Categories: ଜାତୀୟ

ଶିବାଜୀ ପାର୍କରେ ହେବ କୋକିଳକଣ୍ଠୀଙ୍କ ଅନ୍ତିମ ସତ୍କାର

ବମ୍ବେ,୬।୨: ମା’ ସରସ୍ବତୀଙ୍କ ବିସର୍ଜନରେ ବାହୁଡ଼ିଗଲେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର। ଏହାପରେ ତାଙ୍କର ଶେଷକୃତ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଲତାଙ୍କ ପାର୍ଥିବ ଶରୀର ପ୍ରାୟ ୧୨.୩୦ ସମୟରେ ତାଙ୍କ ବାସଭବନକୁ ଅଣାଯିବ। ସେଠାରୁ ଶିବାଜୀ ପାର୍କକୁ ନିଆଯାଇ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସନ୍ଧ୍ୟା ୬.୩୦ରେ ଅନ୍ତିମ ସତ୍କାର କରାଯିବ।

ପ୍ରକାଶ ଯେ, ଲତା କରୋନାରେ ସଂକ୍ରମିତ ହେବା ପରେ ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ଶନିବାର ତାଙ୍କ ଅବସ୍ଥା ଗୁରୁତର ଥିଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। କୋକିଳକଣ୍ଠିଙ୍କ ପରଲୋକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏନେଇ ଜାତୀୟ ପତାକା ୨ ଦିନ ଲାଗି ଅର୍ଦ୍ଧନମିତ ରହିବ।

Share