ରେପୋସ ପେ’ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୪।୮: ଦେଶର ପ୍ରମୁଖ ଡୋର୍‌ଷ୍ଟେପ୍‌ ଇନ୍ଧନ ବିତରଣ ଉଦ୍ୟୋଗ ରେପୋସର ଫିନ୍‌ଟେକ ଆର୍ମ ରେପୋସ ପେ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବୈଷୟିକ ଉପକରଣ ଡାତୁମ ମାଧ୍ୟମରେ ଶକ୍ତି ବଣ୍ଟନକୁ ବୈପ୍ଳବିକ କରିବା ପାଇଁ ଏହା ବିଶେଷ ଭାବେ କାମ କରିବ। ନିକଟରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନାରାୟଣ ରାଣେ ମୁମ୍ବାଇଠାରେ ଏହାକୁ ଉଦ୍‌ଘାଟନ କରିଥିଲେ। ବର୍ତ୍ତମାନ କମ୍ପାନୀ ୨୦୦୦ରୁ ଅଧିକ ସହଭାଗୀ ଏବଂ ଦେଶର ୨୨୦ରୁ ଅଧିକ ସହରରେ ଉପଲବ୍ଧ ରହିଛି। ସେହିଭଳି ଭୁବନେଶ୍ୱରରେ ମଧ୍ୟ ଉକ୍ତ ସେବା ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହା ସବୁ ପ୍ରକାର ଇନ୍ଧନ-ତରଳ, ଗ୍ୟାସ୍‌ ବା ଇଲେକ୍ଟ୍ରିକ ମୋବାଇଲ ଶକ୍ତି ବଣ୍ଟନ ମାଧ୍ୟମରେ ଆଇଓଟି ଟେକ୍‌ନୋଲୋଜି ରେପୋସ ମୋବାଇଲ ଇନ୍ଧନ ପମ୍ପ ଭଳି ସ୍ବତନ୍ତ୍ର ଯାନ ମାଧ୍ୟମରେ ଉପଲବ୍ଧ କରାଇବାକୁ ଚାହୁଁଛି। ମୋବାଇଲ ଶକ୍ତି ବିତରଣରେ ଏହାର ଉଦ୍ଭାବନ ପାଇଁ ଏହାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ରୀୟ ଷ୍ଟାର୍ଟଅପ୍‌ ପୁରସ୍କାର ୨୦୨୧ ପ୍ରଦାନ କରାଯାଇଥିଲା। ଭାରତର ଛୋଟ ସହରଗୁଡ଼ିକ ଭାରତର ଷ୍ଟାର୍ଟଅପ୍‌ କାହାଣୀର ପରବର୍ତ୍ତୀ ଅଧ୍ୟାୟ ରଚନା କରିବେ ଓ ରେପୋସ ଏହି ଲଞ୍ଚ ମାଧ୍ୟମରେ ଏହି ଗତିକୁ ତ୍ୱରାନ୍ବିତ କରିବ। ଆମ ପକ୍ଷରୁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରାଯାଇଛି ବୋଲି କମ୍ପାନୀର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ଫିନ୍‌ଟେକ ଅଧିକାରୀ ରେପୋସ, ଅପରାଜିତ ଶୁଭ୍ରମନ୍ୟମ୍‌ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ସହରରେ ରେପୋସ ପେ ଜରିଆରେ ଅଣ ବ୍ୟାଙ୍କିଙ୍ଗ୍‌ ଓ ବଞ୍ଚତ୍ତ ବର୍ଗଙ୍କ ପାଇଁ ବୈଷୟିକ ପରିଚାଳିତ ଆର୍ଥିକ ଦ୍ରବ୍ୟର ସୁଗମତାକୁ ଡିଜାଇନ ଓ ପରିଚାଳିତ କରିବା ପାଇଁ ଏକ ଆନ୍ତରିକ ପ୍ରୟାସ ବୋଲି ରେପୋସର ପ୍ରତିଷ୍ଠାତା ତଥା ସିଇଓ ଚେତନ ୱାଲୁଞ୍ଜ କହିଛନ୍ତି। ୨୦୧୭ରେ ଏହାର ଆରମ୍ଭ ହେବା ପରଠାରୁ ରେପୋସ ଇ-ବାଣିଜ୍ୟ ଶକ୍ତି ପ୍ରତିଷ୍ଠା ସହ ବିଶ୍ୱକୁ ଏକ କାର୍ବନ ନିରପେକ୍ଷ ଭବିଷ୍ୟତ ଆଡ଼କୁ ଗତି କରିବାରେ ସାହାଯ୍ୟ କରି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri