ମେଶିନ ଲର୍ନିଂ ଅନ୍‌ରାମ୍ପର ଶୁଭାରମ୍ଭ

ଭୁବନେଶ୍ୱର,୩।୯: ମାଥ୍‌ୱାର୍କସ ଇଣ୍ଡିଆ ଏବଂ ଆଇଇଇଇ ଭୁବନେଶ୍ୱରର ମିଳିତ ସହଯୋଗରେ ଏକ ଅତ୍ୟାଧୁନିକ ପ୍ଲାଟ୍‌ଫର୍ମ ‘ମେଶିନ ଲର୍ନ ଅନ୍‌ରାମ୍ପ’ର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉଭୟ ସଂସ୍ଥା ପକ୍ଷରୁ ଏକ ଦିନିକିଆ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା। ବିଶେଷକରି ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଏମ୍ବ୍ରାସିଂ ଏଆଇ-ଶିଳ୍ପ, ଏକାଡେମିଆ ଓ ଷ୍ଟାର୍ଟଅପ୍‌ ସଫଳତା ପାଇଁ ଅପ୍‌ସ୍କିଲିଂ ଉପରେ କାର୍ଯ୍ୟ ଉଦ୍ଦେଶ୍ୟରେ ପ୍ରଯୁକ୍ତିବିଦ୍ୟାକୁ ସୁଯୋଗ ଦେବା ଲାଗି ଉକ୍ତ କର୍ମଶାଳା ଭୁବନେଶ୍ୱରଠାରେ ଆୟୋଜିତ ହୋଇଥିଲା। ଏ ସମ୍ପର୍କରେ ମ୍ୟାଥ୍‌ୱାର୍କସର ନିର୍ଦ୍ଦେଶକ (ଇଏସ୍‌) ଜୟନ୍ତ ଭାଦୁରିଆ କହିଛନ୍ତି, ଉକ୍ତ କାର୍ଯ୍ୟକ୍ରମରେ ସକାରାତ୍ମକ ପ୍ରତିକ୍ରିୟା ଓ ଯୋଗଦାନ ଦେଖି ବହୁତ ଖୁସି ଲାଗିଲା। ବିଭିନ୍ନ ଶିଳ୍ପର କମ୍ପାନୀଗୁଡ଼ିକ ସହ ଆମର ବ୍ୟାପକ ଅଭିଜ୍ଞତା ଆମକୁ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଛି। ଏପରିକି ଶିଳ୍ପ ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମ ଡିଜାଇନ କରିବାକୁ ଶିକ୍ଷା ବିଶେଷଜ୍ଞଙ୍କୁ ସକ୍ଷମ କରିଥାଏ। ସେହିଭଳି ଆଇଇଇଇ ଭୁବନେଶ୍ୱରର ଅଧ୍ୟକ୍ଷ ଡ. ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ କହିଥିଲେ, ଏଆଇ କ୍ଷେତ୍ରରେ ଜ୍ଞାନ ଓ ଧାରଣା ଆଦାନପ୍ରଦାନକୁ ସହଜ କରି ଆମର ମିଶନ ହାସଲ କରିବାରେ ଏହି ସେମିନାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମ୍ୟାଥ୍‌ୱାର୍କସ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ, ଯାହା ଆମକୁ ବିଶେଷଜ୍ଞ ଓ ଉତ୍ସାହୀମାନଙ୍କୁ ଏକତ୍ର କରିବାକୁ ଅନୁମତି ଦେଇଛି। ଯାହା ଅଧିକାଂଶ ପ୍ରମୁଖ ଶିଳ୍ପଗୁଡ଼ିକରେ ଟେକ୍‌ନୋଲୋଜିର ପରିବର୍ତ୍ତନଶୀଳ ଦିଗ ଓ ଶକ୍ତି ଅନୁସନ୍ଧାନ କରିବ। ଉକ୍ତ କାର୍ଯ୍ୟକ୍ରମରେ ମ୍ୟାଥ୍‌ୱାର୍କର ବିଶେଷଜ୍ଞମାନେ ବିଭିନ୍ନ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଯେପରିକ ମାଟଲାବ ଓ ସିମୁଲିଙ୍କ କିପରି ଶିଳ୍ପ ଗୁଡ଼ିକରେ ଏଆଇ ଉଦ୍ଭାବନକୁ ପ୍ରୋତ୍ସାହିତ କରନ୍ତି ଓ ଅତ୍ୟାବଶ୍ୟକ କୌଶଳ ସହିତ କର୍ମଜୀବୀ ପ୍ରସ୍ତୁତ କରନ୍ତି। ବିଶେଷକରି ଉକ୍ତ ସେମିନାରରେ ମ୍ୟାଥ୍‌ୱାର୍କସ ଇଣ୍ଡିଆର ଚନ୍ଦନ ପରମାଣିକ ଓ ଆଇଆଇଟି ବିବିଏସ୍‌ଇର ସ୍କୁଲ ଅଫ୍‌ ଇଲେକ୍ଟ୍ରିକାଲ ସାଇନ୍ସ ପ୍ରଫେସର ତଥା ଆଇଇଇଇ ବିବିଏସ୍‌ ମ୍ୟାଥ୍‌ୱାର୍କସ ବିଶେଷଜ୍ଞ ତଥା ଅଧ୍ୟକ୍ଷ ଡ.ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟଙ୍କ ଦ୍ୱାରା ଏକ ବିଶିଷ୍ଟ ଉପସ୍ଥାପନା ଆୟୋଜନ କରାଯାଇଥିଲା। ଡ. ମୋନାଲିସା ପାଲ ଓ ନିକିତା ପିଣ୍ଟୋ ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାରିକ ଜ୍ଞାନ ପ୍ରୟୋଗ ପ୍ରଦର୍ଶନ କରିଥିଲେ। ପରିଶେଷରେ ଡ. ପ୍ରଦନ୍ୟା ଗୋଏଙ୍କର ଓ ଡ.ଦେବୀ ପ୍ରସାଦ ଡୋଗ୍ରା ଏଆଇ ଲ୍ୟାଣ୍ଡସ୍କେପ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ ଅଧିବେଶନ ବ୍ୟତୀତ ପ୍ରତିନିଧି ଓ ବକ୍ତାମାନେ ଭାରତରେ ବିଭିନ୍ନ ଦକ୍ଷତା ପଦକ୍ଷେପ ବିଷୟରେ ଏକ ଖୋଲା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri