ବିଳମ୍ବିତ ରାତିରେ ବ୍ୟାଙ୍କ୍‌ରୁ ଚୋରି

ଖୋର୍ଦ୍ଧା ଅଫିସ,୩୦।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଗୁରୁଜଙ୍ଗ ସ୍ଥିତ ୟୁକୋ ବ୍ୟାଙ୍କ୍‌ ପାଇକ ତିଗିରିଆ ଶାଖାରେ ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁବୃର୍ତ୍ତ ଉପର ଛାତ ଆଜବେଷ୍ଟସ ଭାଙ୍ଗି ବ୍ୟାଙ୍କ୍‌ ଭିତରେ ପଶି ଚୋରି କରିଥିବା ଜଣାପଡିଛି। ତେବେ ବ୍ୟାଙ୍କ୍‌ରୁ କେବଳ ଏକ ପିସିୟୁ ଚୋରି କରି ନେଇ ଯାଇଥିବା ବେଳେ ଟଙ୍କା ଟ୍ରଙ୍କ ତାଡି ଚେଷ୍ଟା କରି ବିଫଳ ହୋଇଛନ୍ତି। ବୁଧବାର ବ୍ୟାଙ୍କ୍‌ କତ୍ତୃପକ୍ଷ ବ୍ୟାଙ୍କ୍‌ ଖୋଲିବା ବେଳେ ମ୍ୟାନେଜର ଚାମ୍ବର କବାଟ ତଡା ଯାଇଥିବା ଏବଂ ଛାତ ଉପର ଆଜବେଷ୍ଟସ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଆଦର୍ଶ ଥାନା ପୋଲିସ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ଏକ୍ସପଟ ଟିମ୍‌କୁ ମଧ୍ୟ ଡକାଯାଇଥିବା ମ୍ୟାନେଜର ପିତବାସ ସାମନ୍ତରାୟ କହିଛନ୍ତି।