Categories: ଜାତୀୟ

ବାପାଙ୍କ ଆସନରୁ କ୍ୟାରିୟର ଆରମ୍ଭ କରିବେ ପୁଅ

ପଣଜୀ,୧।୧୧: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରାକ୍ତନ ପ୍ରତିରକ୍ଷାମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ପଣଜୀ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଛନ୍ତି। ଉଚ୍ଚଶିକ୍ଷିତ ବ୍ୟବସାୟୀ ଉତ୍ପଳ କହିଛନ୍ତି, ବାପାଙ୍କ ପାରମ୍ପରିକ ଆସନରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିବା ପାଇଁ ଭାଜପାକୁ ଜଣାଇଦେଇଛନ୍ତି। ଟିକେଟ ମିଳିବା ନେଇ ସେ ଆଶାବାଦୀ। ପ୍ରକାଶ ଯେ, ୨୦୧୯ ମାର୍ଚ୍ଚରେ ପାରିକରଙ୍କ ପରଲୋକ ହେବା ପରେ ଉପନିର୍ବାଚନରେ ଏହି ହାଇପ୍ରୋଫାଇଲ ଆସନକୁ କଂଗ୍ରେସର ଆଟାନାସିଓ ମୋନ୍‌ସେରେଟ ଭାଜପା ହାତରୁ ଛଡ଼ାଇନେଇଥିଲେ। ମୋନ୍‌ସେରେଟ ପରବର୍ତ୍ତୀ ସମୟରେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଥିଲେ।

Share