ପ୍ରଚାରର ଶେଷ ଦିନ : କଳାହାଣ୍ଡିରେ ବିଜେଡିର ରୋଡ ଶୋ’

କେସିଙ୍ଗା,୨୨।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ୨୪ରେ ହେବାକୁ ଥିବା ବେଳେ ମଙ୍ଗଳବାର ପ୍ରଚାରର ଶେଷ ଦିନ। ଶେଷ ଦିନରେ କଳାହାଣ୍ଡି ଜିଲା କେସିଙ୍ଗାରେ ପ୍ରଚାରକୁ ଜୋରଦାର କରାଯାଉଛି। ବିଜେଡି ପକ୍ଷରୁ ଏକ ବାଇକ୍‌ ରୋଡ ଶୋ’ କରାଯାଇଛି। କେସିଙ୍ଗା ଏନ୍‌ ଏ ସିର ଅଧ୍ୟକ୍ଷ ପ୍ରାର୍ଥୀ ନୃପରାଜ ଯାଦବ ଓ ୧୨ ଜଣ କାଉନ୍‌ସିଲର ବୋରିଂପଦର ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ସହର ଜଗନ୍ନାଥ ପଡ଼ା, ଦୁର୍ଗା ମଣ୍ଡପ ପଡା, ବଗାଡ଼ର ୧,୨ ୱାର୍ଡ଼ ପରିକ୍ରମା କରିଥିଲେ।
ଏହି ଶୋଭାଯାତ୍ରାରେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ସେଠ୍‌, ନର୍ଲା ବିଧାୟକ ଭୁପିନ୍ଦ୍ର ସି, କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ପ୍ରମୁଖ ସାମିଲ ଥିଲେ। ଶତାଧିକ ବିଜେଡି କର୍ମୀମାନେ ଶୋଭାଯାତ୍ରା କରି ଭୋଟ ଦେବା ପାଇଁ ଭୋଟରଙ୍କୁ କହିଥିଲେ।