Categories: ଜାତୀୟ

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଜମ୍ମୁ-କଶ୍ମୀରରେ ପାଟ୍ରୋଲିଂ-ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୨୫।୧: ଜାନୁୟାରୀ ୨୬ରେ ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଗୁପ୍ତ ସୂଚନା ମିଳିବା ପରେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସନ୍ଦିଗ୍ଧ ଅଞ୍ଚଳରେ ବିଏସ୍‌ଏଫ୍‌ ଏବଂ ଭାରତୀୟ ସେନା ପକ୍ଷରୁ ପାଟ୍ରୋଲିଂକୁ ଜୋର୍‌ଦାର କରାଯାଇଛି। କେତେକ ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ ମଧ୍ୟ ଜାରି ରହିଛି। ଆତଙ୍କବାଦୀମାନେ ଅନୁପ୍ରବେଶ କରି ଆତ୍ମଘାତୀ ଆକ୍ରମଣ ଘଟାଇବା ଲାଗି ଷଡ଼ଯନ୍ତ୍ର କରୁଥିବା ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ମିଳିବା ପରେ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ସିଆର୍‌ପିଏଫ୍‌ ଏବଂ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ତଥା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି।

Share