Categories: ବାଣିଜ୍ୟ

ଆଇଓଟି ସ୍ମାର୍ଟ ସେଣ୍ଟ୍ରାଲ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୮।୨: ଦେଶର ଅଗ୍ରଣୀ ଟେଲିକମ୍‌ କମ୍ପାନି ଭୋଡାଫୋନ୍‌ ଆଇଡିଆ ଲିମିଟେଡ୍‌ (ଭିଆଇଏଲ୍‌)ର ବ୍ରାଣ୍ଡ୍‌ ୱିର ସଂସ୍ଥାଗତ ଶାଖା ୱି ବିଜନେସ୍‌ ପକ୍ଷରୁ ୱି ବିଜନେସ୍‌ ଆଇଓଟି ସ୍ମାର୍ଟ ସେଣ୍ଟ୍ରାଲ୍‌ର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ଭୋଡାଫୋନ୍‌ ଆଇଡିଆର ଇଭିପି ଓ ଆଇଓଟି ବ୍ୟବସାୟ ମୁଖ୍ୟ ଅମିତ ଶତପଥୀ କହିଛନ୍ତି, ଆଇଓଟିର ବର୍ଦ୍ଧିତ ଗ୍ରହଣୀୟତା ଯୋଗୁଁ ଆଗାମୀ ଦଶନ୍ଧିରେ ଏକ ବ୍ୟାପକ ଆଇଓଟି ବ୍ୟବସ୍ଥା ଦେଖିବାକୁ ମିଳିବ, ଯେଉଁଥିରେ କୋଟି କୋଟି ଡିଭାଇସ୍‌ ଯୋଡ଼ି ହୋଇ ରହିବ। ଭାରତର ଆଇଓଟି କ୍ଷେତ୍ରରେ ଆମର ଦୃଢ଼ ନେତୃତ୍ୱ ଓ ଦକ୍ଷତାକୁ ନେଇ ସେହି ପ୍ରଗତିକୁ ଆମେ ଶୁଭାରମ୍ଭ କରିଥିବା ୱି ବିଜନେସ୍‌ ଆଇଓଟି ସ୍ମାର୍ଟ ସେଣ୍ଟ୍ରାଲ୍‌ ସହଯୋଗ କରିବ। ଏକ ସ୍ମାର୍ଟ ଓ କନେକ୍ଟେଡ୍‌ ଦୁନିଆରେ ଏହି ଭବିଷ୍ୟତ ଲାଗି ପ୍ରସ୍ତୁତ ପ୍ଲାଟଫର୍ମ ସଂସ୍ଥାଗୁଡ଼ିକୁ ଆଇଓଟିର ଶକ୍ତିକୁ ବ୍ୟବହାର କରିବାରେ ସହାୟକ ହେବ।

Share