ଏୟାରଟେଲ୍‌ ଆଇକ୍ୟୁ ରିଚ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୩।୮: ଏୟାରଟେଲ୍‌ ପକ୍ଷରୁ ପ୍ରଥମ ସ୍ବୟଂ ସେବା (ସେଲ୍‌ଫ ସର୍ଭ) ମାର୍କେଟିଂ ଯୋଗାଯୋଗ ପ୍ଲାଟ୍‌ଫର୍ମ ‘ଏୟାରଟେଲ୍‌ ଆଇ କ୍ୟୁ ରିଚ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ବ୍ୟାବସାୟିକ ସଂସ୍ଥା-ବ୍ରାଣ୍ଡ୍‌ଗୁଡ଼ିକୁ ବ୍ୟକ୍ତିଗତ ଯୋଗାଯୋଗ ଜରିଆରେ ପୂର୍ବ ନିର୍ଦ୍ଧାରିତ ଗ୍ରାହକବର୍ଗଙ୍କୁ ପରିଚାଳନା କରିବାରେ ସକ୍ଷମ କରିବ।
ଏ ସମ୍ପର୍କରେ ଏୟାରଟେଲ୍‌ ବିଜ୍‌ନେସ୍‌ର ଡିଜିଟାଲ୍‌ ପ୍ରଡକ୍ଟସ୍‌ ଆଣ୍ଡ୍‌ ସର୍ଭିସେସ୍‌ ମୁଖ୍ୟ ଅଭିଷେକ ବିଶ୍ୱାଳ କହିଛନ୍ତି, ଆମେ ଯାହା ବି କିଛି କରୁଛୁ,ତା’ର କେନ୍ଦ୍ରସ୍ଥଳରେ ଗ୍ରାହକମାନେ ରହିଛନ୍ତି। ବିଶେଷକରି ଏସ୍‌ଏମ୍‌ବିମାନଙ୍କ ଗ୍ରାହକ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ସେମାନଙ୍କ ଲାଗି ଆମେ ଏୟାରଟେଲ୍‌ ଆଇକ୍ୟୁ ରିଚ୍‌କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିଛୁ। ଆମ ଗ୍ରାହକମାନେ ସେମାନଙ୍କ ଗ୍ରାହକ ସଂଗ୍ରହ ଖର୍ଚ୍ଚକୁ କମ୍‌ କରି ଏବଂ ଅଭିନବ ସମାଧାନ ଜରିଆରେ ବ୍ୟକ୍ତିଗତ ଯୋଗାଯୋଗ ସହ ଠିକ୍‌ ସମୟରେ ପ୍ରକୃତ ଗ୍ରାହକଙ୍କ ନିକଟରେ ପହଞ୍ଚତ୍ ସେମାନଙ୍କ ବ୍ୟବସାୟ ବଢ଼ାଇବା ଲାଗି ଏହି ପ୍ଲାଟ୍‌ଫର୍ମକୁ ବ୍ୟବହାର କରିପାରିବେ। ଉକ୍ତ ଅଭିଯାନର ଫଳପ୍ରଦତା ଜାଣିବାରେ ସଂସ୍ଥାଗୁଡ଼ିକୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଏହି ପ୍ଲାଟଫର୍ମ ଏକ କେନ୍ଦ୍ରୀୟ ଡ୍ୟାସ୍‌ବୋର୍ଡରେ ବାସ୍ତବ ସମୟ ତଥ୍ୟ ଓ ବ୍ୟାପକ ବିଶ୍ଳେଷଣ ପ୍ରଦାନ କରୁଛି। ମାର୍କେଟିଂ ଅଭିଯାନ ଯୋଜନା ପ୍ରସ୍ତୁତ କରିବା ବେଳେ ସଠିକ ଗ୍ରାହକ ଚିହ୍ନଟ କରିବା, ଅଭିଯାନର ଫଳପ୍ରଦତାକୁ ଟ୍ରାକ୍‌ କରିବା, ଗ୍ରାହକଙ୍କ ନିକଟରେ ପହଂଚିବା ଲାଗି ବିବିଧ ମାଧ୍ୟମର ପରିଚାଳନା କରିବା ଆଦି ବେଳେ ଦେଖା ଦେଉଥିବା ପ୍ରମୁଖ ଆହ୍ବାନଗୁଡ଼ିକୁ ସମାଧାନ କରିବାରେ ଏୟାରଟେଲ୍‌ ଆଇକ୍ୟୁ ରିଚ୍‌ ଏସ୍‌ଏମ୍‌ବିଗୁଡ଼ିକ ପାଇଁ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri