ରସୁଲଗଡ଼ରେ ଶ୍ରୀଲେଦର୍ସର ସର୍ବବୃହତ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୯।୧୨ (ଅଭୟ ଦାଶ):ଦେଶର ଅଗ୍ରଣୀ ଫୁଟ୍‌ୱେର୍‌ ବ୍ରାଣ୍ଡ ‘ଶ୍ରୀଲେଦର୍ସ’ର ସର୍ବବୃହତ୍‌ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ଓଡ଼ିଶା ବିଜ୍‌ନେସ୍‌ ସେଣ୍ଟରର ତଳ ମହଲାରେ ଉଦ୍‌ଘାଟିତ ହୋଇଯାଇଛି। ୮୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢି ଉଠିଥିବା ଏହି ନୂତନ ଶୋ’ରୁମ୍‌ରେ ବିଶ୍ୱସ୍ତରୀୟ ଫୁଟ୍‌ୱେର୍‌, ବିଭିନ୍ନ ଚମଡ଼ା ଉତ୍ପାଦ, ବ୍ୟାଗ୍‌, ଟ୍ରାଭେଲ୍‌ ବ୍ୟାଗ୍‌, ସ୍ପୋର୍ଟସ ଶୁ ଏବଂ ଆକ୍ଟିଭ୍‌ୱେର୍‌ର ସ୍ବତନ୍ତ୍ର ତଥା ଷ୍ଟାଇଲିଶ୍‌ ସମ୍ଭାର ଅତି ସୁଲଭ ମୂଲ୍ୟରେ ଉପଲବ୍ଧ।
ଏ ସମ୍ପର୍କରେ ଶ୍ରୀଲେଦର୍ସର ପାର୍ଟନର ଶେଖର ଦେ କହିଛନ୍ତି, ବ୍ରାଣ୍ଡ୍‌ର ନୂତନ ପ୍ରଡକ୍ଟଗୁଡ଼ିକ ଆମ ଶୋ’ରୁମ୍‌ଗୁଡ଼ିକୁ ପ୍ରଥମେ ଅଣାଯାଇଥାଏ। ଏପରିକି ଗୁଣବତ୍ତା ଏବଂ ଗ୍ରାହକ ଆଦୃତିକୁ ନେଇ ପୂର୍ଣ୍ଣ ସନ୍ତୁଷ୍ଟି ମିଳିଲା ପରେ ହିଁ ଆମେ ଉକ୍ତ ପ୍ରଡକ୍ଟଗୁଡ଼ିକୁ ବଜାରକୁ ଆଣିଥାଉ ଏବଂ ଫ୍ରାଞ୍ଚାଇଜିଗୁଡ଼ିକୁ ସେସବୁ ଯୋଗାଇ ଦେଇଥାଉ। ବିଶେଷ କରି ମଜଭୁତ ଗ୍ରାହକ ସମ୍ପର୍କ ଯୋଡିଥିବା ଆମର ସର୍ବପୁରାତନ ଷ୍ଟୋର ଭାରତର ଇସ୍ପାତ ସହର ଜାମଶେଦପୁରଠାରେ ରହିଛି। ଏପରିକି ଗ୍ରାହକଙ୍କ ମଧ୍ୟରେ ଏହା ବୃହତ୍‌ ମାତ୍ରାରେ ଆଦୃତି ଲାଭ କରିଛି। ଦୁଇ ପିଢ଼ିରୁ ଅଧିକ ଗ୍ରାହକଙ୍କୁ ଏହା ସେବା ଯୋଗାଣ ଜାରି ରଖିଛି। ଭାରତର ବିଭିନ୍ନ ପ୍ରାନ୍ତରେ ଫ୍ରାଞ୍ଚାଇଜି ଯୋଡ଼ି ବ୍ରାଣ୍ଡ ବୃହତ୍‌ ସଫଳତା ହାସଲ କରିଥିବା ଦେ ମତପ୍ରକାଶ କରିଛନ୍ତି। ସେହିଭଳି ବ୍ରାଣ୍ଡର ଭବିଷ୍ୟତ ଅଭିବୃଦ୍ଧି ଯୋଜନା ସମ୍ପର୍କରେ ବ୍ରାଣ୍ଡ ପାର୍ଟନର ତଥା ପରିବାରର ତୃତୀୟ ପିଢ଼ି ସଦସ୍ୟ ସୁଶାନ୍ତୋ ଦେ କହିଛନ୍ତି, ଆମେ ବର୍ତ୍ତମାନ ପର୍‌ଫର୍ମାନ୍ସଭିତ୍ତିିକ ସ୍ପୋର୍ଟସ ଶୁ’ ଉପରେ ଫୋକସ୍‌ କରୁଛୁ। ଏପରିକି ପୃଥକ୍‌ ଭାବେ ଏକ ସ୍ପୋର୍ଟସ ଲାଇନ୍‌ ଆଣିବା ପାଇଁ ମଧ୍ୟ ଯୋଜନା ରଖିଛୁ। ଫଳରେ ଆମେ ବ୍ୟାଡ୍‌ମିଣ୍ଟନ, ଭଲିବଲ୍‌ ଏବଂ ବାସ୍କେଟ୍‌ବଲ ପାଇଁ ଭିନ୍ନ ଭିନ୍ନ ସ୍ପୋର୍ଟସ ଶୁ ଆଣିପାରିବୁ। ବିଶେଷକରି ଉତ୍ପାଦର ମାନ ବିଶ୍ୱସ୍ତରୀୟ ହେବ ଏବଂ ଦର ପକେଟ୍‌କୁ ସୁହାଇବ। ଏପରିକି ଆକ୍ଟିଭ୍‌ ୱେର୍‌ ଏବଂ ସ୍ପୋର୍ଟସ ଶୁ ରେଞ୍ଜ୍‌ ଏସ୍‌ଏଲ୍‌ ସ୍ପୋର୍ଟସ ବ୍ରାଣ୍ଡ୍‌ ଅଧୀନରେ ସେ ସବୁ ବିକ୍ରି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri