ରାମ ନବମୀରେ ଗଡିଲା ଭଦ୍ରକ-ନୟାଗଡ ମେମୁ ଟ୍ରେନ, ଶୁଭାରମ୍ଭ କଲେ ୨ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର,୩୦।୩(ବ୍ୟୁରୋ): ପବିତ୍ର ରାମ ନବମୀରେ ଭଦ୍ରକ-ନୟାଗଡ ଟାଉନ ମେମୁ ଟ୍ରେନର ଶୁଭାରମ୍ଭ ହୋଇଛି। କଟକ ରେଳ ଷ୍ଟେଶନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଥିବା ସୂଚନା ମିଳିଛି।
ଆଜି ଏହି ଟ୍ରେନ କଟକ ଷ୍ଟେଶନରୁ ଛାଡିଥିବା ବେଳେ ମାର୍ଚ୍ଚ ୩୧ରୁ ଏହା ନିୟମିତ ସେବା ଆରମ୍ଭ କରିବ। ଉଭୟ ପାର୍ଶ୍ୱର ଲୋକେ ଏହି ସେବା ପାଇ ପାରିବେ। ଦୀର୍ଘଦିନ ହେଲା ଭଦ୍ରକ ଓ ନୟାଗଡ଼ ଜିଲାର ଲୋକମାନେ ମେମୁ ଟ୍ରେନ ପାଇଁ ଦାବି କରୁଥିଲେ।