Categories: ଜାତୀୟ

ବିମାନରେ ବୋମା ଥିବା କହି ଫୋନ କରିବା ପଡିଲା ମହଙ୍ଗା, ବ୍ୟକ୍ତିଙ୍କୁ ଧରିଲା ପୋଲିସ

ନୂଆଦିଲ୍ଲୀ,୨୦।୨: ଚେନ୍ନାଇ-ହାଇଦ୍ରବାଦ ଯାଉଥିବା ଏକ ବିମାନରେ ବୋମା ଥିବା କହି ଫୋନ କରିବା ବ୍ୟକ୍ତିଙ୍କ ମହଙ୍ଗା ପଡିଛି। ଫ୍ଲାଇଟ୍‌ ମିସ୍‌ କରିବା ଭୟରେ ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ କରିଥିବା ଜଣାପଡିଛି। ସୋମବାର ବୋମା ଧମକ ମିଳିବା ପରେ ହାଇଦ୍ରାବାଦ ବିମାନବନ୍ଦରରେ ଆତଙ୍କ ଖେଳିଯାଇଥିଲା। ତେବେ ବିମାନବନ୍ଦର ସୁରକ୍ଷାରେ ଥିବା ଟିମ୍‌ ବିମାନ ଯାଞ୍ଚ କରି ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରିଥିଲେ। ଏ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ଫ୍ଲାଇଟ୍‌ ମିସ୍‌ ହେବା ଭୟରେ ଜଣେ ଯାତ୍ରୀ କଲ୍‌ କରିଥିବା ପୋଲିସ ଜାଣିବାକୁ ପାଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

Share