ଜଣେ ରାଜକୁମାରଙ୍କ ପ୍ରେମରେ ପଡ଼ିଥିଲେ ଲତା, ଗୋଟିଏ କାରଣ ପାଇଁ ସାରା ଜୀବନ ରହିଗଲେ ଅବିବାହିତା

ମୁମ୍ବାଇ: ଭରତରତ୍ନ ପୁରସ୍କାରପ୍ରାପ୍ତ ଲତା ମଙ୍ଗେସକର ଆଉ ଆମ ସହିତ ନାହାନ୍ତି। ଲତା ୩୦ରୁ ଅଧିକ ଭାଷାରେ ଗୀତ ଗାଇଥିଲେ। ଏହା ସହିତ ସେ ଏକମାତ୍ର ଜୀବନ୍ତ ବ୍ୟକ୍ତି, ଯାହାଙ୍କ ନାମରେ ପୁରସ୍କାର ଦିଆଯାଇଥିଲା। ୯୨ ବର୍ଷ ବୟସରେ ମଧ୍ୟ ତାଙ୍କ ସ୍ବର ଜଣେ ଯୁବତୀଙ୍କଠାରୁ କମ୍‌ ନ ଥିଲା।

୨୮ ସେପ୍ଟେମ୍ବର ୧୯୨୯ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ଲତା ମଞ୍ଚ ଗାୟକ ଦୀନନାଥ ମଙ୍ଗେସକର ଏବଂ ସୁଧାମତୀଙ୍କ ଝିଅ।  ଭଉଣୀଭାଇଙ୍କ ମଧ୍ୟରେ ବଡ଼ ଥିଲେ ଲତା। ମାତ୍ର ୫ ବର୍ଷ ବୟସରେ ପିତା ସଙ୍ଗୀତରେ ତାଙ୍କୁ ତାଲିମ ଦେଇଥିଲେ। ଭଉଣୀ ଆଶା, ଉଷା ଏବଂ ମୀନାଙ୍କ ସହ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ବ୍ୟତୀତ ଲତା ପିଲାଦିନରୁ ଥିଏଟର କ୍ଷେତ୍ରରେ ମଧ୍ୟ ସକ୍ରିୟ ଥିଲେ। ଯେତେବେଳେ ଲତାଙ୍କୁ ୭ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ପରିବାର ମୁମ୍ବାଇ ଯାଇଥିଲେ। ସେହିଦିନଠାରୁ ସେଠାରେ ରହିଥିଲେ।

ଲତା ବି ଯୁବତୀ ବୟସରେ ଡଙ୍ଗରପୁର ରାଜ ପରିବାରର ମହାରାଜା ରାଜ୍‌ ସିଂଙ୍କୁ ପ୍ରେମ କରୁଥିଲେ ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା। ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକର ଏବଂ ରାଜ୍‌ ସିଂ ଭଲ ବନ୍ଧୁ ଥିଲେ। ଦୁହେଁ ଏକାଠି କ୍ରିକେଟ ଖେଳୁଥିଲେ। ଏହି ସମୟରେ ଲତାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ପରେ ଉଭୟେ ପ୍ରେମରେ ପଡ଼ିବା ସହ ଧୀରେ ଧୀରେ ନିକଟତର ହୋଇଥିଲେ।

ଲତା ଏକ ସାଧାରଣ ପରିବାରର ହୋଇଥିବାବେଳେ ଡଙ୍ଗରପୁର ରାଜ ପରିବାରର ମହାରାଜା ରାଜ୍‌ ସମ୍ଭ୍ରାନ୍ତ ପରିବାରର ଥିଲେ। ତେଣୁ ଏହି ବିବାହ କଷ୍ଟସାଧ୍ୟ ଥିଲା। ରାଜ୍‌ ତାଙ୍କ ଜୀବନରେ ଅନ୍ୟ କାହାକୁ ବିବାହ କରି ନ ଥିଲେ। ଏଥି ସହିତ ଲତା ଘରର ଦାୟିତ୍ୱ ହେତୁ ସେ ବିବାହ କରିପାରିବେ ନାହିଁ ବୋଲି ପିତାଙ୍କୁ କହିଥିଲେ। କେବଳ ଏହି ଗୋଟିଏ କାରଣ ପାଇଁ ଲତା ସାରା ଜୀବନ ଅବିବାହିତା ରହିଗଲେ।

୧୯୪୨ ମସିହାରେ ପିତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ପରେ ଲତା କିଛି ବର୍ଷ ପାଇଁ ହିନ୍ଦୀ ଏବଂ ମରାଠୀ ଫିଲ୍ମରେ କାମ କରି ପରିବାର ପ୍ରତିପୋଷଣ କରିଥିଲେ।  ‘ମୀରା ବାଇ’ ‘ପହିଲି ମଙ୍ଗଳଗୌର’, ‘ଗଜା ଭାଉ’ ପରି ଫିଲ୍ମରେ କ୍ୟାରିୟରର ପ୍ରଥମ ଦିନରେ ଲତାଙ୍କୁ ମଧ୍ୟ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। କିଛି ସଂଗୀତଜ୍ଞ ପ୍ରଥମେ ଲତାଙ୍କ ସ୍ବରକୁ ପସନ୍ଦ କରି ନ ଥିଲେ। ୧୯୪୭ ‘ଆପକି ସେବା ମୈ’ରେ ଗାଇଥିବା ଗୀତରେ ଲତା ପ୍ରଥମ ବଡ଼ ସଫଳତା ପାଇଲେ। ସେହିଦିନଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି।

ଭାରତ ସରକାର ଲତାଙ୍କୁ ୧୯୬୯ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ସେହିପରି ୨୦୦୧ରେ ଭାରତରତ୍ନରେ ମଧ୍ୟ ଲତା ମଙ୍ଗେସକରଙ୍କୁ ପୁରସ୍କୃତ କରାଯାଇଥିଲା। ସିନେମା ଜଗତରେ ତାଙ୍କୁ ଜାତୀୟ ପୁରସ୍କାର, ଦାଦାସାହେବ ଫାଲ୍‌କେ ପୁରସ୍କାର ଏବଂ ଫିଲ୍ମ ଫେୟାର ପୁରସ୍କାର ସମେତ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri