Categories: ବାଣିଜ୍ୟ

୩ଡି କଂକ୍ରିଟ ପ୍ରିଣ୍ଟିଂ ମେଶିନର ଶୁଭାରମ୍ଭ

ଭୁବନେଶ୍ୱର, ୧୯।୧୨: ଭାରତର ପ୍ରମୁଖ କଂକ୍ରିଟ ଉପାଦାନ (ଇକ୍ୟୁପ୍‌ମେଣ୍ଟସ) ନିର୍ମାଣକାରୀ ଆଜାକ ଇଞ୍ଜିନିୟରିଂର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘୩ଡି କଂକ୍ରିଟ ପ୍ରିଣ୍ଟିଂ ମେଶିନ’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ସଂସ୍ଥାର ନୂତନ ଉତ୍ପାଦ ‘୩ଡି କଂକ୍ରିଟ ପ୍ରିଣ୍ଟିଂ ଟେକ୍ନୋଲୋଜି’ କୁ ମଧ୍ୟ ଉନ୍ମୋଚିତ କରାଯାଇଛି। ଏ ସମ୍ପର୍କରେ ଆଜାକ ଇଞ୍ଜିନିୟରିଂର ସିଇଓ ତଥା ଏମ୍‌ଡି ଶୁଭବତ୍ର ସାହା କହିଛନ୍ତି, ଆମେ କମ୍ପାନୀର ନୂତନ ଉତ୍ପାଦ ଓ ମେଶିନକୁ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ। ଏପରି କି କମ୍ପାନୀ ଦ୍ୱାରା ବିକଶିତ ଏହି ନୂତନ ମେଶିନ ବିଶ୍ୱସ୍ତରୀୟ ଦକ୍ଷତା ଓ ଗୁଣବତ୍ତା ପ୍ରଦାନ ସହ ବ୍ୟବସାୟ ବୃଦ୍ଧିରେ ବ୍ୟାପକ ସହାୟକ ହେବ। ସେହିଭଳି କମ ଖର୍ଚ୍ଚ ଓ ଅଧିକ ଫଳ ପ୍ରଦାନ ସହିତ ଉଭୟ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଏକ ବ୍ୟବସାୟିକ ସମ୍ପର୍କ ବୃଦ୍ଧି କରାଇବାରେ ଉକ୍ତ ମେଶିନ ବେଶ୍‌ ଉପଯୋଗୀ ଓ କାର୍ଯ୍ୟକାରୀ ହୋଇପାରିବ।

Share