Posted inଫୁରସତ

ବିଶାଳକାୟ ଗେଣ୍ଡାର ଦାମ୍‌ ୧୮ହଜାର

ହାଇଦ୍ରାବାଦ,୨୯।୬: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ଏକ ନଦୀ ମୁହାଣରୁ ଏକ ବିଶାଳକାୟ ସମୁଦ୍ର ଗେଣ୍ଡା ଉଦ୍ଧାର ହୋଇଛି। ଏହି ସାମୁଦ୍ରିକ ଗେଣ୍ଡାକୁ ୧୮ହଜାର ଟଙ୍କାରେ ନିଲାମ କରାଯାଇଛି। ଏହି ଗେଣ୍ଡାକୁ ସିରିନକ୍ସ ଆର୍ୟୁନସ ଭାବେ ଚିହ୍ନଟ କରାଯାଇଛି। ଏହା ବିଶ୍ୱର ସବୁଠାରୁ ବଡ଼ ଓ ବିରଳ ପ୍ରଜାତିର। ଯାହା ଉଭୟ ସ୍ଥଳଭାଗ ଓ ଜଳଭାଗରେ ମିଳିଥାଏ। ଏହାର ଲମ୍ବ ୭୦ ସେଣ୍ଟିମିଟର ଯାଏ ବଢ଼ୁଥିବା ବେଳେ ଏହାର ଓଜନ ୧୮ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ହୋଇପାରେ। ଏହା ବିରଳ ପ୍ରଜାତିର ହୋଇଥିବା ବେଳେ ପ୍ରାୟତଃ ବନ୍ୟା ଓ ବାତ୍ୟା ପରେ ଏହି ଗେଣ୍ଡାଗୁଡ଼ିକୁ କୂଳରେ ଦେଖିବାକୁ ମିଳିଥାଏ। ବର୍ଷା ଦିନେ ଏମାନଙ୍କ ଚଳପ୍ରଚଳ ଅଧିକ ଥିବା ବେଳେ ଶୀତଦିନେ ଏମାନେ ମାଟି ତଳେ ଲୁଚି ରହିଥାନ୍ତି। ତେବେ ଏହି ମାଂସାହାରୀ ଗେଣ୍ଡା ଏବେ ବିଳୁପ୍ତ ହେବାକୁ ବସିଲେଣି। ଅନେକ ଲୋକେ ଏହି ଗେଣ୍ଡାକୁ ଶିକାର କରି ଏହାକୁ ଆଭୂଷଣ ରୂପେ ପିନ୍ଧୁଥିବା ଜଣାପଡ଼ିଛି। କ୍ୱିନ୍ସଲ୍ୟାଣ୍ଡ ସଂଗ୍ରହାଳୟ ଅନୁସାରେ ଗହଣା ବା ନମୁନା ରୂପେ ଏହି ଗେଣ୍ଡାର ଲୋକପ୍ରିୟତା ରହିଛି। ତେଣୁ ବିରାଟକାୟ ଗେଣ୍ଡା ଏବେ ଏତେଟା ଆଉ ସହଜରେ ଦେଖିବାକୁ ମିଳୁନାହିଁ। ତେବେ ଏହି କମଳା ରଙ୍ଗର ବିଶାଳକାୟ ଗେଣ୍ଡାର ଏକ ଫଟୋକୁ ଟୁଇଟରରେ ଶେୟାର କରାଯାଇଛି। ଏହି ଫଟୋ ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ୟୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri