ରେପୋସ ପେ’ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୪।୮: ଦେଶର ପ୍ରମୁଖ ଡୋର୍‌ଷ୍ଟେପ୍‌ ଇନ୍ଧନ ବିତରଣ ଉଦ୍ୟୋଗ ରେପୋସର ଫିନ୍‌ଟେକ ଆର୍ମ ରେପୋସ ପେ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବୈଷୟିକ ଉପକରଣ ଡାତୁମ ମାଧ୍ୟମରେ ଶକ୍ତି ବଣ୍ଟନକୁ ବୈପ୍ଳବିକ କରିବା ପାଇଁ ଏହା ବିଶେଷ ଭାବେ କାମ କରିବ। ନିକଟରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନାରାୟଣ ରାଣେ ମୁମ୍ବାଇଠାରେ ଏହାକୁ ଉଦ୍‌ଘାଟନ କରିଥିଲେ। ବର୍ତ୍ତମାନ କମ୍ପାନୀ ୨୦୦୦ରୁ ଅଧିକ ସହଭାଗୀ ଏବଂ ଦେଶର ୨୨୦ରୁ ଅଧିକ ସହରରେ ଉପଲବ୍ଧ ରହିଛି। ସେହିଭଳି ଭୁବନେଶ୍ୱରରେ ମଧ୍ୟ ଉକ୍ତ ସେବା ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହା ସବୁ ପ୍ରକାର ଇନ୍ଧନ-ତରଳ, ଗ୍ୟାସ୍‌ ବା ଇଲେକ୍ଟ୍ରିକ ମୋବାଇଲ ଶକ୍ତି ବଣ୍ଟନ ମାଧ୍ୟମରେ ଆଇଓଟି ଟେକ୍‌ନୋଲୋଜି ରେପୋସ ମୋବାଇଲ ଇନ୍ଧନ ପମ୍ପ ଭଳି ସ୍ବତନ୍ତ୍ର ଯାନ ମାଧ୍ୟମରେ ଉପଲବ୍ଧ କରାଇବାକୁ ଚାହୁଁଛି। ମୋବାଇଲ ଶକ୍ତି ବିତରଣରେ ଏହାର ଉଦ୍ଭାବନ ପାଇଁ ଏହାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ରୀୟ ଷ୍ଟାର୍ଟଅପ୍‌ ପୁରସ୍କାର ୨୦୨୧ ପ୍ରଦାନ କରାଯାଇଥିଲା। ଭାରତର ଛୋଟ ସହରଗୁଡ଼ିକ ଭାରତର ଷ୍ଟାର୍ଟଅପ୍‌ କାହାଣୀର ପରବର୍ତ୍ତୀ ଅଧ୍ୟାୟ ରଚନା କରିବେ ଓ ରେପୋସ ଏହି ଲଞ୍ଚ ମାଧ୍ୟମରେ ଏହି ଗତିକୁ ତ୍ୱରାନ୍ବିତ କରିବ। ଆମ ପକ୍ଷରୁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରାଯାଇଛି ବୋଲି କମ୍ପାନୀର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ଫିନ୍‌ଟେକ ଅଧିକାରୀ ରେପୋସ, ଅପରାଜିତ ଶୁଭ୍ରମନ୍ୟମ୍‌ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ସହରରେ ରେପୋସ ପେ ଜରିଆରେ ଅଣ ବ୍ୟାଙ୍କିଙ୍ଗ୍‌ ଓ ବଞ୍ଚତ୍ତ ବର୍ଗଙ୍କ ପାଇଁ ବୈଷୟିକ ପରିଚାଳିତ ଆର୍ଥିକ ଦ୍ରବ୍ୟର ସୁଗମତାକୁ ଡିଜାଇନ ଓ ପରିଚାଳିତ କରିବା ପାଇଁ ଏକ ଆନ୍ତରିକ ପ୍ରୟାସ ବୋଲି ରେପୋସର ପ୍ରତିଷ୍ଠାତା ତଥା ସିଇଓ ଚେତନ ୱାଲୁଞ୍ଜ କହିଛନ୍ତି। ୨୦୧୭ରେ ଏହାର ଆରମ୍ଭ ହେବା ପରଠାରୁ ରେପୋସ ଇ-ବାଣିଜ୍ୟ ଶକ୍ତି ପ୍ରତିଷ୍ଠା ସହ ବିଶ୍ୱକୁ ଏକ କାର୍ବନ ନିରପେକ୍ଷ ଭବିଷ୍ୟତ ଆଡ଼କୁ ଗତି କରିବାରେ ସାହାଯ୍ୟ କରି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri