ବିବାହିତ ମହେଶ ଭୂପତିଙ୍କୁ ଭଲପାଇ ବସିଥିଲେ ଏହି ବିଶ୍ୱ ସୁନ୍ଦରୀ, ପରେ ଘଟିଥିଲା…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତାଙ୍କ ଆଜି ହାପି ବର୍ଥ ଡେ’। ୧୯୭୮ ମସିହା ଏପ୍ରିଲ ୧୬ରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜନ୍ମ ଗ୍ରହଣ କରିଥିଲେ ଏହି ସୁନ୍ଦରୀ। ଲାରାଙ୍କ ବାପା ଏଲ୍‌କେ ଦତ୍ତା ଜଣେ ପଞ୍ଜାବୀ ହୋଇଥିବା ବେଳେ ମା’ ଜେନିଫର ଦତ୍ତା ଆଗ୍ଲୋ ଇଣ୍ଡିଆନ। ୧୯୮୧ରେ ତାଙ୍କ ପରିବାର ଗାଜିଆବାଦରୁ ବାଙ୍ଗାଲୋର ଚାଲିଆସିଥିଲେ। ଏହାପରେ ଲାରା ଏଠାରେ ପାଠପଢ଼ା ଶେଷ କରିଥିଲେ। ସେ ଅର୍ଥଶାସ୍ତ୍ରରେ ଗ୍ରାଜୁଏଟ୍‌।

୨୦୦୩ରେ ଫିଲ୍ମ ‘ଅନ୍ଦାଜ’ରୁ ବଲିଉଡ୍‌ ଡେବ୍ୟୁ କରିଥିଲେ ଲାରା। ଏଥିପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପରେ ସେ ‘ମସ୍ତି, ଖାକି, ନୋ ଏଣ୍ଟ୍ରି, ଭାଗମ୍‌ ଭାଗ, ପାର୍ଟନର, ହାଉସ୍‌ଫୁଲ,ଡନ୍‌ ’ଭଳି ଫିଲ୍ମରେ ସେ ନଜର ଆସିଥିଲେ। ଆଗାମୀ ଦିନରେ ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ବେଲବଟମ୍‌’ରେ ନଜର ଆସିବେ।

ଲାରା ଅଭିନୟଜଗତକୁ ଆସିବା ପୂର୍ବରୁ ୨୦୦୦ରେ ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ବିଶ୍ୱସୁନ୍ଦରୀ ମଧ୍ୟ ହୋଇଥିଲେ। ପୂର୍ବରୁ ତାଙ୍କୁ ମିସ୍‌ ଇଣ୍ଟରକଣ୍ଟିନେଣ୍ଟାଲ ଭାବେ ଚୟନ କରାଯାଇଥିଲା।

ବ୍ୟକ୍ତିଗତ ଜୀବନ ଦେଖିଲେ ୨୦୧୧ ଫେବୃୟାରୀ ୧୬ରେ ଟେନିସ ଖେଳାଳି ମହେଶ ଭୂପତିଙ୍କ ହାତ ଧରିଛନ୍ତି ସେ। ଉଭୟ ଏକ ବିଜିନେସ୍‌ ମିଟିଂ ସମୟରେ ପରସ୍ପରକୁ ଭେଟିଥିଲେ। ପ୍ରଥମ ଦେଖାରେ ଲାରାଙ୍କୁ ମହେଶଙ୍କ ସରଳତା ପସନ୍ଦ ଆସିଥିଲା। ଶୀଘ୍ର ସେମାନେ ବନ୍ଧୁ ଏବଂ ଶେଷରେ ପ୍ରେମରେ ପଡ଼ିଯାଇଥିଲେ। ମହେଶ ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ସେମାନେ ପରସ୍ପରକୁ ଡେଟ୍‌ କରୁଥିଲେ। ମଡେଲ ଶ୍ୱେତା ଜୟଶଙ୍କରଙ୍କୁ ବିବାହ କରିଥିଲେ ମହେଶ। ଲାରାଙ୍କ ଯୋଗୁ ଉଭୟଙ୍କ ସମ୍ପର୍କ ତୁଟିଥିଲା। ସେମାନେ ଅଲଗା ହୋଇଯାଇଥିଲେ। ୨୦୧୧ ଭ୍ୟାଲେଣ୍ଟାଇନ୍‌ ଡେ’ର ଦୁଇ ଦିନ ପରେ ଅର୍ଥାତ ୧୬ ଫେବୃୟାରୀରେ ଲାରା-ମହେଶ ମୁମ୍ବାଇର ବାନ୍ଦ୍ରାରେ ବିବାହ କରିଥିଲେ। ବିବାହର ଗୋଟିଏ ବର୍ଷ ପରେ ଉଭୟଙ୍କ ଝିଅ(ସାଏରା) ଜନ୍ମ ହୋଇଥିଲା।

Share