Categories: ଫୁରସତ

ଏଇଠି ସରିଛି ଦୁନିଆର ରାସ୍ତା, ଭୁଲ୍‌ରେ ବି ଯାଆନ୍ତୁନି

ବେଳେବେଳେ ମନରେ ଏମିତି ପ୍ରଶ୍ନ ଆସିଥିବ ନିଶ୍ଚିତ ଯେ, ବିଶ୍ୱ କେଉଁଠାରେ ସରିଛି; ଏହାର ଶେଷ ରାସ୍ତା କେଉଁଠି ଇତ୍ୟାଦି ଇତ୍ୟାଦି। ଆଜ୍ଞା ହଁ ଏମିତି ବି ରାସ୍ତା ଅଛି, ଯାହାକୁ ବିଶ୍ୱର ଶେଷ ରାସ୍ତା ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଏଇଠି ହିଁ ଦୁନିଆର ରାସ୍ତା ସରିଛି। ଆଉ ଆଗକୁ ନାହିଁ।

ଏହି ରାସ୍ତାର ନାମ ହେଉଛି ଇ-୬୯(E-69)। ଏହି ରାସ୍ତା ବିଷୟରେ କ୍ୱଚିତ୍‌ ଶୁଣିଥିବେ। ଏହାକୁ ଦୁନିଆର ଶେଷ ରାସ୍ତା ବୋଲି ଧରାଯାଏ। ଏହା ଏକ ରାଜପଥ। ଯାହାର ଲମ୍ବ ପ୍ରାୟ ୧୪ କିଲୋମିଟର। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ରାଜପଥରେ ଏକୁଟିଆ ଚାଲିବା ଏପରିକି ଗାଡ଼ି ଚଳାଇବା ମଧ୍ୟ ନିଷେଧ। ତେବେ ଜାଣନ୍ତୁ ଏହି ରାସ୍ତା ସମ୍ପର୍କରେ…

ଆପଣ ନିଶ୍ଚିତ ଭାବରେ ନର୍ଥ ପୋଲ୍‌ ବିଷୟରେ ଶୁଣିଥିବେ। ଯାହା ପୃଥିବୀର ସବୁଠାରୁ ଦୂରରେ ଉତ୍ତର ବିନ୍ଦୁ ଅଟେ। ଯେଉଁଠି ପୃଥିବୀ ଘୂର୍ଣ୍ଣନ କରେ। ଏହା ହେଉଛି ନରଓ୍ବେର ଶେଷ। ଏଠାରୁ ଯାଇଥିବା ରାସ୍ତାକୁ ଦୁନିଆର ଶେଷ ରାସ୍ତା ବୋଲି ବିବେଚନା କରାଯାଏ। ଯାହା ପୃଥିବୀ ଏବଂ ନରଓ୍ବେକୁ ସଂଯୋଗ କରେ। ଏହା ଆଗକୁ ଆଉ ରାସ୍ତା ନାହିଁ। କେବଳ ବରଫ ଏବଂ ସମୁଦ୍ର ରହିଛି।

ଏହା ଦୁନିଆର ଶେଷ ରାସ୍ତା ହୋଇଥିବାରୁ ଅଧିକାଂଶ ଲୋକ ଏହା ଉପରେ ଯିବାକୁ ଚାହିଥାନ୍ତି। କାରଣ ଦୁନିଆର ଶେଷ କ’ଣ ଅନୁଭବ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ଏଠାକୁ ଏକୁଟିଆ ଯିବା କିମ୍ବା ଏଠାରେ ଗାଡ଼ି ଚଳାଇବା ନିଷେଧ। ଯଦି ଏହି ରାସ୍ତା ଭ୍ରମଣ କରିବାକୁ ଚାହୁଁଛନ୍ତି, ତେବେ ଏକ ଦଳରେ ଯିବାକୁ ପଡ଼ିବ। କାରଣ ତୁଷାରପାତ ହେତୁ ଲୋକମାନେ ଏଠାକୁ ଯାଇ ରାସ୍ତା ଭୁଲିଯାଆନ୍ତି। ଏହା ବ୍ୟତୀତ ଥଣ୍ଡା ମଧ୍ୟ ବହୁତ ଅଧିକ, ତେଣୁ ଏହି ୧୪ କିଲୋମିଟର ଲମ୍ବା ରାସ୍ତାରେ କେହି ଏକୁଟିଆ ଯାଆନ୍ତି ନାହିଁ।

ଏହି ରାସ୍ତାଟି ନର୍ଥ ପୋଲ୍‌ ନିକଟରେ ହୋଇଥିବାରୁ ଏଠାରେ କେବଳ ଶୀତ ଋତୁ ହୋଇଥାଏ। ଏଥି ସହିତ, ଗ୍ରୀଷ୍ମ ଋତୁରେ ସୂର୍ଯ୍ୟ କେବେ ବି ଅସ୍ତ ହୁଅନ୍ତି ନାହିଁ । ଏଠାରେ ୬ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି ନାହିଁ। ୬ ମାସ ପର୍ଯ୍ୟନ୍ତ ଲୋକମାନେ ଅନ୍ଧକାରରେ ରହିଥାନ୍ତି। ଗ୍ରୀଷ୍ମ ଋତୁରେ ବି ଏଠାରେ ତାପମାତ୍ରା ଶୂନ ଡିଗ୍ରୀ ସେଲ୍‌ସିୟସ ରହିଥାଏ।

Share