ୍‌ ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନ ଏୟାରପୋର୍ଟ ପାର୍କିଂରେ ଅଟୋମାଟିକ୍‌ କ୍ୟାଶଲେସ ପେମେଣ୍ଟକୁ ସକ୍ଷମ କରିବା ସହ ପାର୍କିଂ ଜୋନ୍‌ରେ ଯାନଗୁଡିକର ଯାତାୟାତକୁ ବାଧାମୁକ୍ତ ଓ ସମୟ ସାପେକ୍ଷ କରୁଛି। ଏଭଳି ଏକ ସ୍ମାର୍ଟ ସଲ୍ୟୁଶନ ସହ ପାର୍କିଂ ଫି’ ଯାନ ସହ ଜଡିତ ବୈଧ ଫାସ୍‌୍‌ଟାଗ୍‌ ମାଧ୍ୟମରେ କଟାଯାଇଥାଏ। ଦେଶବ୍ୟାପୀ ପ୍ରମୁଖ ପାର୍କିଂ ସ୍ଥାନଗୁଡିକରେ ସମୟ ଅତିବାହିତ କରାଯାଉଥିବା ବେଳେ ଏହା ଜରିଆରେ ସମୟକୁ ହ୍ରାସକରି ପେମେଣ୍ଟ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ଅନ୍ୟ ସହରର ଏୟାରପୋର୍ଟଗୁଡିକରେ ମଧ୍ୟ ଉଭୟ ସଂସ୍ଥା ଏହି ସେବା ଉପଲବ୍ଧ କରିବେ। ଏ ସମ୍ପର୍କରେ ଏପିବିର ମୁଖ୍ୟ ପରିଚାଳନା ଅଧିକାରୀ ଗଣେଶ ଅନନ୍ତ ନାରାୟଣନ୍‌ କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ଏକ ସରଳ ସୁରକ୍ଷିତ ଓ ବାଧାହୀନ ପେମେଣ୍ଟ ଅନୁଭୂତି ଦେବା ପାଇଁ ଲକ୍ଷ୍ୟ ରଖିଛୁ। ବିଶେଷ କରି ଭୁବନେଶ୍ୱର ଏୟାରପୋର୍ଟରେ ଫାସ୍‌୍‌ଟାଗ୍‌୍‌ ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନର ଶୁଭାରମ୍ଭ କରିବା ପାଇଁ ପାର୍କ+ସହିତ ସହଭାଗିତା କରି ଆମେ ବେଶ୍‌ ଆନନ୍ଦିତ। ଏୟାରପୋର୍ଟ ପାର୍କିଂ ସ୍ଥାନଗୁଡିକରେ ବଢୁଥିବା ଭିଡ ମଧ୍ୟରେ ଅନେକ ସମୟ ବଞ୍ଚାଇବାରେ ଏହା ସାହାଯ୍ୟ କରିବ ଏବଂ ଯାତାୟତ ଅନୁଭୂତିକୁ ସୁଗମ କରିବାରେ ମଧ୍ୟ ସହଯୋଗ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ତେହରାନ,୪।୪: ଗତ ପାଞ୍ଚ ସପ୍ତାହ ଧରି ଚାଲିଥିବା ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବେ ସବୁଠାରୁ ବିପଜ୍ଜନକ ଏବଂ ଅନିଶ୍ଚିତ ପର୍ଯ୍ୟାୟରେ ପ୍ରବେଶ କରିଛି।…

ଆମେରିକାକୁ ଦୋହଲାଇ ଦେଲା ଇରାନ: ୨୪ ଘଣ୍ଟାରେ କଲା ଏମିତି କ୍ଷତି, ଭୁଲିହେବନି

ତେହରାନ,୪।୪: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଗୁଡ ଫ୍ରାଇଡେ ଏକ ‘କଳା ଦିବସ’ ପାଲଟିଛି। ଇରାନ ଅତି କମରେ ଆମେରିକାର ଦୁଇଟି ଲଢ଼ୁଆ ବିମାନ, ପାଞ୍ଚଟି ଡ୍ରୋନ ଏବଂ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ଖୁସି ଖବର! ହର୍ମୁଜ ପାର୍ ହୋଇ ଭାରତ ଆସୁଛି ତେଲ-ଗ୍ୟାସ ଜାହାଜ, କମିଯିବକି ଦର?

ନୂଆଦିଲ୍ଲୀ,୪।୪: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ଅଛି । ଭାରତୀୟ ପତାକା ଲାଗିଥିବା ଜାହାଜ ସହିତ, ଅନ୍ୟ ତିନୋଟି ଜାହାଜ ସଫଳତାର…

ଟ୍ରମ୍ପଙ୍କୁ ବଡ଼ ଝଟକା: ପାକିସ୍ତାନରେ ଆଲୋଚନା କରିବାକୁ ମନା କଲା ଇରାନ, ୪୮ ଘଣ୍ଟାର ଅସ୍ତ୍ରବିରତି ସର୍ତ୍ତକୁ କଲା ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପାକିସ୍ତାନ, କାତାର ଏବଂ ତୁର୍କୀ ଦ୍ୱାରା ମଧ୍ୟସ୍ଥତା ପାଇଁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି, କାରଣ ଇରାନ…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri