ପୁତ୍ର ସନ୍ତାନର ଜନନୀ ହେଲେ ଏହି ସ୍ବର୍ଗତ ଅଭିନେତାଙ୍କ ସ୍ତ୍ରୀ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ବର୍ଗତ ଅଭିନେତା ଚିରଞ୍ଜିବୀ ସର୍ଜାଙ୍କ ଘରକୁ ଖୁସି ଫେରିଛି। ସର୍ଜାଙ୍କ ସ୍ତ୍ରୀ ମେଘନା ରାଜ ଗୁରୁବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଚିରଞ୍ଜିବୀଙ୍କ ଭାଇ ଧ୍ରୁବ ସର୍ଜା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।
ଧ୍ରୁବ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି, ବେବି ବୟ, ଜୟ ହନୁମାନ। ସେହିପରି ଧ୍ରୁବଙ୍କ ସ୍ତ୍ରୀ ପ୍ରେରଣା ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି, ମେଘନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଆପଣମାନଙ୍କ ପ୍ରାର୍ଥନା ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ବୋଲି ସେ ଲେଖିଛନ୍ତି। ବର୍ତ୍ତମାନ ଚିରଞ୍ଜିବୀଙ୍କ ଫ୍ୟାନ୍‌ପେଜ୍‌ରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଚିରଞ୍ଜିବୀଙ୍କ ଏକ ଫଟୋ ପାଖରେ ନବଜାତକ ଶିଶୁର ଫଟୋ ଦେଖିବାକୁ ମିଳୁଛି। ଏହାକୁ ଜୁନିୟର ଚିରଞ୍ଜିବୀ ସର୍ଜା ବୋଲି କୁହାଯାଉଛି।

Share