‘ହେଲ୍‌ଥ ଏଜ୍‌ ଇନ୍‌ସ୍ୟୁରାନ୍ସ’ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୭।୪: ଭାରତର ପ୍ରମୁଖ ଜେନେରାଲ ବୀମା ସେବା ପ୍ରଦାନକାରୀ କମ୍ପାନୀ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ସମ୍ପୂର୍ଣ୍ଣ କଷ୍ଟମାଇଜେବଲ ଡିଜିଟାଲ ସ୍ବାସ୍ଥ୍ୟ ଉପତ୍ାଦ ‘ହେଲ୍‌ଥ ଏଜ୍‌ ଇନ୍‌ସ୍ୟୁରାନ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ୯ଟି ମୌଳିକ କ୍ଷତିପୂରଣ କଭର ଏବଂ ୧୮ଟି ଇଚ୍ଛାଧୀନ କଭର ସହ ଏକ ବ୍ୟାପକ ପ୍ଲାନ୍‌ ଅଫର ପ୍ରଦାନ କରୁଛି। ବିଶେଷକରି ଗ୍ରାହକମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଏକ ଟେଲର ମେଡ୍‌ ସ୍ବାସ୍ଥ୍ୟ ବୀମା ପଲିସି ଡିଜାଇନ କରିବାକୁ ଏହା ଅନୁମତି ଦେଇଥାଏ। ଫଳରେ ଗ୍ରାହକମାନଙ୍କୁ ଏହା ଏକ ସୁବିଧାଜନକ ଏବଂ ଚିନ୍ତାମୁକ୍ତ ଅଭିଜ୍ଞତା ପ୍ରଦାନ କରିଥାଏ। ସେହିଭଳି ୩ ବର୍ଷ ପର୍ଯ୍ୟନ୍ତ ଦୀର୍ଘକାଳୀନ ପଲିସି ବିକଳ୍ପ ସହ ଉକ୍ତ ପଲିସି ଏକାଧିକ ରାଶି ବୀମା ବିକଳ୍ପ ସହ ୩ ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିଥାଏ। ବିଶେଷକରି ଦୀର୍ଘମିଆଦୀ ପଲିସି ୩ ବର୍ଷ ପାଇଁ ଉପଲବ୍ଧ ରହିଛି। ଉଲ୍ଲେଖଯୋଗ୍ୟ, ହେଲ୍‌ଥ ଏଜ୍‌ ପଲିସି କିଣିବା ପାଇଁ ପ୍ରବେଶ ବୟସ ଧାର୍ଯ୍ୟ କରାଯାଇଛି। ବୟସ୍କମାନଙ୍କ ପାଇଁ ୧୮ ରୁ ୬୫ ବର୍ଷ ଏବଂ ପିଲାମାନଙ୍କ ପାଇଁ ୯୧ଦିନ ରୁ ୩୦ ବର୍ଷ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ ରହିଛି। ଏ ସମ୍ପର୍କରେ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସର ହୋଲ୍‌-ଟାଇମ୍‌ ନିର୍ଦ୍ଦେଶକ ଆନନ୍ଦ ପେଜୱାର କହିଥିଲେ, ଆମେ ଗ୍ରାହକମାନଙ୍କୁ ଏକ ସରଳୀକୃତ ଏବଂ ଅଭିନବ ରିସ୍କ ସମାଧାନ ଯୋଗାଇଦେବାରେ ସର୍ବଦା ଆଗରେ ରହିଛୁ, ଯାହା ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିଥାଏ। ବିଶେଷକରି ସ୍ବାସ୍ଥ୍ୟସେବାକୁ ସୁଲଭ ତଥା ସରଳ ଭାବେ ଦେଶର ବିଭିନ୍ନ ଅଞ୍ଚଳରେ ଉପଲବ୍ଧ କରାଇବା ପାଇଁ ଏକ ଉଦ୍ଦେଶ୍ୟ ସହିତ ଆମେ ହେଲ୍‌ଥ ଏଜ୍‌ ଇନ୍‌ସ୍ୟୁରାନ୍ସର ଶୁଭାରମ୍ଭ କରିଛୁ। ସେହିଭଳି ଏହା ଆମର ଗ୍ରାହକମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଉତ୍ପାଦ ଯୋଗାଇବା ସହ ସେମାନଙ୍କର ପସନ୍ଦର ପ୍ଲାନ୍‌ ପ୍ରସ୍ତୁତ କରିବାକୁ ସକ୍ଷମ କରିବ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri