ହସ, ରୋଗ ଓ ବିନୟଭାବ

ଡ. ବାଇଧର ସାହୁ

ଚାର୍ଲି ଚାପ୍‌ଲିନ ବା ଚାର୍ଲି ଭାବରେ ସମଗ୍ର ପୃଥିବୀରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ୧୮୮୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ଜନ୍ମ ଗ୍ରହଣ କରିଥିଲେ। ପରିବାରଟି ଦରିଦ୍ର ଥିବାରୁ ସମସ୍ତଙ୍କ ଭରଣ ପୋଷଣ ପାଇଁ ତାଙ୍କ ମାଆଙ୍କୁ ମଧ୍ୟ ବାହାରର ଜଣକ ଘରେ କାର୍ଯ୍ୟ କରିବାକୁ ପଡ଼ୁଥିଲା। ମାଆଙ୍କ ସହ ମାଆଙ୍କର କାର୍ଯ୍ୟ ସ୍ଥଳୀକୁ ଚାର୍ଲି ଯାଉଥିଲେ। ଚାର୍ଲି ପିଲାଟି ଦିନରୁ ଫୁଲ ଦୋକାନରେ କାର୍ଯ୍ୟକରି ଫୁଲ ଗୁନ୍ଥିଲେ। ଛାପାଖାନାରେ କଳ ଚଳାଇବା, ସର୍କସ ଦଳରେ ମିଶି ସର୍କସ ଖେଳ ଦେଖାଇ ଲୋକଙ୍କୁ ହସାଇବା, ଶେଷରେ ଗୋଟିଏ ରଙ୍ଗମଞ୍ଚରେ ନର୍ତ୍ତକ ହେଲେ। ତାଙ୍କର ଏକୋଇଶ ବର୍ଷରେ ସେ ଏକ ନାଟକ ଦଳ ସହ ଆମେରିକା ଯାଇ ସେଠାରେ ରହିଲେ। ପୁନଶ୍ଚ ଆମେରିକାରୁ ଫେରି ଆସି ସେ ସୁଇଜରଲାଣ୍ଡରେ ସ୍ଥାୟୀବାସିନ୍ଦା ହୋଇଗଲେ। ସେ ଚଳଚ୍ଚିତ୍ର ପ୍ରସ୍ତୁତ କରି ‘ହସ’ ଶବ୍ଦଟିକୁ ବି ଶ୍ରେଷ୍ଠ ଭାବେ ଗ୍ରହଣ କରିଥିଲେ। ‘ବାରବୁଲା’ ତାଙ୍କର ଚଳଚ୍ଚିତ୍ର ଭିତରେ ଏକ ଶ୍ରେଷ୍ଠ ନାୟକ। ବିଂଶ ଶତାବ୍ଦୀରେ ସେ ପୃଥିବୀ ବାସୀଙ୍କୁ ‘ହସ’ ରସରେ ବୁଡ଼ାଇ ଏକ ଶ୍ରେଷ୍ଠ ନାଟ୍ୟକାର ଭାବରେ ସମ୍ମାନିତ ହେଲେ।
ଚାର୍ଲି ଚାପଲିନ ମଣିଷକୁ କନ୍ଦାଇବା ଚାହାନ୍ତି ନାହିଁ। ଚାର୍ଲି ଚାହାନ୍ତି ମଣିଷ ଯେତେ ଅଧିକ ସମୟ ହସିପାରିବ, ସେତେ ଅଧିକ ସୁସ୍ଥ ହୋଇ ବଞ୍ଚତ୍ପାରିବ। ଭଲ ମନ୍ଦକୁ ନିଜର ଅହଂଠାରୁ ଦୂରେଇ ରଖିଲେ ଆସିବ ହସରଧାରା, ଆନନ୍ଦରେ ସେ ସବୁ କାମ କରିପାରିବ। ଚାର୍ଲି ଚାପ୍‌ଲିନ ଏହି ମୂଳମନ୍ତ୍ରକୁ ତାଙ୍କ ଚଳଚ୍ଚିତ୍ରରେ ଏଭଳି ଭାବେ ଫୁଟାଇଲେ ଯାହା ଲୋକଙ୍କୁ କେବଳ ହସାଇଲା। ସେ ‘ବାରବୁଲା’ ଜୀବନ ସହିତ ହସକୁ ଜଡ଼ିତ କରିଦେଲେ।
ବାରବୁଲା ଏକ ମଣିଷ, ଯାହାର ମୂଳମନ୍ତ୍ର ବିନୟ ଭାବ। ଆମ ପୁରାଣରେ ଶ୍ରୀକୃଷ୍ଣଙ୍କ ବିନୟ ଭାବ ସହ ଶ୍ରୀରାମ, ଭରତ, ଶବରୀ, ଯଶୋଦା, ଗୋପୀ, ଶ୍ରୀରାଧା ସୁଦାମା ତଥା ଜୟଦେବ, ତୁଳସୀଦାସ, ପଞ୍ଚସଖା, ଶ୍ରୀଚୈତନ୍ୟ, ମୀରାବାଈ, ଦାସିଆ ବାଉରୀ ଏଇ ମହାନ୍‌ ବ୍ୟକ୍ତିଙ୍କ ମୂଳରେ ଥିଲା ବିନୟ ଭାବ। ଭଗବାନ ସର୍ବଶ୍ରେଷ୍ଠ, ମାତ୍ର ସେ ମଧ୍ୟ ଦାରିଦ୍ର୍ୟକୁ ଗ୍ରହଣ କରିଛନ୍ତି। ଦାରିଦ୍ର୍ୟରୁ ଜାତ ବିନୟ ଭାବ ଅତି କଷ୍ଟଦାୟକ। ମଣିଷ ଭିତରେ ସମ୍ବେଦନଶୀଳ ମାନବିକତା ମଣିଷକୁ ଖୁବ୍‌ ହସାଏ। ଯୁକ୍ତି କଥା, ବୁଦ୍ଧିର କଥା, ଚିନ୍ତାଶୀଳ ମନର କଥା, ଏଇସବୁ ମଣିଷର ଭିତରକୁ ଖିନ୍‌ଭିନ୍‌ କରିଦିଏ। ଏତେ ଚିନ୍ତା କରି ସମସ୍ତଙ୍କ ସହ ବିରୋଧ ଭାବ କରିବା ଫଳ ହୋଇଯାଏ ଓଲଟା। ଭଗବାନ ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ଉଲ୍ଲେଖ କରିଛନ୍ତି – ନାସତୋ ବିଦ୍ୟତେ ଭାବୋ ,ନା ଭାବୋ ବିଦ୍ୟତେ ସତଃ। ସତ୍‌ର ଅଭାବ ନାହିଁ ବା ବିନାଶ ନାହିଁ। ଅସତ୍‌ର ଉପତ୍ତ୍ତି ନାହିଁ ବା ଭାବ ନାହିଁ। ସବୁ ଭିତରେ ମଣିଷ ପ୍ରେମ ଓ ଐକ୍ୟଭାବକୁ ନେଇ ଶ୍ରୀକୃଷ୍ଣ ଗୋପୀଙ୍କ ସହ ବାରବର୍ଷ ପର୍ଯ୍ୟନ୍ତ କେବଳ ନାଚିଲେ ଗାଇଲେ, ଜୀବନକୁ କରି ଦେଲେ ଆନନ୍ଦମୟ। ଶ୍ରୀରାମ ଚଉଦ ବର୍ଷ ଭିତରେ ସ୍ନେହ ଓ ପ୍ରେମରେ ବାନ୍ଧି ଦେଲେ ବନବାସୀଙ୍କୁ। ଚାର୍ଲି ଚାପଲିନଙ୍କ ଧାରାରେ ହସ ହିଁ ଜୀବନର ବାସ୍ତବତା। ହସ ଭିତରେ ସତ ଆସେ ଅସତ ନୁହେଁ ।
ରୋଗ ସମସ୍ତଙ୍କୁ ଆକ୍ରମଣ କରେ, ସେହି ଲୋକ ରୋଗ କଥା ଭୁଲି ଯାଇ ଯେତେ ଭୁଲ କରିଥିଲେ ମଧ୍ୟ ନିଜକୁ ନିଜେ ସମାଲୋଚନା କରେ ନାହିଁ। ପୃଥିବୀ ବ୍ୟାପୀ ରୋଗଗ୍ରସ୍ତ ଜୀବନରେ ମଣିଷର ଇଚ୍ଛାଶକ୍ତି ବହୁ ପଦାର୍ଥ ଇଚ୍ଛା କରେ, ସ୍ବାସ୍ଥ୍ୟ ଓ ଜୀବନ ରକ୍ଷା, ଖାଦ୍ୟ, ନିଦ୍ରା, ଟଙ୍କା, ଯେଉଁ ପଦାର୍ଥ ଟଙ୍କା ବଦଳରେ କିଣାଯାଏ ଭବିଷ୍ୟତ ଜୀବନ ସୁଖ ସ୍ବାଚ୍ଛନ୍ଦ୍ୟ ପ୍ରଭୃତି ତା’ ଭିତରେ ଥାଏ। ବିନୟ ଭାବରେ ସବୁ କିଛି ଈଶ୍ୱରଙ୍କୁ ସମର୍ପଣ କରିଦେଲେ ରୋଗ ଆକ୍ରମଣ କରିବାକୁ ବାଟ ପାଇବ ନାହିଁ।
ଜର୍ମାନର ବର୍ଲିନ ସହରରେ ବସ୍‌ଟି ଯାଉଥାଏ, ସେଥିରେ ଜଣେ ଭାରତୀୟ ଯାଉଥାନ୍ତି ତାଙ୍କ ସହ କିଛି ଜର୍ମାନୀର ଯୁବକ ଯାଉଥାନ୍ତି। ସମସ୍ତଙ୍କଠାରୁ କଣ୍ଡକ୍ଟର ଟିକେଟ ପଇସା ନେଲେ, ମାତ୍ର ଜଣେ ଜର୍ମାନୀ ଯୁବକ ଦୁଇଟି ଟିକେଟ କାଟିଲା। ଭାରତୀୟ ପଚାରିଲେ – ଦୁଇଟି ଟିକେଟ କାଟିଲ କାହିଁକି, ଛାତ୍ରଟି ଉତ୍ତର ଦେଲା- ଗତକାଲି ମୁଁ ପଇସା ଘରୁ ଆଣି ପାରି ନ ଥିଲି। କଣ୍ଡକ୍ଟର ବିନୟର ସହ କହିଥିଲେ – ଆସନ୍ତାକାଲି ଦେଇଦେବ। କଣ୍ଡକ୍ଟର ସେହି ମୁହୂର୍ତ୍ତର କଥା ଅତି ଗୁରୁତ୍ୱ ପୂର୍ଣ୍ଣ। ସେ କହିଲେ-ମୁଁ ସନ୍ତୋଷ ପାଇଲି ଅର୍ଥାତ୍‌ ଅତି ଆନନ୍ଦିତ। ତେଣୁ ଦୁଇଟି ଟିକେଟ କାଟି ଦେଲି।
ଶ୍ରୀ ରାମକୃଷ୍ଣ ପରମହଂସ ଦକ୍ଷିଣେଶ୍ୱର ମାଆ କାଳୀଙ୍କ ମନ୍ଦିରରେ ଥିବା ସମୟରେ ସନ୍ନ୍ୟାସୀ ତୋତାପୁରୀ ସେଠାରେ ପହଞ୍ଚତ୍ଲେ। କିଛିଦିନ ରହି ରାମକୃଷ୍ଣଙ୍କୁ ପଚାରିଲେ – ମୋ ଠାରୁ ଦୀକ୍ଷା ଗ୍ରହଣ କରିବ? ରାମକୃଷ୍ଣ ଅତି ବିନୟର ସହ ଉତ୍ତର ଦେଲେ – ମାଆ କାଳୀଙ୍କୁ ପଚାରିବା ପରେ କହିବି। ତା’ପରେ ରାମକୃଷ୍ଣ କାଳୀଙ୍କୁ ଧ୍ୟାନ କରି ଏହି କଥା ଜଣାଇଲେ। ମାଆଙ୍କଠାରୁ ଉତ୍ତର ମିଳିଲା – ଏଇଥିପାଇଁ ତୋତାପୁରୀ ଆସିଛି। ରାମକୃଷ୍ଣ ଚକ୍ଷୁରୁ ଲୋତକ ବହି ଆସିଲା- ସେ ତୋତାପୁରୀଙ୍କୁ ଶ୍ରଦ୍ଧାର ସହ ପ୍ରଣାମ କରି ବିନୟର ସହ ହଁ ଭରିଲେ। କହିଲେ – ସବୁଦୋଷ ମୋର। ସନ୍ନ୍ୟାସୀ ତୋତାପୁରୀ କେବଳ ହସିଦେଲେ।
ମୋ:୯୨୩୮୮୬୯୦୦୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri