ଶେଖ ହାସିନାଙ୍କ ଚାକର ୨୮୪ କୋଟିର ମାଲିକ, ହେଲେ ନିଜ ପାଖରେ ରହିଛି ମାତ୍ର…

ଢାକା,୬।୮: : ବାଂଲାଦେଶ ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିଜ ପଦ ଛାଡିବା ଦହ ଦେଶ ଛାଡି ପଳାଇବାକୁ ବାଧ୍ୟ ହୋଇଛନ୍ତି। ବାଂଲାଦେଶରେ ହୋଇଥିବା ଆକ୍ରମଣ ପରେ ଶେଖ ହାସିନାଙ୍କ ବିଷୟରେ ସାରା ବିଶ୍ୱରେ ଅନେକ ଆଲୋଚନା ଆରମ୍ଭ ହୋଇଛି। ଦୀର୍ଘ ସମୟ ଧରି ଏକ ଦେଶର ସରକାରର ମୁଖ୍ୟ ହେବାର ରେକର୍ଡ ଶେଖ ହସିନାଙ୍କ ନାମରେ ରହିଛି। କାରଣ, ସେ ୨୦୦୯ରୁ ବାଂଲାଦେଶରେ କ୍ଷମତାରେ ଅଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଶେଖ ହାସିନାଙ୍କ ନିଟ ମୂଲ୍ୟ ତାଙ୍କ ଚାକରଙ୍କ ତୁଳନାରେ ବହୁତ କମ୍‌ ଅଟେ।

ବାସ୍ତବରେ, ନିକଟରେ ଏକ ଖବର ଆସିଥିଲା ଯେ ହାସିନାଙ୍କ ଘରେ କାମ କରୁଥିବା ଚାକର ୨୮୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ଏହି ଘଟଣାର ତଦନ୍ତ ପାଇଁ ହସିନା ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ଘରେ କାମ କରୁଥିବା ଜାହାଙ୍ଗୀର ଆଲାମ ୨୮୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ହାସଲ କରି ଆମେରିକାରେ ରହୁଥିବା ଜଣାଯାଇଛି। ପ୍ରଶ୍ନ ହେଉଛି ଯେତେବେଳେ ହସିନାଙ୍କ ଚାକରଙ୍କ ପାଖରେ ଏତେ ଟଙ୍କା ଥାଏ, ତେବେ ହାସିନାଙ୍କ ସମ୍ପତ୍ତି କେତେ ହେବ?

୨୦୨୪ ବର୍ଷ ଆରମ୍ଭରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ସମୟରେ ହାସିନା ନିର୍ବାଚନ ଆୟୋଗଙ୍କୁ ତାଙ୍କ ସମ୍ପତ୍ତିର ବିବରଣୀ ପ୍ରଦାନ କରିଥିଲେ। ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଆଫିଡେଭିଟ ଅନୁଯାୟୀ ହାସିନାଙ୍କ ମୋଟ ସମ୍ପତ୍ତି ହେଉଛି ୪.୩୬ କୋଟି ବାଂଲାଦେଶୀ ଟଙ୍କା (୩.୧୪ କୋଟି ଭାରତୀୟ ଟଙ୍କା)। ଶେଖ ହାସିନା କହିଛନ୍ତି ଯେ ତାଙ୍କ ଆୟର ଏକ ପ୍ରମୁଖ ଅଂଶ ଚାଷରୁ ଆସିଥାଏ।

ହାସିନାଙ୍କ ନାମରେ ୬ ଏକର କୃଷି ଜମି ଅଛ। ମତ୍ସ୍ୟ ଚାଷ ମଧ୍ୟ ତାଙ୍କର ରୋଜଗାରର ଉତ୍ସ। ହାସିନାଙ୍କ ପାଖରେ ଉପହାର ଭାବରେ ମିଳିଥିବା ଏକ କାର ମଧ୍ୟ ଅଛି । ପ୍ରଧାନମନ୍ତ୍ରୀ ଭାବରେ ଶେଖ ହସିନାଙ୍କୁ ବାର୍ଷିକ ଦରମା ୯,୯୨,୯୨୨.00 ଟଙ୍କା ଦରମା ମିଳୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri