ଓଲା ପକ୍ଷରୁ ‘ଫ୍ରିଡମ୍‌ ଏଡିଶନ’ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୯।୮:ଦେଶର ପ୍ରମୁଖ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ କମ୍ପାନୀ ଓଲା ଇଲେକ୍‌ଟ୍ରିକ୍‌ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ଓଲା ଏସ୍‌୧ ସ୍କୁଟରର ଶୁଭାରମ୍ଭ କରାଯାଇଛି ା ସେହିଭଳି ଓଲା ଏସ୍‌୧ ପ୍ରୋରେ ଖାକି ଗ୍ରୀନ୍‌ କଲରରେ ‘ଫ୍ରିଡମ୍‌ ଏଡିଶନ’ର ମଧ୍ୟ ଉନ୍ମୋଚନ କରାଯାଇଛି। ଏହା ନିଜ ବର୍ଗରେ ସବୁଠାରୁ ଆଡ୍‌ଭାନ୍ସଡ୍‌ ସ୍କୁଟର। ପୋର୍କେଲେନ୍‌ ହ୍ବାଇଟ୍‌, ଜେଟ୍‌ ବ୍ଲାକ୍‌, ନିଓ ମିଣ୍ଟ୍‌, କୋରାଲ ଗ୍ଲାମ୍‌ ଓ ଲିକ୍ୱିଡ୍‌ ସିଲ୍‌ଭର ରଙ୍ଗରେ ଉପଲବ୍ଧ ଏସ୍‌୧କୁ ୯୯,୯୯୯ ଟଙ୍କାର ଏକ ପ୍ରାରମ୍ଭିକ ମୂଲ୍ୟରେ ଶୁଭାରମ୍ଭ କରାଯାଇଛି। ଏହି ‘ଫ୍ରିଡମ୍‌ ଏଡିଶନ’କୁ ଓଲା ଆପ୍‌ର ବ୍ୟବହାର କରି କ୍ରୟ କରାଯାଇପାରିବ। ଏକ ୩କେଡବ୍ଲ୍ୟୁଏଚ୍‌ ଲିଥିୟମ-ଆୟନ ବ୍ୟାଟେରି ପ୍ୟାକ୍‌ରେ ସୁସଜ୍ଜିତ ଓଲା ଏସ୍‌୧ ୧୩୧ କିଲୋମିଟରର ଏକ ଏଆର୍‌ଏଆଇ ସାର୍ଟିଫାଏଡ୍‌ ରେଞ୍ଜ୍‌ ହାସଲ କରିଛି। ନୂଆ ଓଲା ଏସ୍‌ର ପ୍ରାରମ୍ଭିକ ରିଜର୍ଭେଶନ ଆଜିଠାରୁ ୪୯୯ ଟଙ୍କାରେ ଆରମ୍ଭ ହୋଇଛି। ଆଶାୟୀ ଗ୍ରାହକମାନେ ଆସନ୍ତା ସେପ୍ଟେମ୍ବର ୧ରେ ମୋଟ ପେମେଣ୍ଟ ପଇଠ କରିବାକୁ ସକ୍ଷମ ହେବେ ଏବଂ ଅନ୍ୟ ଗ୍ରାହକମାନଙ୍କ ପାଇଁ ଫୁଲ୍‌ ପେମେଣ୍ଟ ୱିଣ୍ଡୋ ଆସନ୍ତା ସେପ୍ଟେମ୍ବର ୨ରୁ ଖୋଲା ରହିବ। ୨୯୯୯ଟଙ୍କାରୁ ଆରମ୍ଭ ହେଉଥିବା ଇଏମ୍‌ଆଇ ଏବଂ ଋଣ ପ୍ରକ୍ରିୟାକରଣ ଶୁଳ୍କ ଛାଡ଼ ସହିତ ଓଲା ଏସ୍‌୧ ଗ୍ରାହକମାନେ ଏବେ ନିଜର ବହୁ ପ୍ରତୀକ୍ଷିତ ଇଭିକୁ ସହଜରେ ହାସଲ କରିପାରିବେ। ଓଲା ଏସ୍‌୧ ପାଇଁ ଡୋର୍‌ଷ୍ଟେପ୍‌ ଡେଲିଭରି ସର୍ବଭାରତୀୟ ସ୍ତରରେ ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri