ବୃହତ୍‌ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହେଲା…

ହଂକଂ, ୧୫।୬ : କରୋନା ମହାମାରୀ ଯୋଗୁ ହଂକଂର ବୃହତ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଛି। ମଙ୍ଗଳବାର ହଂକଂ ବନ୍ଦରରୁ ଏହି ଭାସମାନ ରେଷ୍ଟୁରାଣ୍ଟକୁ ହଟାଇ ଦିଆଯାଇଛି। ଭାସମାନ ରେଷ୍ଟୁରାଣ୍ଟର ମୂଳ କମ୍ପାନୀ ଏକ ନୂତନ ମାଲିକ ଖୋଜି ପାଇଲା ନାହିଁ ଏବଂ କରୋନା କଟକଣା ପରେ ଭାସମାନ ରେଷ୍ଟୁରାଣ୍ଟର କାରବାରକୁ ଜାରି ରଖିବା ପାଇଁ ଅର୍ଥର ଅଭାବ ରହିଲା।

ଆବର୍ଡେନ ହାରବର୍‌ ଉପରେ ଏକ ଚାଇନାର ସାମ୍ରାଜ୍ୟ ପ୍ରାସାଦ ପରି ଡିଜାଇନ ହୋଇଥିବା ବିଶାଳ ଭାସମାନ ରେଷ୍ଟୁରାଣ୍ଟ ଏହାର କ୍ୟାଣ୍ଟୋନ ରୋଷେଇ ଏବଂ ସାମୁଦ୍ରିକ ଖାଦ୍ୟ ପାଇଁ ଜଣାଶୁଣା ଥିଲା। ୧୯୭୬ ରେ ପ୍ରତିଷ୍ଠା ହେବା ପରଠାରୁ ଏହା ୩୦ ମିଲିୟନରୁ ଅଧିକ ଅତିଥିଙ୍କୁ ଆପ୍ୟାୟିତ କରିଥିଲା ।

କରୋନା ମହାମାରୀ ଯୋଗୁ ଏହି ଜୁମ୍ବୋ ଫ୍ଲୋଟିଂ ରେଷ୍ଟୁରାଣ୍ଟ ୨୦୨୦ରେ ବନ୍ଦ ହେବାକୁ ବାଧ୍ୟ ହୋଇଥିଲା ଏବଂ ସମସ୍ତ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ପ୍ୟାରେଣ୍ଟ କମ୍ପାନୀ ଆବର୍ଡିନ ରେଷ୍ଟୁରାଣ୍ଟ ଏଣ୍ଟରପ୍ରାଇଜେସ କହିଛି ଯେ ରେଷ୍ଟୁରାଣ୍ଟ କାର୍ଯ୍ୟ କରୁ ନ ଥିଲେ ମଧ୍ୟ ପ୍ରତିବର୍ଷ ଫ୍ଲୋଟିଂ ରେଷ୍ଟୁରାଣ୍ଟର ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ ପାଇଁ ଲକ୍ଷ ଲକ୍ଷ ହଂକଂ ଡଲାର ଖର୍ଚ୍ଚ ହୋଇଥିବାରୁ ଏହା ଅଂଶୀଦାରମାନଙ୍କ ପାଇଁ ଏକ ଆର୍ଥିକ ବୋଝ ପଡ଼ିଥିଲା।

 

କମ୍ପାନୀ କହିଛି ଯେ ଜୁମ୍ବୋ ଫ୍ଲୋଟିଂ ରେଷ୍ଟୁରାଣ୍ଟ ଶୀଘ୍ର ବ୍ୟବସାୟ ଆରମ୍ଭ କରିପାରିବ ବୋଲି ଆମର ଆଶା ନାର୍ହି। ରେଷ୍ଟୁରାଣ୍ଟ ଅପରେଟିଂ ଖର୍ଚ୍ଚ ବଢ଼ିବାରେ ଲାଗିଛି ବୋଲି କମ୍ପାନୀ କହିଛି। ଟଗବୋଟଗୁଡିକ ମଙ୍ଗଳବାର ରେଷ୍ଟୁରାଣ୍ଟକୁ ଟାଣି ନେଇଛି। କିନ୍ତୁ ଏହା କେଉଁଠାରେ ଅବସ୍ଥାନ କରିବ ହେବ ତାହା ସ୍ପଷ୍ଟ ହୋଇନାହିଁ। କମ୍ପାନୀ ଏହାକୁ ଏକ କମ୍‌ ମୂଲ୍ୟର ସାଇଟକୁ ସ୍ଥାନାନ୍ତର କରିବାକୁ ଯୋଜନା କରିଛି ଯେଉଁଠାରେ ରକ୍ଷଣାବେକ୍ଷଣ ମଧ୍ୟ କରାଯାଇପାରିବ । ଆଇକନିକ ଲ୍ୟାଣ୍ଡମାର୍କ ସଂରକ୍ଷଣ ପାଇଁ ଆହ୍ବାନ ସତ୍ତ୍ୱେ ହଂକଂ ନେତା କାରୀ ଲାମ ରେଷ୍ଟୁରାଣ୍ଟକୁ ବେଲ୍‌ ଆଉଟ୍‌ ଦେବା ଲାଗି ଆଗତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଲାମ ଗତ ମାସରେ କହିଥିଲେ ଯେ ରେଷ୍ଟୁରାଣ୍ଟକୁ ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ସତ୍ତ୍ୱେ ସରକାର ଏହି ପରିସର ଚଳାଇବାକୁ ଆର୍ଥିକ ଦୃଷ୍ଟିରୁ ଭଲ ସ୍ଥିତିରେ ନ ଥିବାରୁ ଟିକସଦାତାଙ୍କ ଟଙ୍କା ରେଷ୍ଟୁରାଣ୍ଟରେ ବିନିଯୋଗ କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ।

 

Share