Posted inଫୁରସତ

ଲେଜର ଚିହ୍ନିବ ଏଲିଅନ୍‌

ଓ୍ବାଶିଂଟନ: ଚନ୍ଦ୍ର ଓ ଅନ୍ୟ ଗ୍ରହଗୁଡ଼ିକରେ ଏଲିଅନ୍‌ମାନଙ୍କ ଚିହ୍ନଟ କରିବା ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଏକ ଲେଜର ଲାଇଟ୍‌ ଉଦ୍ଭାବନ କରିଛି। ଏହି ଲେଜର ଏଲିଅନ୍‌ମାନଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାରେ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ସହଯୋଗ କରିବ। ମାରିଲାଣ୍ଡ ୟୁନିଭର୍ସିଟିରେ ନାସା ଏ ନେଇ ଗବେଷଣା କରିଛି। ଲେଜର ଟେକ୍‌ନିକ୍‌ ଦ୍ୱାରା ଅନ୍ୟ ଗ୍ରହରେ ଥିବା ଅଜଣା ବସ୍ତୁର ଆକାର, ପ୍ରକାର ବିଷୟରେ ଧାରଣା ମିଳିପାରୁଥିବାବେଳେ ଏହି କୌଶଳ ଦ୍ୱାରା ଏଲିଅନ୍‌ମାନଙ୍କ ବିଷୟରେ ମଧ୍ୟ ଆବଶ୍ୟକ ତଥ୍ୟ ହସ୍ତଗତ ହୋଇପାରିବ ବୋଲି ମାରିଲାଣ୍ଡ ୟୁନିଭର୍ସିଟିର ଅସିଷ୍ଟାଣ୍ଟ ପ୍ରଫେସର ରିକାର୍ଡୋ ଆରେଭାଲୋ କହିଛନ୍ତି। ଲେଜର ବିମ୍‌କୁ ବରଫରେ ପକାଇ ଏହାର ଗଠନ ସମ୍ପର୍କରେ ସମସ୍ତ ତଥ୍ୟ ମିଳୁପାରୁଛି। ସେହିପରି ଲେଜର ଦ୍ୱାରା ପୃଥିବୀର ନିକଟବର୍ତ୍ତୀ ଗ୍ରହଗୁଡ଼କରେ ଥିବା ଏଲିଅନ୍‌ଙ୍କ ବିଷୟରେ ଜାଣିହେବ।
ଡିସର୍ପଶନ୍‌ ମାସ୍‌ ସ୍ପେକ୍ଟ୍ରୋମିଟ୍ରି (ଏଲ୍‌ଡିଏମ୍‌ଏସ୍‌) ଟେକ୍ନୋଲୋଜି ବ୍ୟବହାର କରି ତିଆରି କରାଯାଇଥିବା ଲେଜର ‘ଅରବିଟ୍ରାପ୍‌’ ସାଧାରଣ ଲେଜର ବିମ୍‌ ଠାରୁ ଅଧିକ ପ୍ରଭାବୀ। ଜଟିଳ ବସ୍ତୁ ସମ୍ପର୍କରେ ଏହି ଲେଜର ଅତି ସହଜରେ ତଥ୍ୟ ଖୋଜି ବାହାର କରିବାର କ୍ଷମତା ରଖିଛି। ଏହାର ଓଜନ ୭.୭୧ କେଜି (୧୭ ପାଉଣ୍ଡ)। ଏଲିଅନ୍‌ଙ୍କ ଚିହ୍ନଟ ସକାଶେ ବ୍ୟବହାର ହେବାକୁ ଥିବା ଏହି ଲେଜର ଠିକ୍‌ ତଥ୍ୟ ଯୋଗାଇବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି। ତେବେ ଏହି ଲେଜର ଏଲିଅନ୍‌ମାନଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପକାଇବ ନାହିଁ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।
ଏଲିଅନ୍‌ ବୋଲି କୌଣସି ଜିନିଷର ସତ୍ତା ନ ଥିବା ଗତବର୍ଷ ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଥିଲା। ଏହାସତ୍ତ୍ୱେ ବିଶେଷଜ୍ଞମାନେ ଏଲିଅନ୍‌ ସମ୍ପର୍କିତ ଗବେଷଣା ବନ୍ଦ କରିନାହାନ୍ତି। ଆମକୁ ଜଣା ନାହିଁ ଏହି ପଦ୍ଧତି ଗବେଷକଙ୍କୁ କେତେ ସଫଳତା ହେବ। କିନ୍ତୁ ସତ୍ୟର ସନ୍ଧାନରେ ବିଶେଷଜ୍ଞମାନଙ୍କ ତରଫରୁ ପ୍ରୟାସ ଜାରି ରହିବ ବୋଲି କମ୍ପ୍ୟୁଟନର ସାଇଣ୍ଟିଷ୍ଟ ଡା. ଜନ୍‌ ଏଲିଅଟ୍‌ ନିଜର ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri