ଓମିକ୍ରନ ସଂକ୍ରମିତ ଦେଶରୁ ୨ ଦିନରେ ଓଡ଼ିଶା ଆସିଛନ୍ତି ୩୮୦

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ବିଶ୍ୱକୁ ଏବେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଭୟ ରହିଥିବା ବେଳେ ଓଡ଼ିଶାକୁ ମଧ୍ୟ ଚିନ୍ତା ଘାରିଛି। ଓମିକ୍ରନ ସଂକ୍ରମଣ ଦେଶରୁ ଓଡ଼ିଶାକୁ ୩୮୦ ଜଣ ଫେରିଛନ୍ତି। ଗୁରୁବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ନଭେମ୍ବର ୨୮ ତାରିଖ ସୁଦ୍ଧା ଓମିକ୍ରନ୍‌ ରିସ୍କ ଦେଶରୁ ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ରେ ୧୫୬ ଜଣ ପ୍ରବେଶ କରିଛନ୍ତି। ଏହି ଦୁଇ ଦିନର ଡାଟା ସରକାରଙ୍କ ପାଖରେ ପହଞ୍ଚତ୍ଛି। ଯେଉଁମାନେ ଏବେ ବିଦେଶରୁ ଫେରୁଛନ୍ତି ସମସ୍ତଙ୍କ ତାଲିକା ଜିଲା ପ୍ରଶାସନକୁ ଦିଆଯାଇଛି ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଓମିକ୍ରନ୍‌କୁ ଚେକ୍‌ ଦେବାକୁ ଆରମ୍ଭରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ବିଦେଶରୁ ଆସୁଥିବା ବ୍ୟକ୍ତି ସାଙ୍ଗରେ ନେଗେଟିଭ୍‌ ସାର୍ଟିଫିକେଟ୍‌ ଆଣିବା ବାଧ୍ୟତାମୂଳକ କରାଯାଇଛି। ଏୟାରପୋର୍ଟରେ ପହଞ୍ଚତ୍ବା ପରେ ବି ପୁଣି ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ରିପୋର୍ଟ ନେଗେଟିଭ୍‌ ଥିଲେ ରାଜ୍ୟରେ ପ୍ରବେଶ ଅନୁମତି ମିଳିବ। ସେମାନେ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନରେ ରହିବେ। ୭ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଅଷ୍ଟମ ଦିନ ପୁଣି ଟେଷ୍ଟ କରାଯିବ। ଯେଦି ଅଷ୍ଟମ ଦିନରେ ପିଜିଟିଭ ଆସିଲା ସେ ଆଇସୋଲେସନକୁ ଯିବେ, ନଚେତ ଆଉ ୭ ଦିନ ତାଙ୍କୁ ସେଲ୍ଫ ଅଜରଭେସନରେ ରଖାଯିବ। ମୋଟ ୧୪ ଦିନ ତାଙ୍କୁ ସଙ୍ଗରୋଧରେ ରହିବାକୁ ହେବ। ତେବେ ରିପୋର୍ଟ ପଜିଟିଭି ଥିଲେ ସେମାନଙ୍କୁ ତତ୍‌କ୍ଷଣାତ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ସେମାନଙ୍କର ନମୂନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯିବ।