ବାହୁଡ଼ା ଯାତ୍ରାରେ ଜଗା ଦର୍ଶନ ହେଲା ଶେଷ ଦର୍ଶନ : ଦେଖିବାକୁ ଆସି…

ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ -ଭଟଲି ରାସ୍ତାର ଗୋପାଳପୁର ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏକ ବାଇକ୍ ଧକ୍କାରେ ତାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିନାହିଁ। ଭଟଲି ବାହୁଡ଼ା ଯାତ୍ରା ଦେଖିବାକୁ ଆସିଥିବାବେଳେ ସେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭଟଲି ଥାନା ପୋଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରିଛି। ମୃତବୃଦ୍ଧଙ୍କ ଶବକୁ ଡ଼ାକ୍ତରଖାନାର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ପୋଲିସ ଏ ନେଇ ଅଧିକ ତଦନ୍ତ ଚଲାଇଛି।

Dharitri – Odisha’s No.1 Odia Daily