‘ଆମ ପରି ଦୁଃଖ ଆଉ କିଏ ନ ଭୋଗୁ’; ବିଡେକାରେ ଆରମ୍ଭ ହେଲା…

ଭଞ୍ଜନଗର,୧।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଜଳ ସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା)ରେ ଶୁକ୍ରବାର ମୃତଦେହ ସଂରକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶବ ସଂରକ୍ଷଣ ମେଶିନ ଓ କାଗଜପତ୍ର ବିଡେକା ସମ୍ପାଦକ ଇଞ୍ଜିନିୟର ସନ୍ତୋଷ କୁମାର ଗୌଡଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଭଞ୍ଜନଗର ଏନ୍‌ଏସି ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡି, ରୋଟାରୀୟନ ଶ୍ରୀରାମ ପାଳ, ଲୁନା ପାଳ, ବିଡେକାର ବରିଷ୍ଠ କର୍ମକର୍ତ୍ତା ଅନ୍ତର୍ଯ୍ୟାମୀ ପଣ୍ଡା , ଓକିଲ ଖରାଶୁ ଶେଖର ଦାସ, ମୋତିଲାଲ ପତି, ମୁରଲୀ ପଣ୍ଡା, ଶିବରାମ ନାୟକ , ବାଳକୃଷ୍ଠ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଗତବର୍ଷ ଆଜିର ଦିନରେ ଭଞ୍ଜନଗର ରେଡକ୍ରସ ରୋଡ ବାସିନ୍ଦା ଶ୍ରୀରାମ ପାଳଙ୍କ ମାତା ପ୍ରେମଲତା ପାଳଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ମୃତଦେହକୁ କିଛିଦିନ ସଂରକ୍ଷଣ କରି ରଖିବାର ଆବଶ୍ୟକତା ଥିଲା। କାରଣ ତାଙ୍କର ପରିବାରର ଅଧିକାଂଶ ସଦସ୍ୟ ବିଦେଶରେ ରହୁଥିଲେ। ତେଣୁ ସେମାନେ ଶେଷ ଦର୍ଶନ କରିବା ପାଇଁ ମୃତଦେହକୁ କିଛିଦିନ ରଖିବାର ଆବଶ୍ୟକତା ଥିଲା। କିନ୍ତୁ ଏଥିପାଇଁ ଭଞ୍ଜନଗରରେ ବେସରକାରୀ ଭାବେ ଆବଶ୍ୟକ ଫ୍ରିଜ ନ ଥିଲା। ତେଣୁ ଅନ୍ୟ ସହରରୁ ମୃତଦେହସଂରକ୍ଷଣ କରି ରଖିବା ପାଇଁ ଫ୍ରିଜ ଭଡ଼ାରେ ଅଣାଯାଇଥିଲା। କିନ୍ତୁ ଭଡ଼ା ବହୁତ ଅଧିକ ଲାଗିଥିଲା। ତେଣୁ ଉକ୍ତ ଦୁଃଖ ଆମ ଅଞ୍ଚଳର ଆଉ କିଏ ଯେଭଳି ନ ଭୋଗିବ ସେଥିପାଇଁ ପାଳ ପରିବାର ପକ୍ଷରୁ ଏକ ନୂଆ ମେଶିନ ଶୁକ୍ରବାର ବିଡେକାକୁ ପ୍ରଦାନ କରାଯାଇଥିଲା। ବିଧାୟକ ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଶିନ ପ୍ରଦାନ କରିଥିଲେ। ଏଣିକି ମୃତଦେହ ସଂରକ୍ଷଣ କରି ରଖିବା ଭଞ୍ଜନଗରରେ ଆଉ ସମସ୍ୟା ରହିବ ନାହିଁ। ଏହି କାର୍ଯ୍ୟକ୍ରମ ପରେ ବିଡେକା ସମାଜସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି।
ସୂଚନାଯୋଗ୍ୟ, ଭଞ୍ଜନଗର ଜଳସେଚନ  ବିଭାଜନ କାର୍ଯ୍ୟାଳୟର କର୍ମଚାରୀମାନେ ମିଶି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ (ବିଡେକା) ଗଠନ କରିଛନ୍ତି। ବିଡେକା ଗଠନର ମୂଳ ଲକ୍ଷ୍ୟ ହେଲା ସମାଜସେବା କରିବା। ତେଣୁ କର୍ମଚାରୀ ମାନେ ପ୍ରତି ମାସରେ ନିଜ ଦରମାରୁ କିଛି ପାରିଶ୍ରମିକ ସେବା କାର୍ଯ୍ୟରେ ଲଗାଇବା ପାଇଁ ଅର୍ଥ ଦାନ କରନ୍ତି। ଉକ୍ତ ଅର୍ଥରେ ଗରିବ ଛାତ୍ରୀଛାତ୍ରଙ୍କୁ ପାଠ ପଢିବାକୁ ସହାୟତା ଦିଆଯାଇଛି। ଆମ୍ବୁଲାନ୍ସ ସେବା ଚାଲିଛି। ଆଗକୁ ବୃଦ୍ଧଶ୍ରମ ହେବାର ପ୍ରଚେଷ୍ଟା ଚାଲିଛି। ଓଡ଼ିଶା ପ୍ରସିଦ୍ଧ ବେଲେଶ୍ୱର ମନ୍ଦିର ପ୍ରତିଷ୍ଠା ହୋଇଛି। ବିଡେକା ପାନ୍ଥ ନିବାସ ନିର୍ମାଣ ହୋଇଛି। ଗରିବ ଲୋକଙ୍କୁ ଆତ୍ମନିର୍ଭରଶିଳ କରିବା ପାଇଁ ସେମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ବିଜୁ ଜୟନ୍ତୀରେ ମେଗା ରକ୍ତଦାନ ଶିବିର ହେଉଛି। ବର୍ତ୍ତମାନ ଜଗନ୍ନାଥ ମନ୍ଦିର ନିର୍ମାଣ ଚାଲିଛି। ଏହିଭଳି ଅନେକ ଜନହିତକର କାର୍ଯ୍ୟକ୍ରମ ବିଡେକା କରି ଅଞ୍ଚଳରେ ସୁନାମ ଅର୍ଜନ କରିଛି। ଆଗକୁ ଆହୁରି ଅନେକ ସେବା କାର୍ଯ୍ୟ କରିବା ପାଇଁ ବିଡେକା ଲକ୍ଷ୍ୟ ରଖିଥିବା ଜଣାପଡିଛି ।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri