ଭାଷାର ମର୍ଯ୍ୟାଦା: ସଂସଦରୁ ସଡ଼କଯାଏ

ବର୍ଣ୍ଣମାଳାକୁ ଶବ୍ଦ, ଶବ୍ଦ ସମୂହକୁ ବାକ୍ୟ ଓ ବାକ୍ୟ ସମୁଦାୟକୁ ଭାଷା କହନ୍ତି। ସୁତରାଂ ଭାଷା ବ୍ୟକ୍ତିର ପରିଚୟ। ଭାଷା କ୍ଷେତ୍ରରେ ବେଶ୍‌ ମହତ୍ତ୍ୱ ରଖେ ଶବ୍ଦ। ଶବ୍ଦମାଳାର ଠିକ୍‌ ତଥା ଯଥାର୍ଥ ପ୍ରୟୋଗ ତଥା ଚୟନରେ ହିଁ ବ୍ୟକ୍ତିର ବ୍ୟକ୍ତିତ୍ୱ ଜାଣିହୁଏ। ଗୀତାରେ କୁହାଯାଇଛି- ଅକ୍ଷରବ୍ରହ୍ମ ଅର୍ଥାତ୍‌ ଅକ୍ଷର ହିଁ ବ୍ରହ୍ମ। ସୁତରାଂ ଶବ୍ଦର ସାର୍ଥକତା ଓ ତା’ର ଆତ୍ମା ହିଁ ଏହାର ମର୍ମ। ଯେଉଁ ବ୍ୟକ୍ତି ଶବ୍ଦଗୁଡ଼ିକର ପ୍ରକୃତ ଅର୍ଥକୁ ଜାଣେ ଆଉ ବୁଝେ, ସିଏ ଜୀବନରେ ସଫଳତା ସାଉଁଟିଥାଏ। ନଚେତ୍‌ ଶବ୍ଦଗୁଡ଼ିକର ବୁଢ଼ିଆଣୀ ଜାଲରେ ଫସିଯାଏ ସେ।
ଯେକୌଣସି ଭାଷାରେ ସ୍ବଦେଶୀ-ବିଦେଶୀ ଶବ୍ଦଗୁଡ଼ିକର ଆତଯାତ ଲାଗି ରହିଥାଏ, ଯାହାକି ଭାଷାର ପ୍ରୟୋଗ ଦୃଷ୍ଟିରୁ କେବେ ପୂରା ନିର୍ଭୁଲ ହୋଇଥାଏ ତ ପୁଣି କେବେ ଭାଷାକୁ କଦର୍ଥ ଓ ବିକୃତ କରିଦିଏ। ଭାଷା ଆମକୁ ଯୋଡ଼ିଥାଏ ଏବଂ ଏହି ଭାଷା ହିଁ ଅନେକ ବିଭେଦ ତଥା ବିଚ୍ଛିନ୍ନତାବାଦ ଚିନ୍ତାଧାରା ସୃଷ୍ଟିକରେ। ବାସ୍ତବ ମର୍ମରେ ବିଚାରିଲେ ଭାଷା ଆମକୁ ଏକତା ରଜ୍ଜୁକୁ ତୁଟେଇବା ନୁହେଁ ବରଂ ବାନ୍ଧି ରଖିବାରେ ବିଶେଷ ଭାବେ ସହାୟକ ହୋଇଥାଏ।
ଏକଥା ଅନସ୍ବୀକାର୍ଯ୍ୟ ଯେ, ଶବ୍ଦ ଶୂନ୍ୟ ହୋଇଗଲେ ଅବା ଭାଷାର ବିଚାର ମନକୁ ଆଚ୍ଛନ୍ନ ନ କଲେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହେବା ନିଶ୍ଚିତ। ସୁତରାଂ ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ତେଣୁ ବ୍ୟକ୍ତିକୁ କେବଳ ଭାଷାମାର୍ଗକୁ ହିଁ ଉନ୍ମୁକ୍ତ ରଖିବାକୁ ପଡିବ। ଅତଏବ ପରସ୍ପର ଭିତରେ ଭାବ ବିନିମୟ, ତଥ୍ୟ ଆଦାନପ୍ରଦାନକୁ ସଦାସର୍ବଦା ଜୀବନ୍ତ ରଖିବାକୁ ହେବ। ଶବ୍ଦ ଆଉ ଭାଷା ହିଁ ଆମର ଜୀବନଦାତା, ମାତ୍ର ବୈଦ୍ୟୁତିକ ଗଣମାଧ୍ୟମ ହେତୁ ଏ ଇ-ଯୁଗରେ ଶବ୍ଦର ଗରିମା ତଥା ମର୍ଯ୍ୟାଦା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଥାଏ। ତେବେ ଅଧିକାଂଶ ସମୟରେ ସାମାଜିକ ଗଣମାଧ୍ୟମ ଅପଶବ୍ଦର ଆଖଡ଼ାସ୍ଥଳ ବନିଯାଆନ୍ତି। ପଦ-ପ୍ରତିଷ୍ଠା ଓ ଗରିମାକୁ ଦୃଷ୍ଟିରେ ନ ରଖି ବ୍ୟକ୍ତି ଅଜାଣତରେ ଏବଂ ଅଲକ୍ଷ୍ୟରେ କାହିଁ କେତେ କଥା କହିପକାଏ। ଭାଷାରେ ଶବ୍ଦର ମର୍ଯ୍ୟାଦା ତଥା ଗରିମା ଯୋଗୁ ବ୍ୟକ୍ତିତ୍ୱ ଆକର୍ଷଣୀୟ ହୋଇଯାଏ। ଭାରତୀୟ ସଂସଦ ଏକ ଗଣତାନ୍ତ୍ରିକ ମନ୍ଦିର। ଯେମିତି ଆମେ ଈଶ୍ୱରଙ୍କ ଦେବାଳୟ, କୌଣସି ତୀର୍ଥସ୍ଥଳ ଅଥବା ଧର୍ମସ୍ଥଳକୁ ନେଇ କିଛି ଅପଶବ୍ଦ ପ୍ରୟୋଗ କରୁନା ଠିକ୍‌ ସେମିତି ସଂସଦରେ ଅପଶବ୍ଦ ବ୍ୟବହାର କରିବା ଅନୁଚିତ।
ଏଇ କଥାକୁ ନେଇ ମୋଦି ସରକାର ବିଗତ କିଛିଦିନ ଧରି କିଛିଟା ହିନ୍ଦୀଶବ୍ଦ ଆଉ କିଛି ପ୍ରାନ୍ତୀୟ ଭାଷା ତଥା ବିଦେଶୀ ଶବ୍ଦଗୁଡିକୁ ସଂସଦରେ ପ୍ରୟୋଗ ନ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସେଗୁଡ଼ିକୁ ଅଭଦ୍ର ଅଶାଳୀନ ଶବ୍ଦସୂଚୀରେ ଅନ୍ତର୍ଭୁକ୍ତ କରିଥିଲେ। ଯେମିତିରେ ତ ଏହାଦ୍ୱାରା ଯେକୌଣସି ରାଜନୈତିକ ଦଳକୁ ମତଭେଦ ସୃଷ୍ଟି କରିବାର ଆବଶ୍ୟକତା ପଡ଼ିବ ନାହିଁ। ବରଂ ଏସବୁ ଭାଷା ପ୍ରୟୋଗ ତଥା ଶବ୍ଦ ସଂରଚନା ସମସ୍ତଙ୍କ ପାଇଁ ସମଭାବରେ ଲାଗୁ କରାଯିବାର ଆବଶ୍ୟକତା ରହିଛି। ଏକଥା ବିଚାରକୁ ନେବାକୁ ପଡ଼ିବ ଯେ ଭାଷା ଏକ ନିୟମାବଦ୍ଧ ବ୍ୟବସ୍ଥା। ବାସ୍ତବରେ ଖାଲି ଭାଷା କାହିଁକି, ଜନସାଧାରଣ ଓ ଜୀବନ ସବୁକିଛି ନିୟମକାନୁନରେ ବନ୍ଧା। ଯେଉଁଠି ପ୍ରଚଳିତ ନିୟମ ଓ ବ୍ୟବସ୍ଥାର ବ୍ୟତିକ୍ରମ ଘଟେ, ସେଇଠି ଜଙ୍ଗଲରାଜ କାୟା ବିସ୍ତାର କରିଚାଲେ।
