ଭୁବନେଶ୍ୱର,୧୨।୭: ଭାରତର ଅଗ୍ରଣୀ ଫାସ୍ଟାଗ୍ ପ୍ରଦାନକାରୀ ସଂସ୍ଥା ଏୟାରଟେଲ୍ ପେମେଣ୍ଟସ୍ ବ୍ୟାଙ୍କ ଏବଂ ପାର୍କ+ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଫାସ୍୍ଟାଗ୍ ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନକୁ ସକ୍ଷମ କରିବା ପାଇଁ ଉକ୍ତ ସହଭାଗିତା ହୋଇଛି। ଏପରିକି ଫାସ୍୍ଟାଗ୍ ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନ ଏୟାରପୋର୍ଟ ପାର୍କିଂରେ ଅଟୋମାଟିକ୍ କ୍ୟାଶଲେସ ପେମେଣ୍ଟକୁ ସକ୍ଷମ କରିବା ସହ ପାର୍କିଂ ଜୋନ୍ରେ ଯାନଗୁଡିକର ଯାତାୟାତକୁ ବାଧାମୁକ୍ତ ଓ ସମୟ ସାପେକ୍ଷ କରୁଛି। ଏଭଳି ଏକ ସ୍ମାର୍ଟ ସଲ୍ୟୁଶନ ସହ ପାର୍କିଂ ଫି’ ଯାନ ସହ ଜଡିତ ବୈଧ ଫାସ୍୍ଟାଗ୍ ମାଧ୍ୟମରେ କଟାଯାଇଥାଏ। ଦେଶବ୍ୟାପୀ ପ୍ରମୁଖ ପାର୍କିଂ ସ୍ଥାନଗୁଡିକରେ ସମୟ ଅତିବାହିତ କରାଯାଉଥିବା ବେଳେ ଏହା ଜରିଆରେ ସମୟକୁ ହ୍ରାସକରି ପେମେଣ୍ଟ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଖୁବ୍ଶୀଘ୍ର ଅନ୍ୟ ସହରର ଏୟାରପୋର୍ଟଗୁଡିକରେ ମଧ୍ୟ ଉଭୟ ସଂସ୍ଥା ଏହି ସେବା ଉପଲବ୍ଧ କରିବେ। ଏ ସମ୍ପର୍କରେ ଏପିବିର ମୁଖ୍ୟ ପରିଚାଳନା ଅଧିକାରୀ ଗଣେଶ ଅନନ୍ତ ନାରାୟଣନ୍ କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ଏକ ସରଳ ସୁରକ୍ଷିତ ଓ ବାଧାହୀନ ପେମେଣ୍ଟ ଅନୁଭୂତି ଦେବା ପାଇଁ ଲକ୍ଷ୍ୟ ରଖିଛୁ। ବିଶେଷ କରି ଭୁବନେଶ୍ୱର ଏୟାରପୋର୍ଟରେ ଫାସ୍୍ଟାଗ୍୍ ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନର ଶୁଭାରମ୍ଭ କରିବା ପାଇଁ ପାର୍କ+ସହିତ ସହଭାଗିତା କରି ଆମେ ବେଶ୍ ଆନନ୍ଦିତ। ଏୟାରପୋର୍ଟ ପାର୍କିଂ ସ୍ଥାନଗୁଡିକରେ ବଢୁଥିବା ଭିଡ ମଧ୍ୟରେ ଅନେକ ସମୟ ବଞ୍ଚାଇବାରେ ଏହା ସାହାଯ୍ୟ କରିବ ଏବଂ ଯାତାୟତ ଅନୁଭୂତିକୁ ସୁଗମ କରିବାରେ ମଧ୍ୟ ସହଯୋଗ କରିବ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

