ଶେଷ କଲ୍‌, ଶେଷ ଉଡ଼ାଣ… ଅଜିତ ପାଓ୍ବାରଙ୍କ ପରିଚାରିକା ପିଙ୍କି ମାଲିଙ୍କ କାହାଣୀ ସମସ୍ତଙ୍କ ଆଖିରେ ଆଣିବ ଲୁହ

ମୁମ୍ବାଇ,୨୮ା୧: ବାରାମତି ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଦେହାନ୍ତ ହୋଇଛି। ଏହି ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ସମେତ ଆଉ ୫ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଯେଉଁଥିରେ ଅଜିତଙ୍କ ବିମାନ  ପରିଚାରିକା ପିଙ୍କି ମାଲି ମଧ୍ୟ ସାମିଲ ଅଛନ୍ତି। ପିଙ୍କି ମଙ୍ଗଳବାର ତାଙ୍କ ପିତାଙ୍କୁ ଜଣାଇଥିଲେ ଯେ, ସେ ଅଜିତଙ୍କ ସହିତ ଅଛନ୍ତି। ପାପା, ମୁଁ ଆସନ୍ତାକାଲି (ବୁଧବାର) ଡିସିଏମ୍ ଅଜିତ ପାୱାରଙ୍କ ସହିତ ବାରାମତିକୁ ଉଡ଼ାଣ ଭରୁଛି। ତାଙ୍କୁ ଛାଡିବା ପରେ, ମୁଁ ନାନ୍ଦେଦ ଯିବି ଏବଂ ହୋଟେଲରେ ପହଞ୍ଚିବା ପରେ ତୁମ ସହିତ କଥା ହେବି…” କେନ୍ଦ୍ରୀୟ ମୁମ୍ବାଇର ପ୍ରଭାଦେବୀର ବାସିନ୍ଦା ଶିବକୁମାର ତାଙ୍କ ଝିଅ ସହିତ ତାଙ୍କର ଶେଷ କଥାବାର୍ତ୍ତା  ଥିଲା ବୋଲି କହିଛନ୍ତି। ତାଙ୍କ ଝିଅର ମୃତ୍ୟୁରେ ପରିବାରବର୍ଗ ଭାଙ୍ଗି ପଡ଼ିଛନ୍ତି। ଅସହାୟ ହୋଇପଡ଼ିଛନ୍ତି।

Flying To Baramati, Will Talk Tomorrow : Father Of Attendant On Pawar Flight Recalls Her Last Words

ପିଙ୍କି କାଲିନା ବିମାନବନ୍ଦରରେ ଅନେକ ବିମାନ କମ୍ପାନୀ ସହିତ କାମ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଏବଂ ଏକନାଥ ସିନ୍ଦେଙ୍କ ଭଳି ଭିଆଇପିଙ୍କ ପାଇଁ ଏକ ଘରୋଇ ଜେଟ୍‌ ବିମାନ ପାଇଲଟ୍‌ ଭାବରେ କାର୍ଯ୍ୟ କରିଥିଲେ। ପିଙ୍କି ଦିଲ୍ଲୀସ୍ଥିତ VSR Ventures ଦ୍ୱାରା ପରିଚାଳିତ Learjet 46 ବିମାନରେ ଜଣେ ପରିଚାରିକା ଥିଲେ। ଯାହା ବାରାମତି ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ନିୟାମକ DGCA ଅନୁଯାୟୀ, ବିମାନରେ କ୍ରୁ ସଦସ୍ୟଙ୍କ ସମେତ ପାଞ୍ଚ ଜଣ ଥିଲେ। ସେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଏବଂ ଅନେକ ରାଜନୈତିକ ନେତାଙ୍କ ସହିତ ଉଡ଼ାଣ କରିଥିଲେ। ପିଙ୍କିଙ୍କ ପିତା ଶିବକୁମାରଙ୍କ ଅନୁଯାୟୀ, ପିଙ୍କି ଚତୁର୍ଥ ଥର ପାଇଁ ଅଜିତଙ୍କ ସହିତ ଉଡ଼ାଣ କରିଥିଲେ।

ସୂଚନା ଥାଉକି, ଅଜିତଙ୍କ ଦଳ ଏନ୍‌ସିପି ଘୋଷଣା କରିଛି, ଅଜିତଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ ଟାରେ ବିଦ୍ୟା ପ୍ରତିଷ୍ଠାନ ଗ୍ରାଉଣ୍ଡରେ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗଦେବାର ଅଛି। ଅନ୍ୟାନ୍ୟ ଦଳର ନେତାମାନେ ମଧ୍ୟ ଉପସ୍ଥିତ ରହିବେ। ଏହି ସମୟରେ ରାଜ୍ୟ ସରକାର ବୁଧବାର ସାଧାରଣ ଛୁଟି ଘୋଷଣା କରିଛନ୍ତି ଏବଂ ଅଜିତଙ୍କ ଦେହାନ୍ତ ପରେ ତିନି ଦିନ ପାଇଁ ରାଜ୍ୟ ଶୋକ ପାଳନ କରିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ପୁଟିନଙ୍କ ସହ ଡିଲ୍‌ କରିବେ ଟ୍ରମ୍ପ! ଆଗକୁ ଯୁଦ୍ଧରେ ନୂଆ ମୋଡ…

ନୂଆଦିଲ୍ଲୀ,୧୮।୩: ମଧ୍ୟପ୍ରାଚ୍ୟରେ ହର୍ମୁଜକୁ ନେଇ ବୃଦ୍ଧି ପାଉଥିବା ଉତ୍ତେଜନା କେବଳ ତୈଳ ବଜାରକୁ ନୁହେଁ ବରଂ ବିଶ୍ୱ ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି। ଏହି ସମୟରେ, ନାଟୋ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

୨୧ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୩(ବନ୍ଦନା ସେଠୀ):ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri