ବିଳମ୍ବରେ ନିଯୁକ୍ତି

Dillip Cherian

ପୂର୍ବତନ ତୈଳ ସଚିବ ତରୁନ କପୁର ପେଟ୍ରୋଲିୟମ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ ରେଗୁଲେଟୋରି ବୋର୍ଡ ବା ତୈଳ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (ପିଏନ୍‌ଜିଆର୍‌ବି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ସାଧାରଣତଃ ଶିଳ୍ପ କ୍ଷେତ୍ରରେ ଅନେକ ବର୍ଷ ପରେ ଅର୍ଥାତ ବିଳମ୍ବରେ ଯଦି ସରକାର ଏକ ନିୟାମକ ବୋର୍ଡରେ ଜଣେ ରେଗୁଲେଟରଙ୍କୁ ନିଯୁକ୍ତ କରନ୍ତି ସେଥିରେ ତାଙ୍କର ସ୍ବାର୍ଥ ନିହିତ ଥାଏ। ସେଥିପାଇଁ ଏବେ ଏହାକୁ ନେଇ ଅଏଲ୍‌ ସେକ୍ଟର ସହ ଜଡ଼ିତ ବ୍ୟକ୍ତି, ସଂସ୍ଥା ଓ କମ୍ପାନୀଗୁଡ଼ିକ ବିବ୍ରତ ହେଉଛନ୍ତି। ଏବକାର ରେଗୁଲେଟର ତୈଳ ସେକ୍ଟର୍‌ ଓ ଏହାର ସମସ୍ୟା ଉପରେ କିଛି ନୂଆ ବିଚାର ନେଇ କାମ କରିବେ କି ନାହିଁ ତାହାକୁ ନେଇ ତୈଳ ବିଜ୍‌ନେସ ସହ ଜଡ଼ିତ ସଂସ୍ଥା ବା ବ୍ୟକ୍ତିମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ବିଶେଷ କରି ପ୍ରସ୍ତାବିତ ବିପିସିଏଲ୍‌ ବିକ୍ରି ଲାଗି ଅଧିକ ପଦକ୍ଷେପ ନିଆଯାଇ ନ ଥିବାରୁ ଏଭଳି ଚିନ୍ତା ପ୍ରକାଶ ପାଇବା ସ୍ବାଭାବିକ। କିନ୍ତୁ ବଡ଼ କଥା ହେଉଛି, ସବୁ ତୈଳ କମ୍ପାନୀ ଏବଂ ନିୟାମକର ରଣନୀତିକ ଗୁରୁତ୍ୱ ଦୃଷ୍ଟିରୁ ଅଧିକାଂଶ ବ୍ୟବସାୟୀ, ସଂସ୍ଥା ଏବଂ ନିବେଶକ ବିଜ୍‌ନେସ ସଞ୍ଚାଳନରେ ଅନିଶ୍ଚିତତା ଦୂର କରିବାରେ କପୁରଙ୍କ ବିଚାର କ’ଣ ରହୁଛି ତାହା ଦେଖିବାକୁ ଚାହଁିବେ। ଗତ ନଭେମ୍ବରରେ ପିଏନ୍‌ଜିଆର୍‌ବି ଅଧ୍ୟକ୍ଷ ପଦ ଲାଗି ସରକାର ପୁନର୍ବାର ବିଜ୍ଞାପନ ପ୍ରକାଶ କରିଥିଲେ। ଏହା ଅନୁଯାୟୀ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ ( ଓଏନ୍‌ଜିସି)ର ପୂର୍ବତନ ଅଧ୍ୟକ୍ଷ ସୁଭାଷ କୁମାର ଓ ଶଶି ଶଙ୍କର ଏବଂ ଭାରତୀୟ ତୈଳ ନିଗମ ( ଆଇଓସି)ର ପୂର୍ବତନ ନିର୍ଦ୍ଦେଶକ ଜି.କେ. ସତିଶଙ୍କ ସମେତ ୧୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ କପୁରଙ୍କୁ ଚୟନ କରାଯାଇଥିଲା। ଏହି ପଦବୀରେ ଦିନେଶ କେ.ସରିଫ୍‌ ତାଙ୍କ ତିନି ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ଡିସେମ୍ବର ୨୦୨୦ରୁ ଏହା ଖାଲି ପଡ଼ିଥିଲା। କୌତୂହଳର ବିଷୟ, ଉକ୍ତ ପଦବୀ ପାଇଁ ଚୟନ କମିଟି ପ୍ରଥମେ ପୂର୍ବତନ ଶକ୍ତି ସଚିବ ଏସ୍‌.ଏନ୍‌. ଶାହିଙ୍କୁ ବାଛିଥିଲେ ମଧ୍ୟ ସରକାର ତାଙ୍କ ନିଯୁକ୍ତି ନିଶ୍ଚିତ ନ କରି ସେହି ପଦବୀ ଲାଗି ପୁନର୍ବାର ବିଜ୍ଞାପନ ଦେଇଥିଲେ।
ଆଇବି କ୍ୟାଡର ପୁନର୍ଗଠନ
ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ପୁନର୍ଗଠନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ସୁପାରିସ୍‌ କରିବାର ପାଖାପାଖି ଦୁଇବର୍ଷ ପରେ ଏବେ ପୁନର୍ବାର ଆଗକୁ ବଢିଛି। ଆଇବି କ୍ୟାଡର୍‌ର କାର୍ଯ୍ୟଧାରାକୁ ଅଧିକ ପ୍ରଭାବୀ କରିବା ଏହାର ଲକ୍ଷ୍ୟ ବୋଲି ସୂତ୍ରରୁ ଜଣାପଡ଼ିଛି। ମନ୍ତ୍ରଣାଳୟ ନିଯୁକ୍ତିର ପ୍ରବେଶ ସ୍ତରରେ ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର-II (ଏସିଆଇଓ-II)କୁ ୭,୮୯୮ରୁ ୫,୮୯୮କୁ ହ୍ରାସ କରିବାକୁ ସ୍ବୀକୃତି ଦେଇଛି। ଏସିଆଇଓ-I, ଡେପୁଟି ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର, ଆସିଷ୍ଟାଣ୍ଟ ଡାଇରେକ୍ଟର, ଜଏଣ୍ଟ ଡେପୁଟି ଡାଇରେକ୍ଟର ଏବଂ ଆଡିଶନାଲ ଡେପୁଟି ଡାଇରେକ୍ଟର ପଦବୀଗୁଡ଼ିକ ସଂଖ୍ୟା ୧,୫୫୮କୁ ବୃଦ୍ଧି କରାଯାଇଛି। ଏହା ସହ ସ୍ପେଶିଆଲ ଆସିଷ୍ଟାଣ୍ଟ ସଂଖ୍ୟା ୩,୮୪୮ରୁ ୪,୨୯୦କୁ ବୃଦ୍ଧି କରାଯାଇଛି। ନିଃସନ୍ଦେହ, ପାରପାର୍ଶିକ ସ୍ଥିତିରେ ଦ୍ରୁତ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆନ୍ତଃ ସୁରକ୍ଷା ବ୍ୟବସ୍ଥାର କ୍ଷମତା ବୃଦ୍ଧି କରିବା ପାଇଁ ଏଭଳି ପୁନର୍ଗଠନ କରାଯାଇଛି। ଆଇବି ଯେଭଳି ଦେଶ ଭିତରେ ବ୍ୟାପକ ଗୋଇନ୍ଦା ତଥ୍ୟ ସଂଗ୍ରହ କରୁଛି ଅନ୍ୟ କୌଣସି ସଂସ୍ଥା ସେଭଳି କରୁନାହଁି। ଏମ୍‌ଏଚ୍‌ଏ ସହ ଜଡ଼ିତ ଥିବାରୁ ସନ୍ତ୍ରାସବାଦ ମୁକାବିଲା କ୍ଷେତ୍ରରେ ଗୁପ୍ତ ତଥ୍ୟ ହାସଲ କରିବା ଏହାର ଦାୟିତ୍ୱ । ରାଜନୈତିକ ଏବଂ ସାମାଜିକ ବିକାଶ କ୍ଷେତ୍ରରେ ଏହାର ଭୂମିକା ରହୁଛି। ଏଥିପାଇଁ ଆଇବି ରାଜନୈତିକ ଗୁରୁଙ୍କ ବୋଲକରା ସାଜୁଛି ବୋଲି ସରକାରଙ୍କ ବିରୋଧୀମାନେ ବହୁସମୟରେ ଅଭିଯୋଗ କରୁଛନ୍ତି। ଆଇବିକୁ ଉତ୍ତମ ଏବଂ ଅଧିକ ଦକ୍ଷ ସଂସ୍ଥା ଭାବେ ଗଢ଼ି ତୋଳିବାକୁ କରାଯାଇଥିତ୍ବା କ୍ୟାଡର୍‌ ପୁନର୍ଗଠନରୁ କି ସୁଫଳ ମିଳୁଛି ତାହା ଦେଖିବାକୁ ବାକି ରହିଲା।
ଘର ଅଭାବ
ଅବସର ପରେ ବିଶେଷକରି ଯେଉଁ ବାବୁମାନଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଥାଏ ସେମାନେ ସରକାରୀ ଘରେ ରହିଥାଆନ୍ତି। ବାବୁମାନଙ୍କର ଏଭଳି ପ୍ରବୃତ୍ତି ବନ୍ଦ କରିବା ଲାଗି ମହାରାଷ୍ଟ୍ର ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଅଧିକାରୀମାନଙ୍କ ପାଇଁ ଘରର ଘୋର ଅଭାବ ରହିଥିବାରୁ ସାଧାରଣ ପ୍ରଶାସନ ବିଭାଗ(ଜିଏଡି) ଅବସର ନେଉଥିବା ଏପରିକି ଅବସର ପରେ ସରକାରୀ ଦାୟିତ୍ୱରେ ଥିବା ବାବୁମାନଙ୍କୁ ଘର ନ ଦେବା ଲାଗି ନିଷ୍ପତ୍ତି ନେଇଛି। ଜିଏଡିର ଉପ ସଚିବ ଡି.ପି. ଦେଶମୁଖ ଏହି ନିଷ୍ପତ୍ତି ହାଉସିଂ ଡିପାର୍ଟମେଣ୍ଟକୁ ଜଣାଇ ଦେଇଛନ୍ତି। ଏହି ନିଷ୍ପତ୍ତିରେ ଏବେ ଅତିକମ୍‌ରେ ଦୁଇଜଣ ବରିଷ୍ଠ ବାବୁ କେ.ଶବ୍‌ଜି ଏବଂ ଏସ୍‌.ଆର୍‌.ଜଗତାପ୍‌ ପ୍ରଭାବିତ ହୋଇଛନ୍ତି। ସେବାନିବୃତ୍ତ ପରେ ସେମାନଙ୍କୁ ମହାରେରା ଆପିଲେଟ ଟ୍ରିବ୍ୟୁନାଲର ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ଦେଶମୁଖଙ୍କ ଅନୁଯାୟୀ,ବଦଳି ହୋଇଥିବା କିମ୍ବା ଅବସର ନେଇଥିବା ୭୦ରୁ ଊର୍ଦ୍ଧ୍ୱ ବାବୁ ସେମାନଙ୍କ ସରକାରୀ ଘର ଛାଡିନାହାନ୍ତି। ଫଳରେ କାର୍ଯ୍ୟରତ ବାବୁମାନପାଇଁ ଘର ଅଭାବ ପଡ଼ୁଛି ଓ ସେମାନେ ଅଧିକାରରୁ ବଞ୍ଚିତ ଦେଉଛନ୍ତି। ବହୁ ଘଟଣାରେ ବାବୁମାନେ ଘର ବାବଦରେ ସରକାରଙ୍କୁ ଭଡ଼ା ଦେଉଛନ୍ତି ଏବଂ ଜିଏଡି ମଧ୍ୟ ସେମାନଙ୍କଠାରୁ ଦେୟ ଆଦାୟ କରିବାରେ ସଫଳ ହୋଇପରିନାହାନ୍ତି। ତେବେ ସରକାରଙ୍କର ଏବକାର ନିଷ୍ପତ୍ତି ପରେ ସ୍ଥିତି ଭିନ୍ନ ହେବ କି?
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri