ଲାଞ୍ଜିଗଡ଼ ଅଞ୍ଚଳ ମହାଶିବରାତ୍ରି ପାଇଁ ଉତ୍ସବ ମୁଖର: ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଲାଞ୍ଜିଗଡ଼,୨୬ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ଉତ୍ସବ ବୁଧବାର ମହା ଆଡମ୍ବର ସହକାରେ ପାଳିତ ହୋଇଛି I ଲାଞ୍ଜିଗଡ ବ୍ଲକର ପ୍ରତ୍ୟେକ ଶୈବ ପୀଠ ଗୁଡିକରେ ଆଲୋକ ମାଳରେ ସୁସଜ୍ଜିତ କରାଯାଇଛି I ପ୍ରତି ବର୍ଷ ଫାଲଗୁନ ମାସରେ ମହାଦେବଙ୍କ ମହା ଶିବରାତ୍ରୀ ପାଳିତ ହୋଇଥାଏ।

ଏହି ଦିନରେ ହଜାର ହଜାର ଭକ୍ତ ମହାଦେବଙ୍କ ଆଶୀର୍ବାଦ ପାଇଁ ମନ୍ଦିର ଯାଇଥାନ୍ତି ଓ ପୂର୍ଣ୍ଣ ଦିନର ଉପବାସ ବ୍ୟତୀତ ଏହି ପବିତ୍ର ଦିନରେ ମହାଦେବଙ୍କ ଠାରେ କ୍ଷୀର ବେଲପତ୍ର ଏବଂ ଅରୁଆ ଚାଉଳ ଅର୍ପଣ କରିଥାନ୍ତି । ପ୍ରତ୍ୟେକ ବର୍ଷ ଭଳି ଏହିବର୍ଷ ମଧ୍ୟ ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡର ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିରରେ ପୂଜା କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା I ସନ୍ଧ୍ୟାବେଳେ ଭକ୍ତମାନେ ମହାଦୀପ ଜାଳିବା ପାଇଁ ମନ୍ଦିର ପ୍ରାଙ୍ଗଣରେ ସମସ୍ତେ ଦ୍ବୀପ ଧରି ବସିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା I

ସେହିଭଳି ବସନ୍ତପଡା କାଶୀ ବିଶ୍ୱନାଥ ପୀଠ, ବିଶ୍ୱନାଥପୁର ସ୍ଥିତ ଧବଳେଶ୍ୱର ପିଠ, ଲଙ୍ଗଳବେଡ଼ା ଶୈବପିଠ, କୁଟ୍ରୁ ପାଳିର ଗୁପ୍ତେଶ୍ୱର ପିଠ, ଭାଟଗୁଡ଼ା ନୀଳକଣ୍ଠେଶ୍ଵର ପିଠ ସମେତ ବିଭିନ୍ନ ଶୈବପୀଠ ଗୁଡିକରେ ମହାଦେବଙ୍କ ଆଶିଷ ଲାଭ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଏହି ଜାଗର ଯାତ୍ରାକୁ ନେଇଁ ସମଗ୍ର ଲାଞ୍ଜିଗଡ଼ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସେହିଭଲି ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଘାଟି ଅଞ୍ଚଳରେ ଥିବା ଡ଼ଙ୍ଗାଜୋର, ଖିଲାପଦର, କନ୍ଧବୋରି, ମଟକେରା, କୁଟିଙ୍ଗପଦର, ବିଜେପୁର, ମାଳିଯୁବାଙ୍ଗ ଆଦି ଗାଁରେ ଏହି ଜାଗର ଯାତ୍ରା ମାହାଆଡମ୍ବର ସହ ପାଳନ କରାଯାଇଥିବା ବେଳେ ବିଭିନ୍ନ ଶୈବ ପୀଠରେ ଅଷ୍ଟ ପ୍ରହର ନାମଯଜ୍ଞ ସହ ଅର୍ଣ୍ଣଛତ୍ରର ବ୍ୟବସ୍ଥା କରାଯାଇଛି।

ଜାଗର ଯାତ୍ରା କିଭଳି ଶୃଙ୍ଖଳାର ସହ ସମାପନ ହେବ ଏହାକୁ ନେଇ ଶୈବପୀଠ ଗୁଡିକର କମିଟି ସଦସ୍ୟମାନେ ବିଶେଷ ଦୃଷ୍ଟି ଦେଇଛନ୍ତି। ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର ଧବଳେଶ୍ୱର ପିଠରେ ଗାଁ ଗନ୍ତିଆ ପ୍ରଦୀପ ଘଡେଇଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କମିଟି ସଦସ୍ୟ ମାନେ ଏହି ଜାଗର ଯାତ୍ରାକୁ ଆଡମ୍ବର ସହିତ ପାଳନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ଆଜି ରାତ୍ରରେ ମହାଦେବଙ୍କ ମହାଦୀପ ଉଠିବାକୁ ସମୟ ନିର୍ଧାରଣ କରାଯାଇଥିବା ବେଳେ ଧବଳେଶ୍ୱର ପିଠକୁ ରୂପାନ୍ତିତକରଣ କରାଯାଇଛି। ଧବଳେଶ୍ୱର ମନ୍ଦିର ପରିସରରେ ଥିବା ଭୈରବ ଦେବ ପିଠ,ଚଣ୍ଡୀ ପିଠ,ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବା ଦେବୀଙ୍କ ପିଠ ଗୁଡିକୁ ଆଲୋକ ମାଳରେ ସୁସଜିତ କରାଯାଇଛି। ସେହି ଭଳି ଘାଟି ଅଞ୍ଚଳରେ ଥିବା ଡ଼ଙ୍ଗାଯୋର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଡଙ୍ଗାଯୋର ବାମନଟିକ୍ରି ଶୈଳେଶ୍ୱର ଶୈବ ପିଠରେ ୬ଦିନ ବ୍ୟାପି ଅନୁଷ୍ଠିତ ହେବ ମହାଦେବଙ୍କ ଜାଗର ଯାତ୍ରା।

ଏହି ଜାଗର ଯାତ୍ରାରେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାକୁ ଥିବାବେଲେ ଲୋକଙ୍କୁ ବିଶେଷ ଆକର୍ଷଣ କରୁଛି ମିନାବଜାର। ଏଥି ପାଇଁ ଶିବ ମନ୍ଦିର ପୂଜା କମିଟି ଜୋରସୋରରେ ପ୍ରସ୍ତୁତ ପାଇଁ ଲାଗିପଡିଛନ୍ତି I ଏଥିରେ ଶ୍ରଦ୍ଧାଳୁ ତଥା ଜନସାଧାରଣଙ୍କ ପାଇଁ ମିନIବଜାର ସମେତ ଛଅ ଦିନକୁ ଛଅ ପ୍ରକାର ଯଥା ଦୁଇ ଦିନ ନାଟକ, ତିନି ଦିନ ଧରି ଡାନ୍ସ ପ୍ରତିଯୋଗିତା ଓ ଅନ୍ତିମ ଦିନରେ ଷ୍ଟାର୍ ମେଲୋଡି଼ର କାର୍ଯ୍ୟକ୍ରମ ରହିଥିବାବେଲେ ଏହି ଜାଗର ଯାତ୍ରା ଦେଖିବା ପାଇଁ କଳାହାଣ୍ଡି ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାର ଶ୍ରଦ୍ଧାଲୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଲିଛି। ଜାଗର ଜାଳିବାପାଇଁ ହଜାର ହଜାର ଭକ୍ତଙ୍କ ସମIଗମ ହେବାକୁ ଥିବା ଦୃଷ୍ଟିରେ ରଖି ଲାଞ୍ଜିଗଡ, ବିଶ୍ୱନାଥପୁର, ବିଜେପୁର ଓ ସିକେରକୂପା ପୋଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରତ୍ୟେକ ଶୈବପୀଠ ଗୁଡିକରେ ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri