ଲାଞ୍ଜିଗଡ଼ ଅଞ୍ଚଳ ମହାଶିବରାତ୍ରି ପାଇଁ ଉତ୍ସବ ମୁଖର: ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଲାଞ୍ଜିଗଡ଼,୨୬ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ଉତ୍ସବ ବୁଧବାର ମହା ଆଡମ୍ବର ସହକାରେ ପାଳିତ ହୋଇଛି I ଲାଞ୍ଜିଗଡ ବ୍ଲକର ପ୍ରତ୍ୟେକ ଶୈବ ପୀଠ ଗୁଡିକରେ ଆଲୋକ ମାଳରେ ସୁସଜ୍ଜିତ କରାଯାଇଛି I ପ୍ରତି ବର୍ଷ ଫାଲଗୁନ ମାସରେ ମହାଦେବଙ୍କ ମହା ଶିବରାତ୍ରୀ ପାଳିତ ହୋଇଥାଏ।

ଏହି ଦିନରେ ହଜାର ହଜାର ଭକ୍ତ ମହାଦେବଙ୍କ ଆଶୀର୍ବାଦ ପାଇଁ ମନ୍ଦିର ଯାଇଥାନ୍ତି ଓ ପୂର୍ଣ୍ଣ ଦିନର ଉପବାସ ବ୍ୟତୀତ ଏହି ପବିତ୍ର ଦିନରେ ମହାଦେବଙ୍କ ଠାରେ କ୍ଷୀର ବେଲପତ୍ର ଏବଂ ଅରୁଆ ଚାଉଳ ଅର୍ପଣ କରିଥାନ୍ତି । ପ୍ରତ୍ୟେକ ବର୍ଷ ଭଳି ଏହିବର୍ଷ ମଧ୍ୟ ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡର ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିରରେ ପୂଜା କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା I ସନ୍ଧ୍ୟାବେଳେ ଭକ୍ତମାନେ ମହାଦୀପ ଜାଳିବା ପାଇଁ ମନ୍ଦିର ପ୍ରାଙ୍ଗଣରେ ସମସ୍ତେ ଦ୍ବୀପ ଧରି ବସିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା I

ସେହିଭଳି ବସନ୍ତପଡା କାଶୀ ବିଶ୍ୱନାଥ ପୀଠ, ବିଶ୍ୱନାଥପୁର ସ୍ଥିତ ଧବଳେଶ୍ୱର ପିଠ, ଲଙ୍ଗଳବେଡ଼ା ଶୈବପିଠ, କୁଟ୍ରୁ ପାଳିର ଗୁପ୍ତେଶ୍ୱର ପିଠ, ଭାଟଗୁଡ଼ା ନୀଳକଣ୍ଠେଶ୍ଵର ପିଠ ସମେତ ବିଭିନ୍ନ ଶୈବପୀଠ ଗୁଡିକରେ ମହାଦେବଙ୍କ ଆଶିଷ ଲାଭ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଏହି ଜାଗର ଯାତ୍ରାକୁ ନେଇଁ ସମଗ୍ର ଲାଞ୍ଜିଗଡ଼ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସେହିଭଲି ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଘାଟି ଅଞ୍ଚଳରେ ଥିବା ଡ଼ଙ୍ଗାଜୋର, ଖିଲାପଦର, କନ୍ଧବୋରି, ମଟକେରା, କୁଟିଙ୍ଗପଦର, ବିଜେପୁର, ମାଳିଯୁବାଙ୍ଗ ଆଦି ଗାଁରେ ଏହି ଜାଗର ଯାତ୍ରା ମାହାଆଡମ୍ବର ସହ ପାଳନ କରାଯାଇଥିବା ବେଳେ ବିଭିନ୍ନ ଶୈବ ପୀଠରେ ଅଷ୍ଟ ପ୍ରହର ନାମଯଜ୍ଞ ସହ ଅର୍ଣ୍ଣଛତ୍ରର ବ୍ୟବସ୍ଥା କରାଯାଇଛି।

ଜାଗର ଯାତ୍ରା କିଭଳି ଶୃଙ୍ଖଳାର ସହ ସମାପନ ହେବ ଏହାକୁ ନେଇ ଶୈବପୀଠ ଗୁଡିକର କମିଟି ସଦସ୍ୟମାନେ ବିଶେଷ ଦୃଷ୍ଟି ଦେଇଛନ୍ତି। ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର ଧବଳେଶ୍ୱର ପିଠରେ ଗାଁ ଗନ୍ତିଆ ପ୍ରଦୀପ ଘଡେଇଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କମିଟି ସଦସ୍ୟ ମାନେ ଏହି ଜାଗର ଯାତ୍ରାକୁ ଆଡମ୍ବର ସହିତ ପାଳନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ଆଜି ରାତ୍ରରେ ମହାଦେବଙ୍କ ମହାଦୀପ ଉଠିବାକୁ ସମୟ ନିର୍ଧାରଣ କରାଯାଇଥିବା ବେଳେ ଧବଳେଶ୍ୱର ପିଠକୁ ରୂପାନ୍ତିତକରଣ କରାଯାଇଛି। ଧବଳେଶ୍ୱର ମନ୍ଦିର ପରିସରରେ ଥିବା ଭୈରବ ଦେବ ପିଠ,ଚଣ୍ଡୀ ପିଠ,ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବା ଦେବୀଙ୍କ ପିଠ ଗୁଡିକୁ ଆଲୋକ ମାଳରେ ସୁସଜିତ କରାଯାଇଛି। ସେହି ଭଳି ଘାଟି ଅଞ୍ଚଳରେ ଥିବା ଡ଼ଙ୍ଗାଯୋର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଡଙ୍ଗାଯୋର ବାମନଟିକ୍ରି ଶୈଳେଶ୍ୱର ଶୈବ ପିଠରେ ୬ଦିନ ବ୍ୟାପି ଅନୁଷ୍ଠିତ ହେବ ମହାଦେବଙ୍କ ଜାଗର ଯାତ୍ରା।

ଏହି ଜାଗର ଯାତ୍ରାରେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାକୁ ଥିବାବେଲେ ଲୋକଙ୍କୁ ବିଶେଷ ଆକର୍ଷଣ କରୁଛି ମିନାବଜାର। ଏଥି ପାଇଁ ଶିବ ମନ୍ଦିର ପୂଜା କମିଟି ଜୋରସୋରରେ ପ୍ରସ୍ତୁତ ପାଇଁ ଲାଗିପଡିଛନ୍ତି I ଏଥିରେ ଶ୍ରଦ୍ଧାଳୁ ତଥା ଜନସାଧାରଣଙ୍କ ପାଇଁ ମିନIବଜାର ସମେତ ଛଅ ଦିନକୁ ଛଅ ପ୍ରକାର ଯଥା ଦୁଇ ଦିନ ନାଟକ, ତିନି ଦିନ ଧରି ଡାନ୍ସ ପ୍ରତିଯୋଗିତା ଓ ଅନ୍ତିମ ଦିନରେ ଷ୍ଟାର୍ ମେଲୋଡି଼ର କାର୍ଯ୍ୟକ୍ରମ ରହିଥିବାବେଲେ ଏହି ଜାଗର ଯାତ୍ରା ଦେଖିବା ପାଇଁ କଳାହାଣ୍ଡି ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାର ଶ୍ରଦ୍ଧାଲୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଲିଛି। ଜାଗର ଜାଳିବାପାଇଁ ହଜାର ହଜାର ଭକ୍ତଙ୍କ ସମIଗମ ହେବାକୁ ଥିବା ଦୃଷ୍ଟିରେ ରଖି ଲାଞ୍ଜିଗଡ, ବିଶ୍ୱନାଥପୁର, ବିଜେପୁର ଓ ସିକେରକୂପା ପୋଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରତ୍ୟେକ ଶୈବପୀଠ ଗୁଡିକରେ ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri