Categories: ଜାତୀୟ

ଅନନ୍ତନାଗ ଏନ୍‌କାଉଣ୍ଟରରେ ଲସ୍କର କମାଣ୍ଡର ନିହତ

ଶ୍ରୀନଗର,୯।୪: ଦକ୍ଷିଣ କଶ୍ମୀରର ୨ଟି ସ୍ଥାନରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ପ୍ରଥମ ଏନ୍‌କାଉଣ୍ଟର ଅନନ୍ତନାଗର ସିରହମାରେ ହୋଇଥିବା ବେଳେ ଦ୍ୱିତୀୟ ଏନ୍‌କାଉଣ୍ଟର କୁଲଗାମ ଜିଲାର ହାଜିପୋରାର ଦମହଲରେ ଚାଲିଛି। ଅନନ୍ତନାଗର ସିରହମାରେ ହୋଇଥିବା ସେନାଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମୃତ ଆତଙ୍କବାଦୀ ଲସ୍କର-ଇ-ତୋଏବାର କମାଣ୍ଡର ନିସାର ଡାର ବୋଲି କଶ୍ମୀର ପୋଲିସର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି। ସେହିପରି ହାଜିପୋରାର ଦମହଲରେ ୨ରୁ ୩ଜଣ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି। ଫଳରେ ଉକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଅନ୍ୟପଟେ ଦକ୍ଷିଣ କଶ୍ମୀରର ଅନେକ ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ ରହିଛି।

Share