ବେଦାନ୍ତ ପକ୍ଷରୁ ‘ପ୍ରୋଜେକ୍ଟ ପଞ୍ଛି’ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୦।୩:ଦେଶର ସର୍ବବୃହତ୍‌ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍‌ ଲାଞିଗଡ଼ ଆଲୁମିନା ରିଫାଇନେରିରେ ଏକ ଅଭିନବ ଯୋଜନା ‘ପ୍ରୋଜେକ୍ଟ ପଞ୍ଛି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ପ୍ରକଳ୍ପ ଜରିଆରେ କର୍ପୋରେଟ ନିଯୁକ୍ତି ଡ୍ରାଇଭ ହେବ। ଏହା ଧାତୁ, ଖଣି, ତୈଳ ଓ ଗ୍ୟାସ୍‌ ଉଦ୍ୟୋଗର ବିଭିନ୍ନ ବ୍ୟବସାୟରେ ୧୦୦୦ରୁ ଅଧିକ ବାଳିକାଙ୍କୁ ନିଯୁକ୍ତି ଦେବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ବେଦାନ୍ତ ଆଲୁମିନିୟମର ଲାଞିଗଡ଼ଠାରେ ୪୦ଜଣ ବାଳିକାଙ୍କୁ ନିଯୁକ୍ତି ଦେଇଥିବା ଜଣାପଡ଼ିଛି। ବିଶେଷକରି କମ୍ପାନୀ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲାପାଳ ପି. ଅନ୍ବେଶା ରେଡି, ଅତିରିକ୍ତ ଜିଲାପାଳ ଡ. ବିଶ୍ୱଜିତ ଦାସ, ବିଡିଓ ଜିତେନ୍ଦ୍ର ମିଶ୍ରଙ୍କ ସମେତ ବେଦାନ୍ତ ଲିଃ ଡେପୁଟି ସିଇଓ ଆଲୁମିନିୟମ ବିଜ୍‌ନେସ୍‌ ଜି.ଜି.ପାଲ ଏବଂ ସିଏଚ୍‌ଆର୍‌ଓ ଦିଲୀପ କୁମାର ସିହ୍ନା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ ରାୟଗଡ଼ା ଓ କଳାହାଣ୍ଡି ଜିଲାର ୧୦ ପଞ୍ଚାୟତର ସଦସ୍ୟଙ୍କ ଉପସ୍ଥିତିରେ ମନୋନୀତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଲିଃର ଡେପୁଟି ସିଇଓ (ଆଲୁମିନା ବ୍ୟବସାୟ) ଜି.ଜି.ପାଲ କହିଛନ୍ତି, ଉକ୍ତ ପ୍ରକଳ୍ପ ହେଉଛି ଆମର ଚେୟାରମ୍ୟାନ ଅନୀଲ ଅଗ୍ରୱାଲଙ୍କ ଏକ ଦୂର ଦୃଷ୍ଟିସମ୍ପନ୍ନ ପଦକ୍ଷେପ, ଯାହା ଭାରତର ଦୂରବର୍ତ୍ତୀ ଅଞ୍ଚଳରେ ରହୁଥିବା ଆଶାୟୀ ଯୁବତୀମାନଙ୍କୁ ସଶକ୍ତୀକରଣ କରିବା ସହ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଆମର ୪୦ଜଣ ବାଳିକା ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଛନ୍ତି। ସେମାନଙ୍କୁ ଆମେ ସ୍ବାଗତ କରୁଛୁ ଓ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ। ସେହିଭଳି ଲାଞିଗଡ଼ ବିଧାୟକ ଦିଶାରୀ କହିଛନ୍ତି, ଗୋଷ୍ଠୀର ବିକାଶ ପାଇଁ ବେଦାନ୍ତର ଅପାର ଅବଦାନ ରହିଛି। ଏଭଳି ଏକ ପଦକ୍ଷେପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଝିଅମାନେ ଉତ୍ସାହିତ ହେବେ।
ଏହି ପଦକ୍ଷେପ ଜୀବିକା ନିର୍ବାହ ପାଇଁ ସାମାଜିକ ସୀମା ଭାଙ୍ଗିବ ଓ ପିଲାମାନେ ନିଜକୁ ହେୟ ମନେ ନ କରି ବୃତ୍ତିଗତ କ୍ଷେତ୍ରରେ ସୁଦୃଢ଼ କରିବାକୁ ଆଗେଇ ଆସିବେ। ସେହିପରି ପି.ଅନ୍ବେଶା ରେଡି କହିଥିଲେ, ଦେଶରେ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତର ଏହା ଏକ ନିଆରା କାର୍ଯ୍ୟକ୍ରମ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ବହୁ ଯୁବତୀ କର୍ମନିଯୁକ୍ତି ପାଇପାରିବା ସହ ସେମାନଙ୍କ ମନୋବଳ ବୃଦ୍ଧି ପାଇବ। ମୁଁ ନବ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଉଛି।
ଉଲ୍ଲେଖଯୋଗ୍ୟ ଓଡ଼ିଶା, ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, କର୍ନାଟକ, ଗୋଆ ଭଳି ସ୍ଥାନରେ କମ୍ପାନୀର ଧାତୁ, ଖଣି ଏବଂ ତୈଳ ଓ ଗ୍ୟାସ୍‌ ବ୍ୟବସାୟିକ କାର୍ଯ୍ୟରେ ନବନିଯୁକ୍ତ ବାଳିକାମାନଙ୍କୁ ନିଯୁକ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri