Categories: ଜାତୀୟ

ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଲୋକାର୍ପିତ

ଅହମଦାବାଦ,୨୪।୨: ପୃଥିବୀର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଲୋକାର୍ପିତ ହୋଇଛି। ଗୁଜରାଟର ମୋଟେରା ଷ୍ଟାଡିୟମ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। ଏହାର ନିର୍ମାଣରେ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଲକ୍ଷେ ୩୨ ହଜାର ଦର୍ଶକ ଏକାଠି ବସି ଖେଳ ଦେଖିପାରିବେ। ଏଥିରେ ୭୫ କର୍ପୋରେଟ୍‌ ବକ୍ସ ରହିଛି। ପ୍ରତି ବକ୍ସରେ ୨୫ ଜଣ ବସିପାରିବେ। ଏଠାରେ ୧୦,୦୦୦ ଦୁଇ ଚକିଆ ଯାନ ସହିତ ୩୦୦୦ କାର ପାର୍କିଂ କରାଯାଇପାରିବ। ଷ୍ଟାଡିୟମ୍‌ର କ୍ଲବ୍‌ ହାଉସ୍‌ରେ ୫୫ଟି ରୁମ୍‌ ରହିଛି।

Share