କିମ୍‌ସରେ ଇଭିନିଂ କ୍ଲିନିକ ଶୁଭାରମ୍ଭ

ଭୁବନେଶ୍ୱର,୧୪।୯: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କିମ୍‌ସ ଭୁବନେଶ୍ୱରରେ ସାନ୍ଧ୍ୟ କ୍ଲିନିକର ଶୁଭାରମ୍ଭ ହୋଇଯାଇଛି। ଦିନ ତମାମ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କର୍ମଜୀବୀ ଓ ଅନ୍ୟ ସାଧାରଣ ଲୋକଙ୍କ ପାଇଁ କିମ୍‌ସରେ ଏହି କ୍ଲିନିକ ବା ସନ୍ଧ୍ୟାକାଳୀନ ଚିକିତ୍ସା ସେବାର ଆରମ୍ଭ ହୋଇଛି। ଏପରିକି କିମ୍‌ସର ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ କର୍କଟ କେନ୍ଦ୍ରରେ ଉକ୍ତ କି୍ଲନିକ ଆପତ୍‌କାଳୀନ ଚିକିତ୍ସାର ଆରମ୍ଭ ହୋଇଛି।

ଏହାଦ୍ୱାରା ଯେଉଁ ଲୋକମାନେ ଦିନ ତମାମ ବ୍ୟସ୍ତ ରହୁଛନ୍ତି ସେମାନେ ନିଜ କାମ ଶେଷ କରିବା ପରେ କିମ୍‌ସର ବିଶେଷଜ୍ଞ ଡାକ୍ତରମାନଙ୍କ ପରାମର୍ଶ ନେଇପାରିବେ। କିମ୍‌ସ ସୁପରସ୍ପେଶାଲିଟି ହସ୍ପିଟାଲ ଓ କର୍କଟ କେନ୍ଦ୍ରରେ ଅନ୍ୟ ନିୟମିତ ଓପିଡି ସେବା ସୋମବାରରୁ ଶନିବାର ପର୍ଯ୍ୟନ୍ତ ଚାଲିବ। ସେହିଭଳି ଡାକ୍ତରମାନେ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରୋଗୀ ଦେଖିବା ସହ ପ୍ରତି ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉକ୍ତ କ୍ଲିନିକ୍‌ରେ ମଧ୍ୟ ରୋଗୀ ଦେଖିବେ।

କିମ୍‌ସରେ ରୋଗୀମାନଙ୍କୁ ୨୪ଘଣ୍ଟିଆ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ କିମ୍‌ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପନା ସହ ଏହି ଇଭନିଂ କ୍ଲିିନିକ୍‌ ଆରମ୍ଭ କରାଯାଇଛି। ସାମନ୍ତ ଇଭିନିଂ କ୍ଲିିନିକ୍‌ କିମ୍‌ସକୁ ଆଉ ଏକ ରୋଗୀ ସୁଲଭ ପଦକ୍ଷେପ ଭାବରେ ପରିକଳ୍ପନା କରିଛନ୍ତି। ଏହାର ଉନ୍ନତ ଯନତ୍ ଏବଂ ଚିକିତ୍ସା ପାଇଁ ଦୂରଦୂରାନ୍ତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।

ଇଭିନିଂ କ୍ଲିନିକ୍‌ ରେ ଜେନେରାଲ ମେଡିସିନ, ଜେନେରାଲ ସର୍ଜରି, କର୍ଣ୍ଣ-ନାସା-ଗଳା, ଚକ୍ଷୁରୋଗ, ପଲମୋନାରି ମେଡିସିନ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନ୍ୟୁରୋଲୋଜି, ମାନସିକ ରୋଗ, ଏଣ୍ଡୋକ୍ରାଇନୋଲୋଜି, ର୍ୟୁମାଟୋଲୋଜି, ଚର୍ମରୋଗ, ପ୍ରସୂତି ଓ ସ୍ତ୍ରୀରୋଗ, ଅସ୍ଥିଶଲ୍ୟ, କାର୍ଡିଓଲୋଜି, ନେଫ୍ରୋଲୋଜି ଏବଂ ପ୍ରଜନନ ମେଡିସିନ (ଆଇଭିଏଫ୍‌)ର ବିଶେଷଜ୍ଞ ରୋଗୀଙ୍କୁ ପରାମର୍ଶ ଦେବେ। ଇଭିନିଂ କ୍ଲିନିକ,ସୁପରସ୍ପେଶାଲିଟି ଓପିଡି କିମ୍ବା କକର୍ଟ କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ ପାଇଁ ୦୬୭୪-୭୧୧୧୦୧୧ କିମ୍ବା ୭୬୮୨୮୦୬୫୭୧ରେ ଫୋନ୍‌କରି ଅଗ୍ରିମ ବୁକିଂ କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?