ବେଦାନ୍ତ ପକ୍ଷରୁ ‘ପ୍ରୋଜେକ୍ଟ ପଞ୍ଛି’ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୦।୩:ଦେଶର ସର୍ବବୃହତ୍‌ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍‌ ଲାଞିଗଡ଼ ଆଲୁମିନା ରିଫାଇନେରିରେ ଏକ ଅଭିନବ ଯୋଜନା ‘ପ୍ରୋଜେକ୍ଟ ପଞ୍ଛି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ପ୍ରକଳ୍ପ ଜରିଆରେ କର୍ପୋରେଟ ନିଯୁକ୍ତି ଡ୍ରାଇଭ ହେବ। ଏହା ଧାତୁ, ଖଣି, ତୈଳ ଓ ଗ୍ୟାସ୍‌ ଉଦ୍ୟୋଗର ବିଭିନ୍ନ ବ୍ୟବସାୟରେ ୧୦୦୦ରୁ ଅଧିକ ବାଳିକାଙ୍କୁ ନିଯୁକ୍ତି ଦେବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ବେଦାନ୍ତ ଆଲୁମିନିୟମର ଲାଞିଗଡ଼ଠାରେ ୪୦ଜଣ ବାଳିକାଙ୍କୁ ନିଯୁକ୍ତି ଦେଇଥିବା ଜଣାପଡ଼ିଛି। ବିଶେଷକରି କମ୍ପାନୀ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲାପାଳ ପି. ଅନ୍ବେଶା ରେଡି, ଅତିରିକ୍ତ ଜିଲାପାଳ ଡ. ବିଶ୍ୱଜିତ ଦାସ, ବିଡିଓ ଜିତେନ୍ଦ୍ର ମିଶ୍ରଙ୍କ ସମେତ ବେଦାନ୍ତ ଲିଃ ଡେପୁଟି ସିଇଓ ଆଲୁମିନିୟମ ବିଜ୍‌ନେସ୍‌ ଜି.ଜି.ପାଲ ଏବଂ ସିଏଚ୍‌ଆର୍‌ଓ ଦିଲୀପ କୁମାର ସିହ୍ନା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ ରାୟଗଡ଼ା ଓ କଳାହାଣ୍ଡି ଜିଲାର ୧୦ ପଞ୍ଚାୟତର ସଦସ୍ୟଙ୍କ ଉପସ୍ଥିତିରେ ମନୋନୀତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଲିଃର ଡେପୁଟି ସିଇଓ (ଆଲୁମିନା ବ୍ୟବସାୟ) ଜି.ଜି.ପାଲ କହିଛନ୍ତି, ଉକ୍ତ ପ୍ରକଳ୍ପ ହେଉଛି ଆମର ଚେୟାରମ୍ୟାନ ଅନୀଲ ଅଗ୍ରୱାଲଙ୍କ ଏକ ଦୂର ଦୃଷ୍ଟିସମ୍ପନ୍ନ ପଦକ୍ଷେପ, ଯାହା ଭାରତର ଦୂରବର୍ତ୍ତୀ ଅଞ୍ଚଳରେ ରହୁଥିବା ଆଶାୟୀ ଯୁବତୀମାନଙ୍କୁ ସଶକ୍ତୀକରଣ କରିବା ସହ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଆମର ୪୦ଜଣ ବାଳିକା ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଛନ୍ତି। ସେମାନଙ୍କୁ ଆମେ ସ୍ବାଗତ କରୁଛୁ ଓ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ। ସେହିଭଳି ଲାଞିଗଡ଼ ବିଧାୟକ ଦିଶାରୀ କହିଛନ୍ତି, ଗୋଷ୍ଠୀର ବିକାଶ ପାଇଁ ବେଦାନ୍ତର ଅପାର ଅବଦାନ ରହିଛି। ଏଭଳି ଏକ ପଦକ୍ଷେପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଝିଅମାନେ ଉତ୍ସାହିତ ହେବେ।
ଏହି ପଦକ୍ଷେପ ଜୀବିକା ନିର୍ବାହ ପାଇଁ ସାମାଜିକ ସୀମା ଭାଙ୍ଗିବ ଓ ପିଲାମାନେ ନିଜକୁ ହେୟ ମନେ ନ କରି ବୃତ୍ତିଗତ କ୍ଷେତ୍ରରେ ସୁଦୃଢ଼ କରିବାକୁ ଆଗେଇ ଆସିବେ। ସେହିପରି ପି.ଅନ୍ବେଶା ରେଡି କହିଥିଲେ, ଦେଶରେ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତର ଏହା ଏକ ନିଆରା କାର୍ଯ୍ୟକ୍ରମ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ବହୁ ଯୁବତୀ କର୍ମନିଯୁକ୍ତି ପାଇପାରିବା ସହ ସେମାନଙ୍କ ମନୋବଳ ବୃଦ୍ଧି ପାଇବ। ମୁଁ ନବ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଉଛି।
ଉଲ୍ଲେଖଯୋଗ୍ୟ ଓଡ଼ିଶା, ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, କର୍ନାଟକ, ଗୋଆ ଭଳି ସ୍ଥାନରେ କମ୍ପାନୀର ଧାତୁ, ଖଣି ଏବଂ ତୈଳ ଓ ଗ୍ୟାସ୍‌ ବ୍ୟବସାୟିକ କାର୍ଯ୍ୟରେ ନବନିଯୁକ୍ତ ବାଳିକାମାନଙ୍କୁ ନିଯୁକ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri