ବେଦାନ୍ତ ପକ୍ଷରୁ ଅନ୍‌ଲାଇନ ଗ୍ୟାଲେରିର ଶୁଭାରମ୍ଭ

ଭୁବନେଶ୍ୱର,୨୦।୪: ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ଐତିହ୍ୟ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର କାର୍ଯ୍ୟକ୍ଷେତ୍ର ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଗୋଷ୍ଠୀର କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଅନ୍‌ଲାଇନ ଗ୍ୟାଲେରିର ଶୁଭାରମ୍ଭ କମ୍ପାନୀ ୱେବ୍‌ସାଇଟ ଜରିଆରେ କରାଯାଇଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ ବିଜ୍‌ନେସ) ରାହୁଲ ଶର୍ମା କହିଛନ୍ତି, ସ୍ଥାନୀୟ ହସ୍ତଶିଳ୍ପର ବିକାଶ ଲାଗି ଆମେ ଅନ୍‌ଲାଇନ ଗ୍ୟାଲେରିର ଶୁଭାରମ୍ଭ କରିଛୁ। ବିଶେଷକରି ଡୋକ୍ରା ଓ ସଉରା ପରି ସମୃଦ୍ଧ କଳାକୃତି ଆମ ଐତିହ୍ୟର ଏକ ବଳିଷ୍ଠ ପ୍ରମାଣ। ଏପରିକି ଆମେ ଏକ ଇକୋସିଷ୍ଟମ ଜରିଆରେ ସେମାନଙ୍କୁ ପ୍ରୋତ୍ସାହିତ କରି ଆସୁଛୁ।
ଅପରପକ୍ଷରେ ଓଡ଼ିଶା ଗ୍ରାମୀଣ ବିକାଶ ଓ ମାର୍କେଟିଂ ସୋସାଇଟି (ଓର୍‌ମାସ) ମାଧ୍ୟମରେ ରାଜ୍ୟ ସରକାରଙ୍କ ସହ କାର୍ଯ୍ୟ କରି ବେଦାନ୍ତ ଆଲୁମିନିୟମ ଡୋକ୍ରା ଓ ସଉରା କଳାକାରମାନଙ୍କୁ ସରକାରୀ ପ୍ରାୟୋଜିତ ଗ୍ୟାଲେରି ଓ ପ୍ରଦର୍ଶନୀରେ ସେମାନଙ୍କ ଉପତ୍ାଦର ପ୍ରଦର୍ଶନୀ କରୁଛି। ଏପରିକି ସରକାରୀ ସହାୟତା କଳାକାରମାନଙ୍କୁ ଯୋଗାଇ ଦିଆଯାଉଛି। ସେହିଭଳି ଛତିଶଗଡ଼ରେ ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଥିବା ମୂର୍ତ୍ତିକଳା କାରିଗରଙ୍କୁ ସହାୟତା ଯୋଗାଉଛି। ଉଲ୍ଲେଖଯୋଗ୍ୟ, ଡୋକ୍ରା ହେଉଛି ଏକ ସୂକ୍ଷ୍ମ ଧାତୁ କଳା, ଯାହା ସିନ୍ଧୁ ଉପତ୍ୟକା ସଭ୍ୟତାର ନିଦର୍ଶନ ଓ ପ୍ରାୟ ୫୦୦୦ ବର୍ଷ ପୂର୍ବେ ଏହି କଳା ଭାରତର ପ୍ରାଚୀନ ଶିଳ୍ପ କଳାର ନିଦର୍ଶନ। ଏହା କଳାହାଣ୍ଡି ଜିଲା କାଙ୍କେରୀ ଗ୍ରାମରେ ଜୀବିତ। ଏଠାକାର ବହୁ କାରିଗର ସେମାନଙ୍କ କଳା ଶିଳ୍ପର ପ୍ରକୃତ ପ୍ରୋତ୍ସାହନ ନ ପାଇ କାମଧନ୍ଦା ଅନ୍ବେଷଣରେ ବାହାରକୁ ଚାଲିଯାଉଥିଲେ। ଏଠାରେ ଏହି ଶିଳ୍ପକୁ ପୁନର୍ଜୀବିତ କରିବା ଲାଗି ବେଦାନ୍ତ ଆଲୁମିନିୟମ ପାରମ୍ପରିକ ଶୈଳୀ ବ୍ୟବହାରକରି ସମସାମୟିକ ଡିଜାଇନ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା। ପ୍ରଥମରୁ ଏହିସବୁ ଶିଳ୍ପୀ ପ୍ରାକୃତିକ ଉପାଦାନରୁ କଳା ଶିଳ୍ପ ପ୍ରସ୍ତୁତ କରୁଥିଲେ ଏବଂ ସେମାନେ ପ୍ରକୃତିର ଉପାଦାନ, ଦେବତା ଓ ପୂର୍ବପୁରୁଷମାନଙ୍କୁ କଳା ମାଧ୍ୟମରେ ଚିତ୍ରିତ କରୁଥିଲେ। ଏହି ପ୍ରାଚୀନ କଳା ରୂପକୁ ବଞ୍ଚାଇ ରଖିବା ଲାଗି ବେଦାନ୍ତ ସ୍ଥାନୀୟ କଳାକାରମାନଙ୍କ ଦକ୍ଷତା ବୃଦ୍ଧି, ପାରିଶ୍ରମିକ, ବଜାର ଚାହିଦା ପାଇଁ ଆବଶ୍ୟକ କାର୍ଯ୍ୟ କରୁଛି। ବିଶେଷକରି ସ୍କୁଲ ଛାତ୍ରୀଛାତ୍ରମାନଙ୍କ ପାଇଁ ସଉରା କଳା ଉପରେ ସ୍ବତନ୍ତ୍ର ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri