ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । ବ୍ଲକ ଅଧ୍ୟକ୍ଷାଙ୍କ ସହିତ ଭଟାଙ୍ଗପଦର ସମିତିସଭ୍ୟ ରୂପେନ୍ଦ୍ର ଛତ୍ରିଆ, ବେନଗାଁ ସମିତିସଭ୍ୟା ଯଶୋବନ୍ତୀ ନାଏକ, ବସନ୍ତପଡ଼ା ସମିତିସଭ୍ୟ ପୁଙ୍ଗରି ମାଝୀ, ଛତ୍ରପୁର ସମିତିସଭ୍ୟ ସନ୍ୟାସୀ ମାଝୀ, ଲାଞ୍ଜିଗଡ଼ ରୋଡ଼ ସମିତିସଭ୍ୟା ମୁକ୍ତା ଭୋଇ, ବେଡାଗାଁ ସମିତିସଭ୍ୟ ମୁନି ମାଝୀ, ସମାଜସେବୀ ହରିଶଙ୍କର ପାତ୍ର, ତ୍ରିନାଥ ମାଝୀ ପ୍ରମୁଖ ଆଜି ଭାଜପାରେ ସାମିଲ ହୋଇଛନ୍ତି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାଏକ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ, ଭାଜପା ନେତା ଭବାନୀଶଙ୍କର ନିଆଲଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଥିଲେ। ଦଳ ତରଫରୁ ସେମାନଙ୍କୁ ପୁଷ୍ପଗୁଛ ଓ ଦଳୀୟ ଉତ୍ତରୀୟ ସହିତ ସ୍ୱାଗତ କରାଯାଇଥିଲା।