ଭାଷାରେ ଶବ୍ଦପୁଞ୍ଜ ଯାଦୁର ସ୍ପର୍ଶ ଥାଏ। ସେଥିପାଇଁ ଉତ୍ତମ ଶବ୍ଦଗୁଡିକ ବ୍ୟବହାର କରୁଥିବା ବ୍ୟକ୍ତିକୁ ଅଳଂକର୍ତ୍ତା କୁହାଯାଏ। ଶବ୍ଦପୁଞ୍ଜର ମହିମା ଓ ଗରିମାକୁ ଆମେସବୁ ଜାଣିବା ତଥା ବୁଝିବା ଦରକାର। ମର୍ଯ୍ୟାଦାବିହୀନ ଭାଷା ସାଧାରଣ ଜନତାଙ୍କ ପାଇଁ ଗ୍ରହଣଯୋଗ୍ୟ ହୁଏନା କି ରାଜନୈତିକ ତଥା ସାମାଜିକ ଜୀବନରେ ସମାଦୃତ ମଧ୍ୟ ହୁଏନାହିଁ। ଏଥିପାଇଁ ଆମକୁ ପାଦକୁ ପାଦ ମିଶାଇ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ସଂସଦରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ମର୍ଯ୍ୟାଦାହୀନ, ଅଭଦ୍ର ଓ ଅଶ୍ରାବ୍ୟ ଶବ୍ଦଗୁଡ଼ିକୁ ନେଇ ବୟାନବାଜିରୁ କେବଳ ରାଜନେତା ନୁହେଁ, ଆମେ ସମସ୍ତେ ମଧ୍ୟ ସେଥିରୁ ବର୍ତ୍ତିବା ଜରୁରୀ ମନେହୁଏ। ଭାଷାର ସୁଖଦ ତଥା ସହଜ ପ୍ରୟୋଗର ସଚେତନତା ସାଧାରଣ ଲୋକଙ୍କ ମନରେ ସୃଷ୍ଟି କରିବାକୁ ପଡିବ। ଭାଷା କେବଳ ବ୍ୟକ୍ତି ନୁହେଁ, ଜନନୀ ଜନ୍ମଭୂମି ତଥା ରାଷ୍ଟ୍ରର ପରିଚୟ। ଭାଷା ଦ୍ୱାରା ଆମର ଗୌରବ ଗରିମା ବୃଦ୍ଧିପାଏ ଏବଂ ଏଥିରେ ବିବାଦ ମୁଣ୍ଡ ଟେକି ନଥାଏ। ତେବେ ସେ ଯାହାହେଉ, ବ୍ୟକ୍ତିକୁ ଉନ୍ମୁକ୍ତ, ଖୋଲା ମନରେ ସ୍ବଚ୍ଛ, ସାର୍ଥକ, ଉପଯୁକ୍ତ, ସୁସ୍ପଷ୍ଟ ତଥା ମର୍ଯ୍ୟାଦାସମ୍ପନ୍ନ ଶବ୍ଦଗୁଡ଼ିକ ପ୍ରୟୋଗ କରିବା ଉଚିତ ମନେହୁଏ। ଏହା ହିଁ ଆମ ରାଷ୍ଟ୍ର ତଥା ରାଷ୍ଟ୍ରଭାଷାର ବାସ୍ତବ ପରିଚୟ।

– ନଗେନ୍ଦ୍ର ନାଥ ପଟ୍ଟନାୟକ
ମୋ: ୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri